୪ ବର୍ଷର କୁନି ଛୁଆକୁ ଶିଙ୍ଗରେ ମାରି ଘୋଷାଡ଼ି ନେଲା ବୁଲା ଷଣ୍ଢ..

ଏଥର କିନ୍ତୁ ବୁଲା କୁକୁର ନୁହେଁ ବୁଲା ଷଣ୍ଢ । କୁନି ଛୁଆଟି ଅଜାଣତରେ ଏମିତି ବୁଲୁ ବୁଲୁ ଘର ବାହାକୁ ଚାଲିଆସିଥିଲା । ଆଉ ରାସ୍ତାରେ ବୁଲୁଥିବା ଷଣ୍ଢ ତାକୁ ଦେଖି ହୁରୁଡ଼ିଥିଲା ।

Bull Attack

ପୁଣି ସାମ୍ନାକୁ ଆସିଲା ଆଉ ଏକ ଛାତି ଥରା ଦୃଶ୍ୟ । ପୂର୍ବରୁ ଆପଣ ମାନେ ଶୁଣିଥିଲେ ବା ଦେଖିଲେ ଯେ, କୁନି ଛୁଆକୁ ବୁଲା କୁକୁର ମାନେ ଝୁଣି ଖାଉଛନ୍ତି । ଗୋଟିଏ ନୁହେଁ ଏମିତି ଲଗାତର ଭାବେ ଦୁଇ ତିନୋଟି ଘଟଣା ସାମ୍ନାକୁ ଆସିଥିଲା । ଯାହାଫଳରେ କିନି ଛୁଆଙ୍କୁ ବାହାରକୁ ଆଉ ଏକା ଛାଡ଼ିବାକୁ ଅଭିଭାବକମାନେ ଡରିଲେ । ଆଉ କୁନି ଛୁଆ ଘର ଦୁଆରେ ଖେଳିବା ବେଳେ ବି ପରିବାର ଲୋକ ତା ଉପରେ ନଜର ରଖିଲେ । ହେଲେ ଏବେ ପୁଣି ସେମିତି ଏକ ଘଟଣା ସାମ୍ନାକୁ ଆସିଛି ।

ଏଥର କିନ୍ତୁ ବୁଲା କୁକୁର ନୁହେଁ ବୁଲା ଷଣ୍ଢ । କୁନି ଛୁଆଟି ଅଜାଣତର ଏମିତି ବୁଲୁ ବୁଲୁ ଘର ବାହାକୁ ଚାଲିଆସିଥିଲା । ଆଉ ରାସ୍ତାରେ ବୁଲୁଥିବା ଷଣ୍ଢ ତାକୁ ଦେଖି ହୁରୁଡ଼ିଥିଲା । କୁନି ଛୁଆକୁ ଷଣ୍ଢ ଦେଖୁ ଦେଖୁ ତା’ଆଡ଼କୁ ମାଡ଼ି ଯାଇଥିଲା । ଆଉ ତାକୁ ଶିଙ୍ଗରେ ମାରି ଘୋଷାଡ଼ି ନେଇଥିଲା । ଖାଲି ସେତିକି ନୁହେଁ କୁନି ଛୁଆକୁ ଷଣ୍ଢ ନିଜ ପେଟ ତଳେ ଚାପି ରଖିଲା ।

ହେଲେ ସୌଭାଗ୍ୟବଶତଃ ଦୁଇ ଜଣ ବ୍ୟକ୍ତି ଘଟଣାସ୍ଥଳକୁ ଦଉଡ଼ି ପଳାଇ ଆସିଲେ । ଆଉ କୁନି ଛୁଆକୁ ରକ୍ଷା କରିଦେଲେ । କୁନି ଛୁଆଟିର ବୟସ ମାତ୍ର ୪ ବର୍ଷ । ଏହି ଘଟଣା ଆଲିଗଡ଼ରେ ଘଟିଛି । ଏବେ କୁନି ଛୁଆର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । 

ତେବେ ଷଣ୍ଢ ଆକ୍ରମଣର ଏକ ସିସିଟିଭି ଭିଡିଓ ମଧ୍ୟ ରହିଛି । ପୁରା ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ହେଲେ ସେହି ଦୃଶ୍ୟ ଏତେ ହୃଦୟ ବିଦାରକ ଯେ, ତାହା ଆମେ ଆପଣଙ୍କୁ ଦେଖାଇପାରୁ ନାହୁଁ ।

Bull Attack