Advertisment

Viral Video: ବାପାଙ୍କୁ କିଡ୍‌ନୀ ଦାନ କଲା ଝିଅ; ଜାଣିଲା ପରେ କାନ୍ଦିଲେ ବାପା

ଜଣେ ଅଜଣା ବ୍ୟକ୍ତି ତାଙ୍କୁ କିଡ୍‌ନୀ ଦାନ କରି ତାଙ୍କ ଜୀବନ ବଞ୍ଚେଇଦେଲେ। କିନ୍ତୁ ଯେତେବେଳେ ସେ ବ୍ୟକ୍ତି ଜାଣିଲେ ଯେ ସେ ତାଙ୍କ ନିଜ ଝିଅ ଆଉ ସେ ତାଙ୍କୁ କିଡ୍‌ନୀ ଦେଇଛନ୍ତି, ସେତେବେଳେ ସେ କାନ୍ଦି ପକେଇଲେ।

ଅଦ୍ୟତନ ହୋଇଛି
Dad Finds Out Anonymous Kidney Donor Was His Own Daughter.

Dad finds anonymous kidney donor his owndaughter starts crying

Advertisment

କାହାର ଜୀବନ ବଞ୍ଚାଇବା ହେଉଛି ଏହି ଦୁନିଆର ଉଦାରତାର ସବୁଠାରୁ ବଡ କାମ। ତେବେ ଏହି ସୁଯୋଗ ଖୁବ୍ କମ ଲୋକଙ୍କୁ ମିଳେ। କିନ୍ତୁ ଯେତେବେଳେ ବି କେହି ଏହି ସୁଯୋଗ ପାଆନ୍ତି ଏହାକୁ ହାତଛଡା କରିବା ଉଚିତ୍ ନୁହେଁ କାରଣ ଦୁନିଆରେ ମାନବ ଜୀବନ ରକ୍ଷା କରିବା ଅପେକ୍ଷା ଆଉ କିଛି ବି ବଡ ନାହିଁ।

Advertisment

ସମ୍ପ୍ରତି ଜଣେ ବ୍ୟକ୍ତିଙ୍କ ସହ ଏମିତି କିଛି ଘଟଣା ଘଟିଛି। ​​ଯେତେବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ କିଡ୍‌ନୀ ଦାନ କରି ତାଙ୍କ ଜୀବନ ବଞ୍ଚେଇଦେଲେ। କିନ୍ତୁ ଯେତେବେଳେ ସେ ବ୍ୟକ୍ତି ଜାଣିଲେ ଯେ, ତାଙ୍କ ଝିଅ ତାଙ୍କୁ କିଡ୍‌ନୀ ଦେଇଛନ୍ତି, ସେତେବେଳେ ସେ କାନ୍ଦି ପକେଇଲେ। 

ଅଧିକ ପଢ଼ନ୍ତୁ: ସାନ ସିନା, ଦାନ ତା ମହାନ ! ବାପାଙ୍କୁ ଯକୃତ ଦେଇ ଦେଲା ନୂଆ ଜୀବନ

ସମ୍ପ୍ରତି @TheFigen_ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି ଯେଉଁଥିରେ ଜଣେ ବ୍ୟକ୍ତି ଡାକ୍ତରଖାନା ଶଯ୍ୟାରେ ପଡ଼ିଥିବାର ନଜର ଆସିଛନ୍ତି। ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକଙ୍କର କିଡ୍‌ନୀ ଅପରେସନ୍ ହୋଇଛି। କୌଣସି ବ୍ୟକ୍ତିର ଯଦି ଉଭୟ କିଡ୍‌ନୀ ନଷ୍ଟ ହୋଇଯାଏ, ତେବେ ସେ ଅନ୍ୟ ଗୋଟିଏ କିଡ୍‌ନୀ ଆଧାରରେ ବଞ୍ଚିପାରିବ। କିନ୍ତୁ କିଡ୍‌ନୀ ପାଇବା କଷ୍ଟକର, କାରଣ ଏହାକୁ ପ୍ରାୟ ସମସ୍ତେ ଦାନ କରନ୍ତି ନାହିଁ। ଯେଉଁମାନେ କିଡ୍‌ନୀ ଦାନ କରନ୍ତି ସେମାନଙ୍କ ହୃଦୟ ପ୍ରକୃତରେ ଖୁବ ବଡ ହୋଇଥାଏ।

Advertisment

ଏନେଇ ଏହି ଭାଇରାଲ୍ ଭିଡିଓରେ, ଯେତେବେଳେ ବ୍ୟକ୍ତି ଜଣକ ଜାଣିଲେ ଯେ ତାଙ୍କୁ କିଡ୍‌ନୀ ଦେଉଥିବା ବ୍ୟକ୍ତି ହେଲେ ତାଙ୍କ ନିଜ ଝିଅ ବ୍ୟତୀତ ଅନ୍ୟ କେହି ନୁହଁନ୍ତି ତେବେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଲେ। ଲୋକମାନେ ସବୁବେଳେ ନିଜ ପିଲା ପାଇଁ ଏକ ପୁଅ ଚାହାଁନ୍ତି କାରଣ ସେମାନେ ଭାବନ୍ତି ଯେ ଝିଅ ବାହା ହୋଇ ପର ଘରକୁ ଚାଲିଯିବ। କିନ୍ତୁ ଏହା ସତ ଯେ ଝିଅ ନିଜ ବାପାମାଆଙ୍କ ପାଇଁ ଯେତିକି କରେ ସେପରି ଅନ୍ୟ କେହି କରିପାରିବେ ନାହିଁ।

Advertisment

ଖବର ଲେଖା ହେବା ବେଳକୁ ଏହି ଭିଡିଓକୁ ୧୦.୯ ଲକ୍ଷରୁ ଅଧିକ ଦେଖିସାରିଥିଲେ। ଅନେକ ନିଜ ମତ ଦ୍ୱାରା ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ କହିଛନ୍ତି ତାଙ୍କ ଭାଗ୍ୟ ଉଜ୍ଜ୍ୱଳ ଯେ ତାଙ୍କ ଝିଅର ବ୍ଲଡ୍ ଗ୍ରୁପ୍ ମିଶିଗଲା ଆଉ ସେ ତାଙ୍କ ବାପାଙ୍କୁ କିଡ୍‌ନୀ ଦେବାରେ ସକ୍ଷମ ହୋଇଥିଲେ। ନଚେତ୍ ତାଙ୍କୁ ଅଜଣା ଲୋକଙ୍କଠାରୁ କିଡ୍‌ନୀ ନେବାକୁ ପଡଥାନ୍ତା। ଆଉ ଜଣେ କହିଛନ୍ତି ଯେ ଏହା ଏକ ହୃଦୟସ୍ପର୍ଶୀ ଘଟଣା।

Organ Donation Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ