Bengaluru Neighbour Leaves Polite Note Calling Dibs On Parking Space
ଏଠି ପାର୍କିଂ ମନା। ତଥାପି କିଛି ଅମାନିଆ ଆଖି ବୁଜି ପାର୍କିଂ କରିବେ। ଏଭଳି ବ୍ୟକ୍ତିଙ୍କୁ ଆମେ କଣ କହିବା ! ସର୍ବସାଧାରଣ ସ୍ଥାନ ହୋଇଥିଲେ ଫାଇନ୍ କଟିବ। ଆଉ ଯଦି ପ୍ରାଇଭେଟ୍ ପ୍ଲେସ୍ରେ କେହି ପାର୍କିଂ କରନ୍ତି, କଥା ଗଣ୍ଡଗୋଳ କିମ୍ବା ହାତାହାତି ପର୍ଯ୍ୟନ୍ତ ଚାଲିଯାଏ। କିନ୍ତୁ ପାର୍କିଂକୁ ନେଇ ଏମିତି କିଛି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣରେ ସଚେତନତା ସୃଷ୍ଟି କରିବା ସହ ଯୁଜର୍ସଙ୍କୁ ବି ଆକୃଷ୍ଟ କରିଛି।
ଘଟଣାଟି ଏମିତି:
ଇଣ୍ଟରନେଟ୍ରେ ଭାଇରାଲ ହେଉଥିବା ପୋଷ୍ଟରେ ଗୋଟିଏ କାର୍ର କାଚ ଉପରେ ଗୋଟିଏ ନୋଟିସ୍ ମରାଯାଇଛି ସେଥିରେ ଉଲ୍ଲେଖ କରାଯାଇଛି ଯେ ଏଠାରେ ଦୟାକରି ଗାଡି ପାର୍କ କରନ୍ତୁ ନାହିଁ। ଆମେ ଆପଣଙ୍କୁ ଏନେଇ ଆଗରୁ ବହୁବାର କହିସାରିଛୁ। ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଆମେ ଏଠାରେ ୨୦୦୦ ମସିହାରୁ ରହିଆସୁଛୁ, ଆମ ନିଜରବି ଦୁଇଟି କାର ରହିଛି। ଆମେ ଏବେ ଅଧିକ ପାର୍କିଂ ସ୍ଥାନ ଦରକାର କରୁଛୁ। ଆପଣ ଦୟାକରି ଆଗରୁ ଦିଆଯାଇଥିବା ପାର୍କିଂରେ ଗାଡ଼ି ପାର୍କ କରନ୍ତୁ। ଚାଲନ୍ତୁ ଭଲ ଓ ସାହାଯ୍ୟକାରୀ ପଡୋଶୀ ହୋଇ ରହିବା।
ଏହି ଫଟୋଟି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଓ ୟୁଜର୍ସ ବହୁତ ସୁନ୍ଦର କମେଣ୍ଟ ବି ଦେଇଛନ୍ତି...
Gurgaon m hota toh kaanch tod ke seat pe rakha hota same note
— Urvashi Gormat🌸 (@takeiteasyUrvy) June 28, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688062060.jpg)