• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯୁବକଙ୍କର ଉନ୍ମକ୍ତ କାଣ୍ତ, ରାସ୍ତା ଉପରେ ଚାଲିଲା ହାଇ ଡ୍ରାମା । ପୋଲିସ ଓ ଯୁବକଙ୍କ ମଧ୍ୟରେ ହେଲା ଖଣ୍ତଯୁଦ୍ଧ । ଦେଖିବା ପାଇଁ ଲୋକଙ୍କର ଲାଗିଲା ଭିଡ଼ । ଘଟଣା ଏମିତି ଥିଲା ଯେ ଯୁବକଙ୍କ କାମୁଡ଼ାରେ ଆହତ ହୋଇଛନ୍ତି ପୋଲିସବାବୁ । ଥାନାରେ ରୁଜୁ ହୋଇଛି ମାମଲା । ଆପଣ ରାସ୍ତାରେ ଗାଡି ଚଳାଉଥିବାବେଳେ ଦେଖିଥିବେ ଅନେକ ଗାଡ଼ି ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି । ସେମାନେ କେବଳ ନିଜ ଜୀବନ ପ୍ରତି ବିପଦ ନୁହଁନ୍ତି ବରଂ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରନ୍ତି ।

ଗାଡ଼ି ଚାଳକମାନେ ନିୟମ ଉଲ୍ଲଂଘନ କରୁଥିବା ସମୟରେ ସେମାନଙ୍କୁ ଧରିବା ପାଇଁ ପୋଲିସ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏପରି ପରିସ୍ଥିତିରେ ସେମାନେ ପ୍ରାୟତଃ ପୋଲିସକୁ ଦୁର୍ବ୍ୟବହାର କରନ୍ତି ଓ ଏପରିକି ମାଡ଼ ମଧ୍ୟ ମାରନ୍ତି । କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ଯେ ଏହା କରିବା ଦ୍ୱାରା ସେମାନେ ଆଇନକୁ ହାତକୁ ନେଇଥାନ୍ତି  ଓ ସେମାନଙ୍କ ବିରୋଧରେ ମାମଲା ମଧ୍ୟ ଦାୟର ହୋଇପାରେ ।  ବାଙ୍ଗାଲୋରରେ ଏଭଳି ଏକ ରୋଚକ ଘଟଣା ଘଟିଛି, ଯେଉଁଠାରେ ଜଣେ ବାଇକ୍‌ ଚାଳକଙ୍କୁ ବିନା ହେଲମେଟ୍‌ରେ ପୋଲିସ ଧରିବା ପରେ ସେ ପୋଲିସର ଆଙ୍ଗୁଠି କାମୁଡି ଦେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । 

ଯାହା ଜଣାପଡ଼ିଛି ଏହି ଯୁବକଙ୍କ ନାମ ହେଉଛି ସୟଦ ସରିଫ୍‌ । ବିନା ହେଲମେଟରେ  ବାଇକ୍‌ରେ ଯାଉଥିବା ବେଳେ ଜଣେ ଟ୍ରାଫିକ ପୋଲିସ ସୟଦ ସରିଫ୍‌ଙ୍କୁ ଅଟକାଇଥିଲେ । ଏହା ପରେ ସେ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ । ଏହା ପରେ ପୋଲିସ ତାଙ୍କ ବାଇକ୍‌ର ଚାବି ଛଡ଼ାଇ ନେଇଥିଲେ । ଏହି ସମୟରେ ସେଠାରେ ଥିବା ହେଡ କନଷ୍ଟେବଳ ତାଙ୍କ ମୋବାଇଲ୍‌ରେ ପୁରା ଘଟଣାର ଭିଡିଓ ରେକର୍ଡିଂ କରୁଥିଲେ ।

 

ଭିଡିଓରେ ଯୁବକ ଜଣଙ୍କ ପୋଲିସକୁ କହୁଛନ୍ତି ଯେ,‘ମୁଁ ମେଡ଼ିକାଲ ଯାଉଥିଲି, ଯିବାବେଳେ ତରତର ହେବାରୁ ହେଲେମେଟ୍‌ ପିନ୍ଧିବାକୁ ଭୁଲି ଯାଇଛି । ମୋର ଭିଡ଼ିଓ ଭାଇରାଲ ହେଲେ କିଛି ଅସୁବିଧା ନାହିଁ । ’ ଏହା ପରେ ସୟଦ୍‌ ସରଫି ହେଡ କନଷ୍ଟେବଳଙ୍କ ଫୋନ ନେଇ ଯାଇଥିଲେ । ଏହା ପରେ ସେ ପଚାରିଥିଲେ ମୋର ଭିଡିଓ କାହିଁକି ରେକର୍ଡ କରାଯାଉଛି ? ସେଠାରୁ ପଳାଇ ଯିବାକୁ ମଧ୍ୟ ଚେଷ୍ଟା କରିଥିଲେ ।  କିନ୍ତୁ ଏହି ସମୟରେ ଟଣାଓଟରା ବେଳେ ସେ ପୋଲିସ ବାବୁଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ତେବେ ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ଧରି ନେଇଥିଲା ।

ରାସ୍ତାରେ ଏହି ଗଣ୍ଡଗୋଳ ଦେଖି ଲୋକଙ୍କ ଭିଡ ଜମିଥିଲା । ଏହି ସମୟରେ କିଛି ଲୋକ ପୋଲିସ ସହ ଅସଦାଚରଣ କରିଥିବା ନେଇ ଯୁବକଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ । ପୋଲିସର ସୂଚନାନୁସାରେ, "ଯୁବକ ଜଣକ ଟ୍ରାଫିକ ପୋଲିସଙ୍କ ସହ ଅସଦାଚରଣ କରିଥିଲେ । ସେ ଟ୍ରାଫିକ ପୋଲିସ କର୍ମଚାରୀଙ୍କ ଆଙ୍ଗୁଠି କାମୁଡ଼ି ତାଙ୍କୁ ଆହତ କରିଥିଲେ"। ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଓ ଶାରୀରିକ ଭାବରେ ଆହତ କରିବା  ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।