Class room ramp walk
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର...ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଗୁରୁ ହିଁ ଇଶ୍ୱରଙ୍କ ଅନ୍ୟ ରୂପ । କାରଣ ଗୁରୁ କେବଳ ଯେ ଶିକ୍ଷାଦାନ କରନ୍ତି ତାହା ନୁହେଁ । ଛାତ୍ରଛାତ୍ରୀଙ୍କୁ ଭଲ ମଣିଷଟିଏ କରି ଗଢି ତୋଳିବା ପଛରେ ଯେତିକି ଅବଦାନ ପିତାମାତାଙ୍କର ଥାଏ, ଠିକ୍ ସେତିକି ଗୁରୁଙ୍କର ବି ଥାଏ । ସେଥିପାଇଁ ତ ଗୁରୁ-ଶିଷ୍ୟ ସମ୍ପର୍କ ସବୁବେଳେ ସ୍ୱତନ୍ତ୍ର ।
ଏମିତି ଏକ ଗୁରୁଙ୍କ ବିଷୟରେ ଆସନ୍ତୁ ଜାଣିବା, ଯିଏ ନିଜ ଛାତ୍ରଛାତ୍ରୀଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବାକୁ ଅନନ୍ୟ ପ୍ରୟାସ କରିଛନ୍ତି । କୁନିକୁନି ପିଲମାନଙ୍କ ପାଇଁ କ୍ଲାସରୁମ୍ ଭିତରେ ହୋଇଛି ରାମ୍ପ ୱାକ୍ । ଯାହାକି ଏହି କୁନି ବିଦ୍ୟାର୍ଥୀଙ୍କ ମୁହଁରେ ହସ ଖେଳାଇ ପାରିଛି ।
ଆଉ କ୍ଲାସ୍ ରୁମ୍ରେ କମାଲ କରିଛନ୍ତି ଏହି କୁନି କୁନି ପିଲା । ସେମାନଙ୍କ ରାମ୍ପ୍ ୱାକ୍ ବି କେଉଁ ମଡେଲ୍ଠୁ କମ୍ ନୁହେଁ । କିଏ ମୁଣ୍ଡରେ ରୁମାଲ୍ ବାନ୍ଧି ଚାଲୁଛି ତ ଆଉ କେହି କ୍ରିକେଟର୍ ଅନ୍ଦାଜରେ ବ୍ୟାଟ୍ ଚଳାଉଛି । କିଏ ସଲମାନ ଖାନ୍ ସାଜିଛି ତ କିଏ ହୋଇଛି ବିରାଟ୍ । ସେହିପରି କିଏ ଫ୍ଲାଇଂ କିସ୍ ଦେଉଛି ତ କିଏ କରୁଛି ଡ୍ୟାନ୍ସ ।
ଏସବୁର ଭିଡିଓ ଇଣ୍ଟରନେଟ୍ରେ ଭାଇରାଲ ହେବା ପରେ ଅନେକ କମେଣ୍ଟ କରିଛନ୍ତି ୟୁଜର୍ସ । ସମସ୍ତେ ଶିକ୍ଷକଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ତେବେ ଏହି ଭିଡିଓଟି ମେଘାଳୟର ବୋଲି କୁହାଯାଉଛି । ଶିକ୍ଷକଙ୍କ ବିଷୟରେ ସଠିକ୍ ତଥ୍ୟ ମିଳିପାରିନଥିଲେ ବି ତାଙ୍କର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି । କାରଣ ତାଙ୍କର ଏହି ପ୍ରୟାସ କୁନି ପିଲାଙ୍କ ମୁହଁରେ ହସ ଫୁଟାଇପାରିଛି । ହସିଖେଳି ପିଲାମାନଙ୍କୁ ପାଠ ପଢାଇବାକୁ ପ୍ରୟାସ କରିବାର ଏହି ଉଦ୍ୟମକୁ ନେଇ ଏବେ ସବୁଠି ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751526627.jpg)