Advertisment

ଗଞ୍ଜେଇ ଟାଣୁଥିବା ବ୍ୟକ୍ତିଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା

ଏମିତି ଏକ କମ୍ପାନୀ, ଯାହାକି ଧୂମ୍ରପାନ କରୁଥିବା ବ୍ୟକ୍ତି ଅର୍ଥାତ୍‌ ‘ପ୍ରଫେସନାଲ୍‌ ସ୍ମୋକର୍ସ’ଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ଜାରି କରିଛି। ସବୁଠାରୁ ବଡ଼ କଥା, ଦରମା ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ।

ଅଦ୍ୟତନ ହୋଇଛି
Company Offer Jobs For Cannabis Tester Salary 88 Lakhs

Company Offer Jobs For Cannabis Tester Salary 88 Lakhs

Advertisment

ଧୂମ୍ରପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ହେଲେ ଏମିତି ଏକ କମ୍ପାନୀ, ଯାହାକି ଧୂମ୍ରପାନ କରୁଥିବା ବ୍ୟକ୍ତି ଅର୍ଥାତ୍‌ ‘ପ୍ରଫେସନାଲ୍‌ ସ୍ମୋକର୍ସ’ଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ଜାରି କରିଛି। ସବୁଠାରୁ ବଡ଼ କଥା, ଦରମା ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ନିଯୁକ୍ତି ବିଜ୍ଞାପନ ଅନୁସାରେ, ଆପଣଙ୍କୁ କେବଳ ଧୂମ୍ରପାନ କରି ଏହାର କ୍ୱାଲିଟି ପରଖିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ବର୍ଷକୁ ୮୮ ଲକ୍ଷ ଟଙ୍କାର ଦରମା ମଧ୍ୟ ମିଳିବ।

Advertisment

ଦ ସନ୍‌ ରିପୋର୍ଟ ଅନୁସାରେ, ଜର୍ମାନୀରେ ଏହି କାନାମେଡିକାଲ୍‌ କମ୍ପାନୀ ‘କାନାବିସ୍‌ ସୋମ୍ମେଲିୟର(Cannabis Sommelier)’ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି। କମ୍ପାନୀକୁ ଏମିତି ଜଣେ କର୍ମଚାରୀ ଆବଶ୍ୟକ, ଯିଏକି ବୃତ୍ତିଗତ ଭାବେ ଗଞ୍ଜେଇ ଟାଣୁଥିବେ ଓ ପ୍ରଡକ୍ଟର କ୍ୱାଲିଟିକୁ ଭଲ ଭାବେ ପରଖି ପାରୁଥିବେ। ଅର୍ଥାତ୍‌ କମ୍ପାନୀକୁ 'Weed Expert' ଆବଶ୍ୟକ। 

ଅଧିକ ପଢ଼ନ୍ତୁ: ଏମିତି ଚାକିରି ଭାଗ୍ୟରେ ଥିଲେ ମିଳେ... ଖାଲି ଖାଇବ ଆଉ ଶୋଇବ...

ଏହି କମ୍ପାନୀ ଔଷଧ ଭାବେ ଗଞ୍ଜେଇ ବିକ୍ରି କରିଥାଏ। ତେଣୁ ଏଥିପାଇଁ ଏମିତି ଜଣେ ବ୍ୟକ୍ତିଙ୍କ ଆବଶ୍ୟକ ରହିଛି, ଯିଏ ପ୍ରଡକ୍ଟର ଗନ୍ଧ ବାରି ଏହାକୁ ଚେକ୍‌ କରିବା ସହ ଏହାକୁ ଟାଣି ଏହାର କ୍ୱାଲିଟି ମଧ୍ୟ ଯାଞ୍ଚ କରିପାରିବେ। କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ପ୍ରଡକ୍ଟର କ୍ୱାଲିଟିକୁ ସୁନିଶ୍ଚିତ କରିବା ପାଇଁ 'Weed Expert' ଖୋଜା ଯାଉଛି। 

Advertisment

କମ୍ପାନୀର ସିଇଓଙ୍କ କହିବା ଅନୁସାରେ, ଯେଉଁମାନେ ଅଷ୍ଟ୍ରେଲିଆ, କାନାଡା, ପର୍ତ୍ତୃଗାଲ, ମାସେଡୋନିଆ ଓ ଡେନମାର୍କ ଦେଶରେ ଥିବା କମ୍ପାନୀର ପ୍ରଡକ୍ଟକୁ ଭଲ ଭାବେ ଯାଞ୍ଚ କରିପାରିବେ ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହାସହ ଜର୍ମାନୀରେ ଡେଲିଭରୀ  ହୋଇଥିବା ପ୍ରଡକ୍ଟର କ୍ୱାଲିଟିକୁ ମଧ୍ୟ ତାଙ୍କୁ ଚେକ୍‌ କରିବାକୁ ପଡ଼ିବ। ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ‘କାନାବିସ୍‌ ପେସେଣ୍ଟ୍‌’ ଥିବା ଜରୁରୀ। ଏହାସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରେ ଆଇନଗତ ଭାବେ ଗଞ୍ଜେଇ ଟାଣିବା ପାଇଁ ଲାଇସେନ୍ସ ଥିବା ଜରୁରୀ। 

ସବୁଠାରୁ ବଡ଼ କଥା, ଏହି ଚାକିରି ପାଇଁ ମଧ୍ୟ ଲୋକଙ୍କ ଲମ୍ବା ଧାଡ଼ି ଲାଗିଛି। ସୂଚନାଥାଉ କି, ଗତବର୍ଷ ଜର୍ମାନୀରେ ଗଞ୍ଜେଇ ଟାଣିବାକୁ ଆଇନଗତ ମାନ୍ୟତା ମିଳିଛି। ତେବେ ଏହାକୁ କେବଳ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ୩୦ ଗ୍ରାମରୁ ଅଧିକ ଗଞ୍ଜେଇ ରଖିଲେ ଆକ୍ସନ ନିଆଯାଇପାରେ। 

Advertisment
Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ