Doomsday Fish
ସମୁଦ୍ର ଗର୍ଭରେ ଏମିତି ଅନେକ ରହସ୍ୟମୟ ଜୀବ ବାସ କରନ୍ତି, ଯାହା ବିଷୟରେ ମଣିଷ ଖୁବ୍ କମ୍ ଜାଣେ । ସେଭଳି ଏକ ରହସ୍ୟମୟ ସାମୁଦ୍ରିକ ମାଛ ହେଲା ଓଅରଫିସ୍ (Oarfish), ଯାହାକୁ ଡୁମ୍ସଡେ ଫିସ୍ (Doomsday Fish) ବା ପ୍ରଳୟର ମାଛ କୁହାଯାଏ । ଏହି ମାଛ ଅତି ଦୁର୍ଲ୍ଲଭ ଅଟେ ଏବଂ ଖୁବ୍ କ୍ୱଚିତ୍ ଏହା ସମୁଦ୍ରରେ ନଜର ଆସିଥାଏ । ତେବେ ପୂର୍ବରୁ ଯେଉଁଠି ଏହି ମାଛ ଦେଖାଯାଇଛି, ସେଠାରେ ବଡ଼ ପ୍ରଳୟ ଆସିଛି । ତେଣୁ ଏହି ମାଛକୁ 'ପ୍ରଳୟର ମାଛ' କୁହନ୍ତି ।
ନିକଟରେ ତାମିଲନାଡୁ ସମୁଦ୍ର ତଟରେ କିଛି ମତ୍ସ୍ୟଜୀବୀଙ୍କ ଜାଲରେ ଏହି ଡୁମ୍ସଡେ ମାଛ ପଡିଛି । ଏହି ମାଛଟିର ଲମ୍ବ ପ୍ରାୟ ୩୦ ଫୁଟ୍, ରଙ୍ଗ ଦେଖିବାକୁ ରୁପା ଭଳି ଚକଚକ୍ ଏବଂ ଏହାର ଶରୀର ତରଙ୍ଗାୟିତ ଆକୃତିର । ଏହା ସାଧାରଣତଃ ସମୁଦ୍ରର ୨୦୦ରୁ ୧୦୦୦ ଫୁଟ ଗଭୀରରେ ରହେ । ତେଣୁ ଏହି ମାଛକୁ ଦେଖିବା କେବଳ ଦୁର୍ଲ୍ଲଭ ନୁହେଁ, ବରଂ ଆଶ୍ଚର୍ଯ୍ୟଜନକ ମଧ୍ୟ ।
ଗତ ମେ' ୩୧ରେ ଏହି ମାଛର ଭିଡିଓକୁ @sanatan_kannad ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିଲା, ଯାହାର କ୍ୟାପସନ ଥିଲା- ତାମିଲନାଡୁରେ ମିଳିଲା ଡୁମ୍ସଡେ ଫିସ୍ । ଭାଇରାଲ କ୍ଲିପ୍ରେ କିଛି ମତ୍ସ୍ୟଜୀବୀ ମିଶି ବୋଟରେ ମାଛଟିକୁ ଉଠାଉଥିବାର ଦେଖାଯାଉଛି ।
ଏହି ଓଅରଫିସ୍ ବା ପ୍ରଳୟ ମାଛକୁ ନେଇ ଏକ ଲୋକଙ୍କର ବିଶ୍ୱାସ ରହିଛି କି, ଏହି ମାଛକୁ ଦେଖିବା ଅର୍ଥ କୌଣସି ଏକ ବଡ ପ୍ରାକୃତିକ ବିପର୍ଯ୍ୟୟର ଆଗମନ । ୨୦୧୧ରେ ଜାପାନରେ ଏ ସମ୍ପର୍କିତ ଏକ ବହୁଚର୍ଚ୍ଚିତ ଘଟଣା ଘଟିଥିଲା । ସେତେବେଳେ ଜାପାନରେ ଭୟଙ୍କର ଭୂକମ୍ପ ଓ ସୁନାମୀ ଆସିବା ପୂର୍ବରୁ ସମୁଦ୍ରତଟରେ କିଛି ମଲା ଓଅରଫିସ୍ ମିଳିଥିଲେ । ଏହା ପରଠୁ ଓଅରଫିସ୍କୁ ନେଇ ଲୋକବିଶ୍ୱାସ ଆହୁରି ମଜଭୁତ ହୋଇଯାଇଥିଲା ।
ଜାପାନରେ ବିଶ୍ୱାସ କରାଯାଏ ଯେ, ଓଅରଫିସ୍ ସମୁଦ୍ର ଗଭୀରରୁ ଉପରକୁ ଆସିବାର ଅର୍ଥ, ସମୁଦ୍ର ଗର୍ଭରେ କିଛି ବଡ଼ ହଲଚଲ ହେଉଛି । ସେଠି ଏହି ମାଛକୁ ପ୍ରାକୃତିକ ଚେତାବନୀ ଭାବେ ଦେଖାଯାଏ ।
ଅଧିକ ପଢ଼ନ୍ତୁ: ବନ୍ୟାପାଣିରେ ଭାସୁଥାଏ କୁକୁର, ଜୀବନକୁ ଖାତିର୍ ନକରି ଡେଇଁପଡିଲେ ଯୁବକ...
ତେବେ କେବଳ ଜାପାନ ନୁହେଁ, ମେକ୍ସିକୋରେ ମଧ୍ୟ ଓଅରଫିସ୍ ଦେଖାଯିବାର କିଛି ଦିନ ପରେ ଭୂକମ୍ପ ଆସିଥିଲା । ଏହି କାରଣରୁ ମାଛର ନାମ ଡୁମ୍ସଡେ ଫିସ୍ ବା ପ୍ରଳୟର ମାଛ ରଖାଯାଇଥିଲା । ଏବେ ଏହି ମାଛ ଆମେ ଦେଶର ତାମିଲନାଡୁରେ ମିଳିବା ପରେ ଲୋକଙ୍କ ମନରେ ଡର ପଶିଛି - କ'ଣ ଏହି ମାଛ ସତରେ କୌଣସି ବଡ଼ ବିପଦର ସଙ୍କେତ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749045494.jpg)