Advertisment

Viral Video: ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜିମ୍‌ ଯାଇ ଝାଳ ବୁହାଇଲେ କନ୍ୟା

ବର୍ତ୍ତମାନ ଗୋଟିଏ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଜଣେ କନ୍ୟା ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜିମ୍‌ରେ ବ୍ୟାୟାମ କରୁଥିବା ଦେଖାଯାଏ। ସେ ଡମ୍ବଲ ଉଠାଉଛନ୍ତି ଆଉ ଝାଳ ବୁହାଉଛନ୍ତି। ଏହା ଦେଖି ଲୋକେ କହିଲେ…

ଅଦ୍ୟତନ ହୋଇଛି
Bride Vira Video

Bride in gym before marriage

Advertisment

ଅଧିକାଂଶ ଲୋକ ସେମାନଙ୍କର ବିବାହକୁ ସ୍ମରଣୀୟ ଏବଂ ସ୍ୱତନ୍ତ୍ର କରିବା ପାଇଁ ଅନେକ କିଛି କରନ୍ତି। ବିବାହ ପୂର୍ବରୁ ବର କନ୍ୟା ଏହାର ପ୍ରସ୍ତୁତିରେ ବ୍ୟସ୍ତ ରୁହନ୍ତି। ଏଥି ସହିତ ପରିବର୍ତ୍ତନଶୀଳ ସମୟରେ ବିବାହ ପୂର୍ବରୁ ପ୍ରି-ୱେଡିଙ୍ଗ୍ ସୁଟ୍ ଖୁବ୍ ଟ୍ରେଣ୍ଡିଂ ହୋଇଛି, ଯାହାକୁ ଆଜିକାଲି ଅତି ଅନ୍ତରଙ୍ଗ ସହିତ କରାଯାଉଛି।

Advertisment

ଏଥିପାଇଁ, ବେଳେବେଳେ କନିଆଁ ବେଶ ହୋଇ ଝିଅ ବୁଲେଟ୍ କିମ୍ବା ସ୍କୁଟି ଚଳାଉଥିବାର ଦେଖାଯାଏ, ଏବଂ ବେଳେବେଳେ ସେ ନିଜେ କାର୍‌ ବୋନେଟ୍ ଉପରେ ଫଟୋସୁଟ୍ କରୁଥିବାର ଦେଖାଯାଏ। ବର୍ତ୍ତମାନ ଏହିପରି ଗୋଟିଏ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଜଣେ କନ୍ୟା ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜିମ୍‌ରେ ବ୍ୟାୟାମ କରୁଥିବା ଦେଖାଯାଏ।

ଅଧିକ ପଢ଼ନ୍ତୁ: ବିବାହ ବେଦୀରେ ପଣ୍ଡିତଙ୍କ ନୂଆ ମନ୍ତ୍ର; 'ତୁମ୍‌ହେଁ ଅପନା ବନାନେ କି କସମ ଖାଇ ହୈ…'

Advertisment

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ନାଲି ରଙ୍ଗର ପୋଷାକ ପିନ୍ଧିଥିବା କନ୍ୟା ମଣ୍ଡପକୁ ଯିବା ବଦଳରେ ଜିମ୍‌ରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ଝିଅଟି ଡମ୍ବଲ ଉଠାଉଥିବା ଦେଖିବାକୁ ମିଳେ। ଏହି ଭିଡିଓ ବହୁଅ ପୁରୁଣା ହୋଇଥିଲେ ବି ଏବେ ପୁଣି ଥରେ ଭାଇରାଲ୍ ହେଉଛି।

ଭିଡିଓରେ କନ୍ୟା ଜଣଙ୍କନ୍ ମଣ୍ଡପକୁ ଯିବା ପୂର୍ବରୁ ଜିମ୍‌ରେ ଡମ୍ବଲ ଉଠାଇ ଝାଳ ବୁହାଉଥିବା ଦେଖିବାକୁ ମିଳେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଥିବା ବେଳେ ଲୋକମାନେ ଏହା ଉପରେ ପ୍ରତିକ୍ରିୟା ଦେଉଥିବା ମଧ୍ୟ ଦେଖାଯାଏ।

Advertisment

ଏହି ଭିଡିଓଟି ଟ୍ୱିଟରରେ ଶେୟାର କରାଯାଇଛି। ଏହାର କ୍ୟାପ୍‌ସନ୍‌ରେ ଲେଖାଯାଇଛି, “ଏମିତିରେ ତ ବିବାହକୁ ଡର ଲାଗେ ଆଉ ଏଭଳି ପ୍ରି ୱେଡିଂ ଭିଡିଓ ସୁଟ୍‌ ଦେଖି ଆତ୍ମା ​​ଥରି ଉଠୁଛି।” ମାତ୍ର ୨୭ ସେକେଣ୍ଡର ଏହି ଭାଇରାଲ୍ ଭିଡିଓକୁ ୪୬ ହଜାରରୁ ଅଧିକ ଥର ଦେଖାଯାଇଥିବାବେଳେ ଏହାକୁ ୧ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

ଭିଡିଓ ଦେଖି ଲୋକେ ଏଥିରେ ବିଭିନ୍ନ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ଲେଖିଛନ୍ତି, “ସେ ବିବାହ କରିବାକୁ ଯାଉଛନ୍ତି ନା ଯୁଦ୍ଧ କରିବାକୁ ଯାଉଛନ୍ତି।” ଅନ୍ୟ ଜଣେ ଏକ ମଜାଳିଆ ଢଙ୍ଗରେ ଲେଖିଛନ୍ତି, “ଏହି ଯୁଦ୍ଧକୁ ସହଜରେ ଜିତାଯାଇପାରିବ ନାହିଁ, ପ୍ରସ୍ତୁତି କରିବାକୁ ପଡ଼ିବ ତେବେ ଯାଇ ଯୁଦ୍ଧ ଲଢାଯାଇ ପାରିବ।”

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ