Advertisment

ନଦୀରେ ପାଣି ପିଉଥିଲେ ହାତୀ ପଲ, ହଠାତ୍ କୁମ୍ଭୀର କଲା ଏମିତି..ଦେଖନ୍ତୁ ଭିଡିଓ

ତେବେ କୁମ୍ଭୀରଟି ଖୁବ୍‌ ଜୋର୍‌ରେ ହାତୀ ଶୁଣ୍ଢକୁ କାମୁଡି ଧରିଥିଲା। ଏହାଦେଖି ହାତୀପଲ ଛିନ୍ନଛତ୍ର ହୋଇଯାଇଥିଲେ ଏବଂ ହାତୀଟି ମୁଣ୍ଡ ହଲାଇ ଏକ କୁମ୍ଭୀରକୁ ପାଣିରୁ ବାହାରକୁ ଆଣି ଫିଙ୍ଗିଦେଇଥିଲା। ଶେଷରେ କୁମ୍ଭୀରଟି ଶୁଣ୍ଢକୁ ଛାଡି ପାଣି ଭିତରକୁ ଯିବାକୁ ବାଧ୍ୟ ହୋଇଥିଲା।

ଅଦ୍ୟତନ ହୋଇଛି
Crocodile Elephant fights Video

Elephant fights for life

Advertisment

ଆମେ ହାତୀ-ମଣିଷ ଲଢେଇ ଦେଖିଛେ। ହାତୀ ଆକ୍ରମଣରେ ଅନେକ ଲୋକଙ୍କ ପ୍ରାଣହାନୀ ହୁଏ। ଏତେ ବିଶାଳ ଜୀବକୁ ଦେଖିଲେ ଭୟ ବି ଲାଗେ। ତେବେ ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଠି ହାତୀ-କୁମ୍ଭୀର ଲଢେଇ ଦେଖିବାକୁ ମିଳିଛି। ଶକ୍ତିଶାଳୀ ହାତୀ କୁମ୍ଭୀର ଆକ୍ରମଣର ଶିକାର ହେବା ପରେ ଜୀବନସହ ସଂଘର୍ଷ କରୁଛି ।

Advertisment

ଜିମ୍ବାୱେର ଭିକ୍ଟୋରିଆ ଫଲ୍ସ ସଫାରି ଲଜ୍‌ର ସିସିଟିଭି ଫୁଟେଜ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ହାତୀ ପଲ ନଦୀରେ ପାଣି ପିଉଥିଲେ। ଏତିକିବେଳେ ଏକ କୁମ୍ଭୀର ଅତି ଚତୁରତା ସହ ଆସି ହାତୀର ଶୁଣ୍ଢକୁ କାମୁଡି ଦେଉଥିବା ଦେଖିବାକୁ ମିଳିଛି। ହାତୀଟି ଜୀବନବିକଳରେ ସେଠାରୁ ପଳାଇ ଯାଉଥିବା ଭିଡଓରେ ଦେଖାଯାଇଛି। ଏହି ଭିଡିଓଟି ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରାଯାଇଥିଲା , ଯାହା ଭାଇରାଲ୍ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ପ୍ରବଳ ଝଡ଼ ତୋଫାନ ପରେ ଆକାଶରୁ ମାଛ ବର୍ଷା...! ଦେଖନ୍ତୁ ଭିଡିଓ...

Advertisment

ପୂର୍ବରୁ ଅନେକ ଥର ହାତୀପଲ କୁମ୍ଭୀରକୁ ଆକ୍ରମଣ କରିଥିଲେ। ମାତ୍ର ସେଦିନ ଥିଲା କୁମ୍ଭୀରର ପାଳି। ସେ ସୁଯୋଗ ଅପେକ୍ଷାରେ ଥିଲା। ଜାମ୍ବେଜି ଜାତୀୟ ଉଦ୍ୟାନ ନିକଟରେ ଥିବା ନଦୀରେ ହାତୀପଲ ପାଣି ପିଉଥିଲେ। କୁମ୍ଭୀର ହଠାତ ଆସି ହାତୀର ଶୁଣ୍ଢକୁ ଆକ୍ରମଣ କରିଥିଲା। ହାତୀଟି ଯନ୍ତ୍ରଣାରେ ଚିତ୍କାର କଲାବେଳେ କୁମ୍ଭୀରଟି ତାର ଶୁଣ୍ଢକୁ ତାର ମୁନିଆ ଦାନ୍ତରେ ଧରି ରହିଥାଏ। ହାତୀ –କୁମ୍ଭୀରର ଲଢେଇ ଭିତରେ ହାତୀ କୁମ୍ଭୀରକୁ ବାହାରକୁ ଟାଣିଆଣେ।

ତେବେ କୁମ୍ଭୀରଟି ଖୁବ୍‌ ଜୋର୍‌ରେ ହାତୀ ଶୁଣ୍ଢକୁ କାମୁଡି ଧରିଥିଲା। ଏହାଦେଖି ହାତୀପଲ ଛିନ୍ନଛତ୍ର ହୋଇଯାଇଥିଲେ ଏବଂ ହାତୀଟି ମୁଣ୍ଡ ହଲାଇ ଆକ୍ରମଣକାରୀ କୁମ୍ଭୀରକୁ ପାଣିରୁ ବାହାରକୁ ଆଣି ଫିଙ୍ଗିଦେଇଥିଲା। ଶେଷରେ କୁମ୍ଭୀରଟି ଶୁଣ୍ଢକୁ ଛାଡି ପାଣି ଭିତରକୁ ଯିବାକୁ ବାଧ୍ୟ ହୋଇଥିଲା। ତେବେ କୁମ୍ଭୀରଟି ପାଣି ଭିତରକୁ ପଳାଇଥିବା ବେଳେ ହାତୀ ନିଜ ଜୀବନ ରକ୍ଷା କରିବାକୁ ଜୀବନ ବିକଳରେ ସେଠାରୁ ଦୌଡି ପଳାଇଥିଲା।

Advertisment
Viral Video Crocodile
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ