Advertisment

Viral Video: ପୋଲିସ ଗାଡ଼ି ବନେଟ୍‌ ଉପରେ କେକ୍‌ କାଟିଲେ DSPଙ୍କ ପତ୍ନୀ, ଭିଡିଓ ଦେଖି ତାତିଲେ ଲୋକେ

ଇଣ୍ଟରନେଟ୍‌ରେ ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ DSPଙ୍କ ପତ୍ନୀ ସରକାରୀ ଗାଡି ବନେଟ୍‌ ଉପରେ ବସି ଜନ୍ମଦିନ କେକ୍‌ କାଟୁଥିବା ନଜର ଆସୁଛନ୍ତି । ଘଟଣାଟି ଛତିଶଗଡ ବୋଲଦ ଜିଲ୍ଲାର ।

ଅଦ୍ୟତନ ହୋଇଛି
Viral Video

Viral Video

Advertisment

ରାସ୍ତାରେ ଛିଡା ହୋଇଛି ନୀଳବତୀ କାର୍ । କଳା ଚଷମା, ଷ୍ଟାଇଲିସ୍ ଡ୍ରେସ ପିନ୍ଧି ଗାଡି ବନେଟ୍ ଉପରେ ବେଲୁନ ଧରି ବସିଛନ୍ତି ବାବୁଆଣୀ । କେକ୍‌ ଥୁଆ ହୋଇଛି । ବାର୍ଥ ଡେ ଗୀତ ବାଜୁଛି, ସ୍ପ୍ରେ ବି ଉଡୁଛି । ଏହି ମହିଳା ଏମିତି ସେମିତି ଲୋକ ନୁହଁନ୍ତି, ବରଂ ଜଣେ ଡିଏସପିଙ୍କ ଧର୍ମପତ୍ନୀ । ଆଉ ସେ ବସିଥିବା ଗାଡିଟି ଏକ ସରକାରୀ ପୋଲିସ୍ ଗାଡ଼ି । ଛତିଶଗଡ ବୋଲଦ ଜିଲ୍ଲାରୁ ଡିଏସପି ବାବୁଙ୍କ ପତ୍ନୀଙ୍କ ଏପରି ବାର୍ଥ ଡେ ସେଲିବ୍ରେସନର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

Advertisment

ମହିଳା ହେଲେ ଫରିନ୍ ଖାନ୍, ବୋଲୋଦ ଜିଲ୍ଲାରେ ପୋଲିସ ବାଟାଲିୟନ DSP ତସଲିମ ଆରିଫଙ୍କ ପତ୍ନୀ । ଭାଇରାଲ ଭିଡ଼ିଓରେ ଫରିନ୍ ପୋଲିସ ଗାଡିର ବନେଟ ଉପରେ ବସିଥିବାର ଦେଖିବାକୁ ମିଳୁଛି । 

Advertisment

ଗାଡିରେ ଏକ ବ୍ଲୁ ଲାଇଟ୍ ଅଛି, ଯାହା ସାଧାରଣତଃ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀଙ୍କ ଗାଡିରେ ଲାଗେ । ଭିଡିଓରେ ଦେଖିବାକୁ ମିଳୁଛି, ଗାଡି ବନେଟ୍‌ ଉପରେ ଡିଏସପିଙ୍କ ପତ୍ନୀ କେକ୍‌ କାଟୁଛନ୍ତି । ଆଉ କିଛି ମହିଳା ଗାଡିରେ ବସିଛନ୍ତି । ଦୁଇ ଜଣ ଗାଡି ଡୋର୍‌ରେ ଝୁଲୁଥିବା ବେଳେ, ଆଉ ଦୁଇ ମହିଳା ସନରୁଫ୍‌ରେ ବସିଛନ୍ତି ।

ଏହି ଘଟଣାକୁ ନେଇ ବିରୋଧୀ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି । ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନା ପ୍ରଭାବଶାଳୀଙ୍କ ପାଇଁ ପୁଣିଥରେ ନିୟମ ବଦଳିଯିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । 

Advertisment

ସେପଟେ ପୋଲିସ ଏହି ଘଟଣାରେ 'ଅଜ୍ଞାତ ଡ୍ରାଇଭର' ନାଁରେ ଏକ ମାମଲା ରୁଜୁ କରିଛି । କିନ୍ତୁ ଖୁଲମ୍‌ଖୁଲା ସରକାରୀ ସମ୍ପତ୍ତିର ଅପବ୍ୟବହାର ଏବଂ ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ ସତ୍ତ୍ୱେ ପୋଲିସ FIRରେ ଡିଏସପି କିମ୍ବା ତାଙ୍କ ପତ୍ନୀଙ୍କ ନାଁ ଉଲ୍ଲେଖ କରିନାହିଁ ।

ଅଧିକ ପଢ଼ନ୍ତୁ:  ୧୮୦ ମିଟର ଯିବାକୁ ଓଲା ବାଇକ୍‌ ବୁକ୍ କଲେ ମହିଳା, କାରଣ ଜାଣିଲେ ହସି ହସି ଗଡ଼ିଯିବେ...

Chhattisgarh Viral Video Birthday Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ