Advertisment

ଜୋମାଟୋକୁ ଗ୍ରାହକଙ୍କ ରିକ୍ୱେଷ୍ଟ; ‘ଘରକୁ ଚିକେନ ଆଣିବା ମନା, ଦୟାକରି ବିଲ୍ ଦେବେନି’

ପୋଷ୍ଟରେ ଜଣେ ଗ୍ରାହକଙ୍କ ବିଲ୍ ଅଛି, ଯେଉଁଥିରେ ଗ୍ରାହକ ନୋଟରେ ରେଷ୍ଟୁରାଣ୍ଟକୁ ଏକ ଅନୁରୋଧ କରିଛନ୍ତି। ଯାହାକୁ ଦେଖିଲେ ଆପଣ ବି ହସ ରୋକି ପାରିବେ ନାହିଁ।

Customer Hilarious Request To Zomato

Customer Hilarious Request To Zomato

Advertisment

ଆଜିକାଲି ଅନଲାଇନ୍ ଅର୍ଡର କଲେ ସବୁ ଜିନିଷ ହାତ ପାହାନ୍ତାରେ ମିଳିଯାଉଛି। ଆମେ ଘରେ ବସି ଦୈନନ୍ଦିନର ଆବଶ୍ୟକୀୟ ଜିନିଷ ମଗାଇ ପାରୁଛେ। ଅନଲାଇନରେ ଅର୍ଡର କରିବାର ମାତ୍ର କିଛି ମିନିଟ୍ ମଧ୍ୟରେ ମନପସନ୍ଦର ସୁଆଦିଆ ଖାଦ୍ୟ ଘରେ ବସି ଖାଇପାରୁଛେ। ତେବେ ଖାଦ୍ୟ ଅନଲାଇନ ଅର୍ଡର କରିଥିବା ଜଣେ ବ୍ୟକ୍ତିଙ୍କ ବିଲ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଯେତେବେଳେ ଆମେ ଅର୍ଡର କରୁ ସେତେବେଳେ ଗ୍ରାହକଙ୍କ ପାଇଁ ଏକ ନୋଟ୍ ଦେବାର ବିକଳ୍ପ ଥାଏ। ଖାଦ୍ୟର ଅର୍ଡର ନେଇ ଆମେ କିଛି ବି ମନ୍ତବ୍ୟ ଦେଇଥାଉ। କାହାକୁ ବିନା ପିଆଜର ଖାଦ୍ୟ ଦରକାର ହୋଇଥାଏ ତ ଆଉ କେହି ଘର ଆଗରେ ଖାଦ୍ୟ ରଖିଦେଇ ଯିବାର ନିର୍ଦ୍ଦେଶ ଏଥିରେ ଲେଖିଥାଆନ୍ତି।ଏପରି ଏକ ନୋଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯାହାକୁ ସାହିଲ ହିଲାରିଅସ୍ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ସେୟାର କରିଛନ୍ତି । ଏହି ପୋଷ୍ଟରେ ଜଣେ ଗ୍ରାହକଙ୍କ ବିଲ୍ ଅଛି, ଯେଉଁଥିରେ ଗ୍ରାହକ ନୋଟରେ ରେଷ୍ଟୁରାଣ୍ଟକୁ ଏକ ଅନୁରୋଧ କରିଛନ୍ତି। ଯାହାକୁ ଦେଖିଲେ ଆପଣ ବି ହସ ରୋକି ପାରିବେ ନାହିଁ।

Advertisment

ଏଥିରେ ଲେଖା ଅଛି ଯେ 'ଅର୍ଡର ଖାଦ୍ୟ ସହିତ ବିଲ୍ ପଠାନ୍ତୁ ନାହିଁ କିମ୍ୱା କୌଣସି ସ୍ଥାନରେ ଚିକେନ୍ ଲେଖନ୍ତୁ ନାହିଁ। କାରଣ ଆମ ଘରେ ଆମିଷ ଖାଦ୍ୟ ଆଣିବା ନିଷେଧ। ଏହି ସହିତ କଟଲରି ବା ଚାମଚ ପଠାଇବାକୁ ଆଦୌ ଭୁଲିବେ ନାହିଁ।’ ମାତ୍ର, ରେଷ୍ଟୁରାଣ୍ଟ ଏହାକୁ ଓଲଟା ବୁଝିଲା ଓ ଗ୍ରାହକଙ୍କ ଘରକୁ ଅର୍ଡର ସହ ଚିକେନ୍ ବିଲ୍ ପଠାଇ ଦେଲା।

Advertisment

ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ଏହି ବିଲ୍ ଦେଖି ହସିବା ସହ ଅନେକ ପ୍ରଶ୍ନ କରିଛନ୍ତି। କିଛି ୟୁଜର୍ସ ତାଙ୍କୁ ମାଂସାସୀ ବୋଲି ଲେଖି କମେଣ୍ଟ କରିଛନ୍ତି। ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ ଜୋମାଟୋ ଏହି ନୋଟକୁ ବିଲରେ ଛାପିଦେଲା, ସେମାନେ କେବେବି ଏହି ନିର୍ଦ୍ଦେଶାବଳୀକୁ ପାଳନ କରନ୍ତି ନାହିଁ।

Social Media Online Order
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ