Advertisment

କୁକୁର ଭାବି ପାଳିଲେ, ବଡ଼ ବେଳକୁ ଭାଲୁ ହେଇଗଲା...ଚିନ୍ତାରେ ମାଲିକ

ଆଜିକାଲି ଯିଏ ଯେତେ ଦାମୀ କୁକୁର ରଖିଲା ତାକୁ ନେଇ ସେତିକି ଚର୍ଚ୍ଚା ମଧ୍ୟ ହେଲା। ତେବେ ଏମିତି ଜଣେ ବ୍ୟକ୍ତି ଦାମୀ ଏବଂ ବିରଳ ପ୍ରଜାତିର କୁକୁର ପାଳିବାକୁ ଯାଇ କିଭଳି ହଟହଟାର ସାମ୍ନା କରିଛନ୍ତି।

ଅଦ୍ୟତନ ହୋଇଛି
Dog Turns Out To Be A Bear

Dog Turns Out To Be A Bear

Advertisment

ଆଜିକାଲି କୁକୁର ପାଳିବା ଏକ ପ୍ରକାର ଷ୍ଟାଟସ୍ ସିମ୍ବଲ୍ ପାଲଟିଗଲାଣି। ଯିଏ ଯେତେ ଦାମୀ କୁକୁର ରଖିଲା ତାକୁ ନେଇ ସେତିକି ଚର୍ଚ୍ଚା ମଧ୍ୟ ହେଲା। ତେବେ ଏମିତି ଜଣେ ବ୍ୟକ୍ତି ଦାମୀ ଏବଂ ବିରଳ ପ୍ରଜାତିର କୁକୁର ପାଳିବାକୁ ଯାଇ କିଭଳି ହଟହଟାର ସାମ୍ନା କରିଛନ୍ତି।

Advertisment

ଚୀନ୍‌ର କୁନ୍‌ମିଙ୍ଗ ସହରରେ ରହୁଥିବା ସୁ ନାମକ ଜଣେ ବ୍ୟକ୍ତି ଏକ ଦାମୀ କୁକୁର କିଣିଲେ। ଏହି କୁକୁରଟି ତିବତିଆନ୍ ପ୍ରଜାତିର ଥିଲା ଏବଂ ଏହାର ଲୋମ ଏତେ ଘଞ୍ଚ ଯେ, ଏହା ଭାଲୁ ଭଳି ଦେଖାଯାଏ। ଏହାର ଓଜନ ସର୍ବାଧିକ ୧୫୦ ପାଉଣ୍ଡ ଯାଏ ରହିଥାଏ।

ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ‘କୁକୁର ମଣିଷ’: କୁକୁର ଭଳି ଦିଶିବାକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ, ଭିଡିଓ ଭାଇରାଲ୍‌

Advertisment

କୁକୁରଟି ପାଇବା ପରେ ସୁ ତାକୁ ବହୁତ ଯତ୍ନର ସହ ପାଳିବାକୁ ଲାଗିଲେ। ତେବେ ଧିରେ ଧିରେ କୁକୁରଟି ବଡ଼ ହେବା ପରେ ସୁ ତାକୁ ଆଉ ଖାଇବାକୁ ଦେବା ସମ୍ଭବ ହେଲା ନାହିଁ। କାରଣ ଥରେ ଥରେ କୁକୁରକୁ ସେ ଦୁଇ ବକେଟ୍ ନୁଡୁଲ୍ସ ଓ ଗୋଟିଏ ବକେଟ୍ ଫଳ ଦେଲେ ମଧ୍ୟ ତାହା ନିଅଣ୍ଟ ପଡ଼ିଯାଏ । କୁକୁରଟି ପୁଣି କିଛି ଖାଇବାକୁ ହାଇଁପାଇଁ ହୁଏ। ଏହା ଦେଖି ସୁଙ୍କର ସନ୍ଦେହ ହେଲା।

ଖାଲି ସେତିକି ନୁହେଁ, ଏହି କୁକୁର ପାଖରେ ପୋଷା ଜନ୍ତୁର କୌଣସି ଲକ୍ଷଣ ସେ ଦେଖିବାକୁ ପାଇଲେନି। ବେଳେ ବେଳେ ମଧ୍ୟ ଏହା କୁକୁର ନୁହେଁ ବୋଲି ତାଙ୍କର ସନ୍ଦେହ ହେଲା। ୟା ଭିତରେ ତାଙ୍କ କୁକୁରର ଓଜନ ବଢ଼ି ୨୫୦ ପାଉଣ୍ଡ ହୋଇଗଲା, ଯାହା ତାଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିଦେଲା। ଧିରେ ଧିରେ କୁକୁରଟି ମଧ୍ୟ ହିଂସ୍ର ହେବାକୁ ଲାଗିଲା। ତା’ ପାଖକୁ ଯିବାକୁ ଘର ଲୋକ ଭୟ କଲେ।

Advertisment

ସୁ ଆଉ କାଳ ବିଳମ୍ବ ନକରି ତାକୁ ପଶୁ ଡାକ୍ତରଙ୍କ ପାଖକୁ ନେବା ପରେ ଅସଲ କଥା ପଦାକୁ ଆସିଲା, ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ଗରମ ହୋଇଯିବ। ସୁ ଯେଉଁ କୁକୁରକୁ ଗତ ଦୁଇ ବର୍ଷ ହେଲା ପାଳି ଆସୁଥିଲେ, ତାହା ଏକ କୁକୁର ନଥିଲା, ଥିଲା ଏକ ହିମାଲୟାନ୍ ଭାଲୁ। ଗୋଟିଏ ହିଂସ୍ର ଭାଲୁକୁ ସୁ ଏଯାଏ ପାଳି ଆସୁଥିଲେ। ଏ କଥା ଜାଣିବା ପରେ ସୁ ସଂଗେ ସଂଗେ ଭାଲୁଟିକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

Ajab Gajab News Ajab Gajab Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ