Advertisment

ଇନଷ୍ଟାରେ ଛାଡ଼ପତ୍ର ଦେଲେ; ଏବେ ଲଞ୍ଚ କଲେ ପରଫ୍ୟୁମ ‘ଡିଭୋର୍ସ’

ଏହି ଟିଜର ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ପୋଷ୍ଟରେ ସେ ଡିଭୋର୍ସ ଶବ୍ଦ ଲେଖାଥିବା ଏକ କଳା ରଂଗର ପରଫ୍ୟୁମ ବୋତଲର ଭିଡିଓ ସେୟାର କରିଛନ୍ତି।

ଅଦ୍ୟତନ ହୋଇଛି
perfume 'Divorce'

perfume 'Divorce'

Advertisment

ଦୁବାଇର ରାଜକୁମାରୀ ତଥା UAEର ପ୍ରଧାନମନ୍ତ୍ରୀଙ୍କ ଝିଅ ଶେଖ ମହରା ମୋହମ୍ମଦ ରଶିଦ ଅଲ୍ ମକତୁମ ପ୍ରାୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିଜର ଲାଇଫଷ୍ଟାଇଲ ଓ ଫ୍ୟାସନ୍ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଫ୍ୟାନ୍ସଙ୍କ ପସନ୍ଦ ପାଲଟିଥାଆନ୍ତି। ବିବାହ ପରେ ସୋସିଆଲ୍ ମିଡିଆରେ ଛାଡପତ୍ର ଘୋଷଣା କରିବା ପରେ ଏବେ ସେ ଏକ ନୂଆ ପରଫ୍ୟୁମ ମାର୍କେଟ୍‌କୁ ଆଣିଛନ୍ତି। ଯାହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

Advertisment

ନିକଟରେ ଶେଖା ମହରାଙ୍କ ଛାଡପତ୍ର ହୋଇଛି। ସୋସିଆଲ ମିଡିଆ ଇନଷ୍ଟାଗ୍ରାମ୍‌ରେ ସେ ନିଜ ସ୍ୱାମୀ ଶେଖ ମାନା ବିନ୍ ମୋହମ୍ମଦଙ୍କୁ ଛାଡପତ୍ର ଦେଇଥିଲେ। ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ଏହାର ଠିକ୍ ମାସକ ପରେ ସେ ଏକ ପରଫ୍ୟୁମ ମାର୍କେଟକୁ ଆଣିଛନ୍ତି। ଯାହାର ନାଁ ରହିଛି ‘ଡିଭୋର୍ସ’। ସେ ନିଜର ଇନଷ୍ଟା ପୋଷ୍ଟରେ ସୋମବାର ଦିନ ମହରା ଏମ୍‌-୧ ବ୍ରାଣ୍ଡ ପରଫ୍ୟୁମର ଟିଜର ରିଲିଜ୍ କରିଛନ୍ତି।

ଏହି ଟିଜର ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ପୋଷ୍ଟରେ ସେ ଡିଭୋର୍ସ ଶବ୍ଦ ଲେଖାଥିବା ଏକ କଳା ରଂଗର ପରଫ୍ୟୁମ ବୋତଲର ଭିଡିଓ ସେୟାର କରିଛନ୍ତି। ଏଥିରେ ଭଙ୍ଗାଯାଇଥିବା କାଚ, କଳା ରଂଗର ପାଖୁଡା ଦେଖିବାକୁ ମିଳୁଛି।

Advertisment

ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ହେଉଛନ୍ତି ଦୁବାଇର ବର୍ତ୍ତମାନର ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମାକତୁମଙ୍କ ଝିଅ। ଶେଖ ମହରା ଶିଳ୍ପପତି ଶେଖ ମନ୍ ବିନଙ୍କୁ ମେ ୨୦୨୩ରେ ବିବାହ କରିଥିଲେ। ମେ ମାସରେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା।

Advertisment

ରାଜକୁମାରୀ ଶେଖ ମହରା ଜୁଲାଇ ୧୬ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ କରୁଥିବା ଜଣାପଡ଼ିଥିଲା। ସେ ତାଙ୍କ ପୋଷ୍ଟରେ ଲେଖିଥିଲେ, "ପ୍ରିୟ ସ୍ୱାମୀ, ଯେହେତୁ ତୁମେ ଅନ୍ୟ ସାଥୀମାନଙ୍କ ସହ ବ୍ୟସ୍ତ, ତେଣୁ ମୁଁ ଏଠାରେ ଛାଡ଼ପତ୍ର ଘୋଷଣା କରୁଛି। ଆଇ ଡିଭୋର୍ସ ୟୁ, ଆଇ ଡିଭୋର୍ସ ୟୁ ଆଣ୍ଡ୍ ଆଇ ଡିଭୋର୍ସ ୟୁ। ଟେକ୍ କେୟାର୍... ଇତି ତୁମର ପୂର୍ବ ପତ୍ନୀ।"

Divorce Perfume
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ