Helicopter
ଆପଣ ମାନେ ବର୍ଷା ଦେଖିଛନ୍ତି । ବାଦଲ ଫଟା ବର୍ଷା ମଧ୍ୟ ଦେଖିଛନ୍ତି । କିନ୍ତୁ ଟଙ୍କା ବର୍ଷା କେବେ ଦେଖିଛନ୍ତି କି । ଆକାଶରୁ ବିଡ଼ା ବିଡ଼ା ନୋଟର ବର୍ଷା । ନକଲି ନୁହେଁ, ପୁଣି ସବୁଗୁଡ଼ା ଅସଲି । ହେଲିକପ୍ଟରରୁ ଉଡ଼ୁଛି ଟଙ୍କା । ସେ ବି ୧୦୦ କି ୨୦୦ ନୁହେଁ, ୧୦ ଲକ୍ଷ ଡଲାର । ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୮ କୋଟି ଟଙ୍କା । ବିଶ୍ବାସ ନହେଲେ ବି କଥାଟି ସତ ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଚେକ ଗଣରାଜ୍ୟରେ । ପ୍ରତିଷ୍ଠିତ ଟିଭି ହୋଷ୍ଟ ତଥା ଚେକ ଗଣରାଜ୍ୟର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏପରି କାରନାମା କରିଛନ୍ତି ।
'ଲାଇସା ନାଡ ଲାବେମ' ନିକଟରେ ଥିବା ଏକ ସହର ପାଖେ ବୃଷ୍ଟି କରିଛନ୍ତି ବିଡ଼ା ବିଡ଼ା ଟଙ୍କା । କାଜମା ଦ୍ବାରା ଜଣାଶୁଣା ଥିବା ଟିଭି ହୋଷ୍ଟ କାମିଲ ବାର୍ଟୋଶେକ ଟଙ୍କା ବର୍ଷା କରିଛନ୍ତି । ତେବେ ଟଙ୍କା ବର୍ଷାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିଛିଦିନ ପୂର୍ବେ ସେ ଏକ ପ୍ରତିଯୋଗିତା ଆୟୋଜନ କରିଥିଲେ । ପ୍ରତିଯୋଗିତାରେ ଏକ କୋଡକୁ ଭାଙ୍ଗି ଟଙ୍କା ନେବାର ଥିଲା । କୋଡଟି ତାଙ୍କ ସିନେମା, 'ୱାନ ମ୍ୟାନ ସୋ: ଦ ମୁଭି'ର ବୋଲି କାଜମା ଘୋଷଣା କରିଥିଲେ । ତେବେ କୌଣସି ପ୍ରତିଯୋଗୀ ଉକ୍ତ କୋଡକୁ ଭାଙ୍ଗି ଟଙ୍କା ନେଇ ପାରିଲେ ନାହିଁ ।
ଏଣୁ ଏହାର ବିକଳ୍ପ ଭାବେ ସେ ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ପୁରସ୍କାର ଟଙ୍କା ବାଣ୍ଟିବାକୁ ସ୍ଥିର କଲେ । ନିଜର ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ସେ ଟଙ୍କାଗୁଡ଼ିକୁ ହେଲିକପ୍ଟର ଦ୍ବାରା ପ୍ରତିଯୋଗୀଙ୍କ ଉପରେ ବର୍ଷା କରିଥିଲେ । ଏନେଇ ସେ ଏକ ଭିଡ଼ିଓ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହା ସହ କ୍ୟାପସନରେ ଦୁନିଆର ପ୍ରଥମ ପ୍ରକୃତ ଟଙ୍କା ବର୍ଷା ବୋଲି ଲେଖିଛନ୍ତି ।
ଟଙ୍କା ଗୁଡ଼ିକ ବିଛାଡ଼ି ହୋଇ ପଡ଼ିବା ପରେ ପ୍ରତିଯୋଗୀଙ୍କ ମଧ୍ୟରେ ଟଙ୍କା ନେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ତେବେ ସମସ୍ତ ପ୍ରତିଯୋଗୀ ସୁରକ୍ଷିତ ଥିବା କହିଛନ୍ତି କାଜମା । ପାଖାପାଖି ୪୦୦୦ ଲୋକ ଏହି ଟଙ୍କା ସଂଗ୍ରହ କରିଥିଲେ ବୋଲି ଜଣା ପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Helicopter_1698311454.jpg)