Advertisment

ଚାହୁଁ ଚାହୁଁ ଗଭୀର ଜଳପ୍ରପାତ ଭିତରକୁ ଖସି ପଡ଼ିଲା କାର୍‌, ଗାଡ଼ିରେ ଥିଲେ ବାପା ଓ ଝିଅ...

କାର୍‌ଟି ହଠାତ୍‌ ତଳକୁ ଗଡ଼ି ଯିବା ସହ ପଲ୍‌ଟି ଜଳପ୍ରପାତ ଭିତରକୁ ଖସି ପଡ଼ିଥିଲା। ଏତିକିବେଳେ କାର୍‌ ଭିତରେ ଥିବା ବ୍ୟକ୍ତି ଜଣକ ଗାଡ଼ି ଭିତରୁ ଛିଟିକି ପାଣି ଭିତରେ ପଡ଼ିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Viral Video: Car Falls Into Waterfall In Indore

Car Falls Into Waterfall In Madhya Pradesh

ଗଭୀର ଜଳପ୍ରପାତ ଭିତରକୁ ଖସି ପଡ଼ିଲା କାର୍‌। ସୌଭାଗ୍ୟବଶତଃ, କାର୍‌ ଭିତରେ ଥିବା ବାପା ଓ ଝିଅଙ୍କୁ ସେଠାରେ ଉପସ୍ଥିତ ଲୋକେ ସୁରକ୍ଷିତ ଉଦ୍ଧାର କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଲୋଧିଆକୁଣ୍ଡ ଜଳ ପ୍ରପାତରେ ଏଭଳି ଦୁର୍ଘଟଣା ଘଟିଛି। ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି। 

Advertisment

ସୂଚନା ଅନୁସାରେ, ରବିବାର ଛୁଟି ପାଇଁ ଲୋଧିଆକୁଣ୍ଡ ଜଳ ପ୍ରପାତରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ତେବେ ନାଲି ରଙ୍ଗର ଏକ କାର୍‌ରେ ଆସିଥିବା ଏକ ପରିବାର ସେମାନଙ୍କ କାର୍‌କୁ ଠିକ୍ ଜଳପ୍ରପାତ ପାଣିକୁ ଲାଗିଥିବା ପଥର ଉପରେ ହିଁ ପାର୍କିଂ କରିଥିଲେ।

Advertisment

ଏହି ସମୟରେ କାର୍‌ରେ ୧୩ ବର୍ଷର ଝିଅ ଓ ତାଙ୍କ ବାପା ଥିଲେ। କାର୍‌ଟି ହଠାତ୍‌ ତଳକୁ ଗଡ଼ି ଯିବା ସହ ପଲ୍‌ଟି ଜଳପ୍ରପାତ ଭିତରକୁ ଖସି ପଡ଼ିଥିଲା। ଏତିକିବେଳେ କାର୍‌ ଭିତରେ ଥିବା ବ୍ୟକ୍ତି ଜଣକ ଗାଡ଼ି ଭିତରୁ ଛିଟିକି ପାଣି ଭିତରେ ପଡ଼ିଥିଲେ। ହେଲେ ତାଙ୍କ ୧୩ ବର୍ଷର ଝିଅଟି କାର୍‌ ଭିତେର ଫସି ରହିଥିଲେ।

ଏଭଳି ଅଘଟଣ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ପାଣିକୁ ଡେଇଁ ବାପା ଓ ଝିଅଙ୍କୁ ଉଦ୍ଧାର କରିଥିଲେ। ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment
Advertisment