୧୬ ବର୍ଷ ହେଲା ବନ୍ଦୀ କରି ରଖିଥିଲେ ବୋହୂକୁ ! କାହାଣୀ ଶୁଣିଲେ କାନ୍ଦିବେ...

ବିଭିନ୍ନ ସମୟରେ ରାନୁଙ୍କୁ ନାନା ପ୍ରକାର ନିର୍ଯାତନା ମଧ୍ୟ ଦିଆଯାଉଥିବା ପୋଲିସ ଆଗରେ କହିଥିଲେ କିଶାନ ଲାଲ ।

Crime

୧୬ ବର୍ଷ ଧରି ବନ୍ଦୀ ଥିଲେ ମହିଳା । ଏବେ ପାଇଲେ ମୁକ୍ତି । ଆପଣ ଭାବୁଥିବେ ମହିଳା ଜଣକ କୌଣସି ଅପରାଧ ଘଟାଇ ଜେଲ୍‌ରେ ଥିଲେ । ଆଉ ଏବେ ଜେଲ୍‌ରୁ ମୁକୁଳିଲେ । ଅଜ୍ଞା ନା... ସେମିତି କିଛି ବି ନୁହେଁ । ଏହି ମହିଳାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ କହିବେ ମହିଳାଙ୍କ ଧର୍ଯ୍ୟ ମାନିବାକୁ ପଡ଼ିବ । ଏତେ ଦିନ ଧରି କେମିତି ସେ ବନ୍ଦୀ ରହିଥିଲେ । ଆଉ ଏବେ ମୁକ୍ତି ପାଇଲେ ।

ମହିଳାଙ୍କୁ କୌଣସି ପୋଲିସ କିମ୍ବା ସେନା ଗିରଫ କରିନାହିଁ । ବରଂ ତାଙ୍କୁ ବନ୍ଦୀ କରି ରଖିଥିଲେ ଖୋଦ୍‌ ଶ୍ୱଶୁର ଘର ଲୋକ । ଗତ ଶନିବାର ତାଙ୍କୁ ମିଳିଛି ମୁକ୍ତି । ଖବରପାଇ ପୋଲିସ ତାଙ୍କୁ ଉଦ୍ଧାର କରିଛି ।

ତେବେ ଏନେଇ ଜାହାଙ୍ଗିର ଥାନା ମହିଳା ଥାନା ପୋଲିସ ଅଧିକାରୀ ଶିଳ୍ପା କୌରଭ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବନ୍ଦୀ ଭାବେ ରହିଥିବା ମହିଳା ଜଣକ ହେଉଛନ୍ତି ରାନୁ ସାହୁ । ତାଙ୍କ ବାପା କିଶାନ ଲାଲ ସାହୁ ନରସିଂହପୁର ଥାନାରେ ଝିଅ ବାବଦରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାନୁ ସାହୁଙ୍କୁ ଉଦ୍ଧାର କରିଛି ।

ଅଭିଯୋଗ ଅନୁଯାୟୀ, ରାନୁ ୨୦୦୬ରେ ବିବାହ କରିଥିଲେ । ତାପରେ ହଠାତ୍‌ କ’ଣ ହେଲା କେଜାଣି, ବିବାହର ଦୁଇ ବର୍ଷ ପରେ ରାନୁଙ୍କୁ ତାଙ୍କ ବାପ ଘର ଲୋକଙ୍କ ସହ ଆଉ ମିଳାମିଶା କରିବାକୁ ସୁଯୋଗ ଦେଲେନି ଶ୍ୱଶୁର ଘର ଲୋକ । ରାନୁଙ୍କୁ ଗୃହବନ୍ଦୀ କରି ରଖିଦେଲେ । କେବଳ ରାନୁ ନୁହନ୍ତି ବରଂ ତାଙ୍କର ପୁଅ ଏବଂ ଝିଅକୁ ମଧ୍ୟ ୨୦୦୮ ମସିହାରୁ ବନ୍ଦୀ କରି ରଖିଥିଲେ । ବିଭିନ୍ନ ସମୟରେ ରାନୁଙ୍କୁ ନାନା ପ୍ରକାର ନିର୍ଯାତନା ମଧ୍ୟ ଦିଆଯାଉଥିବା ପୋଲିସ ଆଗରେ କହିଥିଲେ କିଶାନ ଲାଲ ।

ନିକଟ ଅତୀତରେ ରାନୁଙ୍କ ଶ୍ୱଶୁର ଘରର ପଡ଼ୋଶି କିଶାନ ଲାଲଙ୍କୁ ରାନୁଙ୍କ ସମ୍ପର୍କରେ ଖବର ଦେଇଥିଲେ । ଆଉ କହିଥିଲେ ରାନୁଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ । ତାଙ୍କ ଶ୍ୱଶୁର ଘର ଲୋକ ନାନା ନିର୍ଯାତନା ଦେଉଛନ୍ତି । ଦିନକୁ ଦିନ ତାଙ୍କ ମାନସିକ ସ୍ଥିତି ସହ ଶାରୀରିକ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହା ପରେ କିଶାନ ଲାଲ ପୋଲିସର ଦ୍ୱାରସ୍ଥ ହୋଇଥିଲେ ଆଉ ରାନୁଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୋଲିସ ଓ NGO ସଂସ୍ଥା ରାନୁଙ୍କ ଶ୍ୱଶୁର ଘରେ ପହଞ୍ଚିଥିଲେ ଆଉ ତାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।