ଚୋଟ ମାରିବା ପରେ ସାପକୁ ହାତରେ ଧରି ହସ୍ପିଟାଲ୍‌ରେ ପହଞ୍ଚିଲେ ଏହି ବ୍ୟକ୍ତି; ସମସ୍ତେ ଆଶ୍ଚର୍ଯ୍ୟ

ସାପକୁ ସମସ୍ତେ ଭୟ କରନ୍ତି। ଆଉ ବିଷାକ୍ତ ସାପ ହେଲେ ତ କଥା ସରିଲା। ତେବେ ସାପ କାମୁଡ଼ିବା ପରେ ଲୋକ ପ୍ରାୟତଃ ଭୟଭୀତ ହୋଇଯାଆନ୍ତି। କିଛି ଲୋକ ତ ହାର୍ଟ ଆଟାକ୍‌ରେ ପ୍ରାଣ ହରାନ୍ତି। ମାତ୍ର ବିହାରର ଜଣେ ବ୍ୟକ୍ତି ଏମିତି କାଣ୍ଡ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

‘ଏ ସାପ ମତେ କାମୁଡ଼ିଛି’

ସାପକୁ ସମସ୍ତେ ଭୟ କରନ୍ତି। ଆଉ ବିଷାକ୍ତ ସାପ ହେଲେ ତ କଥା ସରିଲା। ତେବେ ସାପ କାମୁଡିବା ପରେ ଲୋକ ପ୍ରାୟତଃ ଭୟଭୀତ ହୋଇଯାଆନ୍ତି। କିଛି ଲୋକ ତ ହାର୍ଟ ଆଟାକ୍‌ରେ ପ୍ରାଣ ହରାନ୍ତି। ମାତ୍ର ବିହାରର ଜଣେ ବ୍ୟକ୍ତି ଏମିତି କାଣ୍ଡ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ୟକ୍ତିଜଣକ ଏମିତି କାମ କରିଛନ୍ତି, ଯାହା ଦେଖିଲେ ଆପଣ ମଧ୍ୟ ଭୟ କରିବେ । ସାପ ଚୋଟ ମାରିଲା ବୋଲି ସାପକୁ ବେକରେ ଗୁଡାଇ ହସପିଟାଲରେ ପହଞ୍ଚିଗଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

ବିହାର ୪୮ ବର୍ଷୀୟ ପ୍ରକାଶ ମଣ୍ଡଲ ବାରାରୀ ଘାଟକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଏକ ଚନ୍ଦନ ବୋଡା ତାଙ୍କ ବାମ ହାତକୁ କାମୁଡି ଦେଇଥିଲା । ପ୍ରକାଶ ହାତକୁ ଏକ ରଶିରେ ବାନ୍ଧି ସାପକୁ ମୁଣ୍ଡରୁ ଜାବୁଡି ଧରିବା ସହ ବେକରେ ପକାଇ ହସ୍ପିଟାଲରେ ପହଞ୍ଚିଥିଲେ । ଲୁଙ୍ଗି ଓ ଗଞ୍ଜି ପିନ୍ଧିଥିବା ବ୍ୟକ୍ତିଙ୍କ ବେକରେ ସାପକୁ ଦେଖି ଡାକ୍ତରଖାନାରେ ରୋଗୀଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ ସବୁ ଡରିଯାଇଥିଲେ। କିଛି ସମୟ ପରେ ହସ୍ପିଟାଲ ଚଟାଣରେ ନିଜେ ଶୋଇବା ସହ ସାପ ମୁଣ୍ଡକୁ ଜୋରରେ ଚାପି ଧରିଥିଲେ ।

ଡାକ୍ତରଖାନାରେ ଏହା ଦଖେି ସମସ୍ତେ ଭୟଭୀତ ହୋଇ ପଡ଼ିବାରୁ ସାପଟିକୁ ଛାଡିଦେବାକୁ କହିଥିଲେ ଡାକ୍ତର । ମାତ୍ର ସେ ଅରାଜି ହେବାରୁ ସାପକୁ ଏକ ମୁଣିରେ ରଖାଯାଇଥିଲା । ପରେ ଡାକ୍ତର ପ୍ରକାଶଙ୍କୁ ସାପ କାମୁଡା ଇଞ୍ଜେକ୍ସନ ଦେଇଥିଲେ । ସାପକୁ ଛାଡ଼ିବା ପରେ ଡାକ୍ତର ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । କିଛି ଲୋକ ଏହି ସମୟର ଦୃଶ୍ୟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହା ଖୁବ୍ ଭାଇରାଲ୍ ହେଉଛି।