Advertisment

ବିକିନୀ, ପେପର ସ୍ପ୍ରେ ଓ କପଲ୍‌ କିସ୍‌...ଦିଲ୍ଲୀ ମେଟ୍ରୋର ଏହି ୫ ଭିଡିଓ ଏବେ ଚର୍ଚ୍ଚାରେ

ମେଟ୍ରୋ ଟ୍ରେନ୍‌ରେ ଟିଭି ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଦେଶୀ ଭର୍ସନ ଯାତ୍ରା ଭିଡିଓ ଭାଇରାଲ୍‌ ଘଟଣା ପରଠୁ ଦିଲ୍ଲୀ ମେଟ୍ରୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀ ମେଟ୍ରୋରେ ଘଟିଥିବା ଏଭଳି ଅଜବ ଘଟଣାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଅଦ୍ୟତନ ହୋଇଛି
Delhi Metro Viral Videos

Delhi Metro Viral Videos

Advertisment

ମେଟ୍ରୋ ଟ୍ରେନ୍‌ରେ ଟିଭି ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଦେଶୀ ଭର୍ସନ ଯାତ୍ରା କରୁଥିବା ଭିଡିଓ ଭାଇରାଲ୍‌ ଘଟଣା ପରଠୁ ଦିଲ୍ଲୀ ମେଟ୍ରୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଜଣେ ଯୁବତୀ ମିନି ସ୍କର୍ଟ ପିନ୍ଧି ମେଟ୍ରୋରେ ଯାତ୍ରା ବେଳର ଦୃଶ୍ୟ ସୋସିଆଲ ମିଡିଆ ରେ ଭାଇରାଲ୍‌ ହୋଇଥିଲା। ଯାହାକୁ ନେଇ ଅନେକ ଟ୍ରୋଲ୍‌ ମଧ୍ୟ କରାଯାଇଥିଲା।

Advertisment

ଦିଲ୍ଲୀ ମେଟ୍ରୋରେ ଘଟିଥିବା ଏଭଳି ଅନେକ ଅଜବ ଘଟଣାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। କେତେବେଳେ ମେଟ୍ରୋ ଟ୍ରେନ୍‌ ଭିତରେ କପଲ୍‌ କିସ୍‌ କଲେଣି ତ ଆଉ କେତେବେଳେ ସିଟ୍‌କୁ ନେଇ ମହିଳାଙ୍କ ମଧ୍ୟରେ ଝଗଡ଼ା। ଆସନ୍ତୁ ନଜର ପକାଇବା ଦିଲ୍ଲୀ ମେଟ୍ରୋରେ ଘଟିଥିବା ଏଭଳି କିଛି ଅଜବ ଘଟଣା ଉପରେ...

  •  ଦିଲ୍ଲୀ ମେଟ୍ରୋରେ ଉର୍ଫିଙ୍କ ଦେଶୀ ଭର୍ସନ: ମିନି ସ୍କର୍ଟ ପିନ୍ଧି ମେଟ୍ରୋରେ ଯାତ୍ରା କରୁଥିବା ସମ୍ପୃକ୍ତ ଯୁବତୀଙ୍କୁ ଅନେକ ଟ୍ରୋଲ୍‌ କରାଯାଇଛି। କେହି କେହି ତାଙ୍କୁ ଉର୍ଫି ଜାଭେଦଙ୍କ ଦେଶୀ ଭର୍ସନ ମଧ୍ୟ କହିଛନ୍ତି। କାରଣ ନିଜର ହଟ୍‌କେ ପୋଷାକ ପରିଧାନ ରୁଚି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଟିଭି ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଭଳି ଯୁବତୀ ଜଣକ ପୋଷାକ ପିନ୍ଧି ମେଟ୍ରୋରେ ଯାତ୍ରା କରୁଥିଲେ। 
Advertisment

  • କପଲ୍‌ କିସ୍‌: ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ମେଟ୍ରୋ ଭିତରେ ସର୍ବସମ୍ମୁଖରେ କପଲ୍‌ କିସ୍‌ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏପରିକି କପଲ୍‌ ପ୍ରେମ କରୁଥିବା ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହେଲେ ସେମାନେ ଭୁଲି ଯାଆନ୍ତି ଯେ ସେମାନଙ୍କର ଏଭଳି ହର୍‌କତ୍‌ ପାଇଁ ଅନ୍ୟ ଯାତ୍ରୀମାନେ ଯାତ୍ରା କରିବା ପାଇଁ ସହଜ ମନେ କରନ୍ତି ନାହିଁ।

Advertisment
  • ମହିଳାଙ୍କ ମଧ୍ୟରେ ଝଗଡ଼ା: ସିଟ୍‌ ପାଇଁ ଦିଲ୍ଲୀ ମେଟ୍ରୋରେ ଝଗଡ଼ା ଏକ ନିତିଦିନିଆ ଘଟଣା ହୋଇଗଲାଣି। ପୂର୍ବରୁ ୨ ଜଣ ମହିଳା ଝଗଡ଼ା କରୁଥିବା ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏପରିକି ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ଚାଲି ଯାଇଥିଲା। ଝଗଡ଼ା ଏତେ ଜୋର୍‌ ହୋଇଥିଲା ଯେ, ୨ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଅନ୍ୟ ଜଣେ ମହିଳା ଯାତ୍ରୀଙ୍କ ଉପରକୁ ପେପର୍‌ ସ୍ପ୍ରେ କରିଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

  • ମ୍ୟୁଜିକ୍‌: ଏଭଳି ଅଜବ ଘଟଣା ବ୍ୟତୀତ ଅନେକ ଭଲ ଘଟଣା ମଧ୍ୟ ଦିଲ୍ଲୀ ମେଟ୍ରୋରେ ଦେଖିବାକୁ ମିଳିଥାଏ। କିଛି ଯୁବକ ଗିଟାର୍‌ ବଜାଇ ଗୀତ ଗାଉଥିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଯୁବକମାନଙ୍କୁ ଅନେକ ପ୍ରଶଂସା ମଧ୍ୟ କରିଥିଲେ।

  • ରିଲ୍ସ: ରିଲ୍ସ କରି ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିବା ନିଶା ଆଜିକାଲିର ଯୁବପିଢ଼ିଙ୍କୁ ବେଶୀ ଘାରିଛି। ଏମିତି ଅନେକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ମେଟ୍ରୋ ଭିତରେ ରିଲ୍ସ କରାଯାଇଥିବା ନଜର ଆସିଛି। କିଛିଦିନ ପୂର୍ବେ ଜଣେ ଯୁବତୀ ଭୋଜପୁରୀ ଗୀତରେ ମେଟ୍ରୋ ଭିତରେ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ୍‌ ହୋଇଥିଲା। 

Viral Video Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ