Advertisment

ଦ୍ୱାଦଶ ପରୀକ୍ଷାରେ କନ୍ୟାର କମ୍‌ ନମ୍ବର ଦେଖି ହଜମ କରିପାରିଲାନି ବର, ଭାଙ୍ଗିଦେଲା ବାହାଘର...

ଦ୍ୱାଦଶ ପରୀକ୍ଷାରେ କମ୍‌ ନମ୍ବର ରଖିଥିଲା କନ୍ୟା। ଏହା ଜାଣିବା ପରେ ସହଜେ ହଜମ କରିପାରିଲାନି ବର। ଶେଷରେ ବାହାଘର ଭାଙ୍ଗି ଦେଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bride secured poor marks in Class 12 exam, Groom cancels marriage

Bride secured poor marks in Class 12 exam, Groom cancels marriage

ଦ୍ୱାଦଶ ପରୀକ୍ଷାରେ କମ୍‌ ନମ୍ବର ରଖିଥିଲା କନ୍ୟା। ଏହା ଜାଣିବା ପରେ ସହଜେ ହଜମ କରିପାରିଲାନି ବର। ଶେଷରେ ବାହାଘର ଭାଙ୍ଗି ଦେଲା। ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାର ତିର୍‌ଭା କୋଟୱାଲି ଅଞ୍ଚଳରେ ଏହି ଅଜବ ଘଟଣା ଘଟିଛି। 

Advertisment

ଅମରଉଜାଲା(Amarujala) ରିପୋର୍ଟ ଅନୁସାରେ, ବିବାହ ପୂର୍ବରୁ ଏକ ସେରିମୋନିର ଆୟୋଜନ ହୋଇଥିଲା। ଯେଉଁଠି ବର ପକ୍ଷର ମହିଳାମାନେ କନ୍ୟାଙ୍କୁ ଗ୍ରହଣ କରିଥାନ୍ତି। ହେଲେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କନ୍ୟା ବାପାଙ୍କ ଅଭିଯୋଗ ଅନୁସାରେ, ଝିଅ ଦ୍ୱାଦଶ ପରୀକ୍ଷାରେ କମ୍‌ ମାର୍କ ରଖିଥିବା ଦର୍ଶାଇ ବର ପକ୍ଷ ବାହାଘର ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ। ଏଥିରେ ଚିନ୍ତିତ ହୋଇ, କନ୍ୟାଙ୍କ ବାପା ବର ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ପୋଲିସ୍‌ରେ ଅଭିଯୋଗ କରିଥିଲେ। ଏହାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଥିଲେ।

ଅଭିଯୋଗ ଅନୁସାରେ, ବାଗାନୱା ଗାଁର ରାମଶଙ୍କରଙ୍କ ପୁଅ ସୋନୁଙ୍କ ସହ ସୋନିଙ୍କ ବିବାହ ସ୍ଥିର ହୋଇଥିଲା। ଏନେଇ ବାହାଘର ପୂର୍ବରୁ ପରିବାର ଲୋକ ଗତବର୍ଷ ଡିସେମ୍ବର ୪ରେ ଏକ ସେରିମୋନି ଆୟୋଜିତ କରିଥିଲେ। ଏଥିରେ କନ୍ୟା ଘର ଲୋକ ୬୦ ହଜାର ଟଙ୍କା ଖର୍ଚ୍ଚ କରିବା ସହ ୧୫ ହଜାର ଟଙ୍କାର ସୁନା ମୁଦି ବରକୁ ଦେଇଥିଲେ। ତେବେ ସେରିମୋନିର କିଛିଦିନ ପରେ ବର ପକ୍ଷ ଯୌତୁକ ଦାବି କରିଥିଲେ। ଅଧିକ ଯୌତୁକ ଦେଇ ପାରିବେନି ବୋଲି କନ୍ୟାଙ୍କ ବାପା ମନା କରି ଦେବାରୁ ଝିଅ ଦ୍ୱାଦଶ ପରୀକ୍ଷାରେ କମ୍‌ ମାର୍କ ରଖି ଥିବା ଦର୍ଶାଇ ବର ପକ୍ଷ ସମ୍ପର୍କ ଭାଙ୍ଗି ଥିଲେ।

Advertisment

ଏପରିକି କନ୍ୟା ପକ୍ଷ, ବର ପକ୍ଷଙ୍କୁ ବୁଝାସୁଝା କରିଥିଲେ। ହେଲେ ବର ପକ୍ଷ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ। ଉପାୟ ଶୂନ୍ୟ ହୋଇ କନ୍ୟା ପକ୍ଷ ଏନେଇ ପୋଲିସ୍‌ରେ ଅଭିଯୋଗ କରିଥିଲେ। ସୂଚନାଥାଉ କି, ୨ ପରିବାର ମଧ୍ୟରେ କାଉନସେଲିଂ ଜରିଆରେ ସମସ୍ୟାର ସମାଧାନ ଲାଗି ପୋଲିସ୍‌ ଚେଷ୍ଟା କରୁଛି। ଯଦି ସମାଧାର ବାଟ ନାବାହାରେ ତା’ହେଲେ ଏଫ୍‌ଆଇଆର୍‌ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ ସୂଚନା ଦେଇଛି। 

Marriage
Advertisment
Advertisment