Advertisment

Viral Video: ଘର ସାମ୍ନାକୁ ଆସିଗଲା କଳା ନାଗ; ଚାଲିଲା ସାପ-ଆଣ୍ଟିଙ୍କ ସଂଘର୍ଷ

ଆଜିକାଲି, ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରୁଛି, ଯେଉଁଥିରେ ଏକ କୋବ୍ରା ସହ ଜଣେ ଆଣ୍ଟି ମୁହାଁମୁହିଁ ହେଉଥିବା ଦେଖାଯାଉଛି। ଏହାକୁ ଦେଖି କିଛି ଲୋକ ସତର୍କ ରହିବାକୁ କହୁଥିବା ବେଳେ ଆଉ କିଛି ଲୋକ ଏହାର ମଜା ନେଉଛନ୍ତି।

ଅଦ୍ୟତନ ହୋଇଛି
Aunty beat wooden stick on floor to scare snake

Aunty beat wooden stick on floor to scare snake

Advertisment

ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ ସାପର ନାଁ ଶୁଣିଲେ ଥରି ଉଠନ୍ତି। ଥରେ ଭାବନ୍ତୁ ତ ଯଦି ସାପ ଆପଣଙ୍କ ସାମ୍ନାକୁ ଚାଲି ଆସେ ତେବେ ଆପଣଙ୍କ ଅବସ୍ଥା କ’ଣ ହେବ? ନିଶ୍ଚିତ ଭାବରେ ଆପଣ ଚିତ୍କାର କରିବେ।

Advertisment

ଆଜିକାଲି, ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରୁଛି, ଯେଉଁଥିରେ ଏକ କୋବ୍ରା ସହ ଜଣେ ଆଣ୍ଟି ମୁହାଁମୁହିଁ ହେଉଥିବା ଦେଖାଯାଉଛି। ଏହାକୁ ଦେଖି କିଛି ଲୋକ ସତର୍କ ରହିବାକୁ କହୁଥିବା ବେଳେ ଆଉ କିଛି ଲୋକ ଏହାର ମଜା ନେଉଛନ୍ତି।

ଘର ସାମ୍ନାରେ କଳା ସାପ:

ଭାଇରାଲ୍‌ ହେଉଥିବା ଏହି ହୃଦୟ ଥରା ଭିଡିଓରେ ଏକ ଲମ୍ବା କଳା ସାପ କଲୋନୀରେ ବୁଲୁଥିବାର ନଜର ଆସିଛି। ଏହାକୁ ଦେଖି ଜଣେ ଆଣ୍ଟି ଏକ ଠେଙ୍ଗା ସାହାଯ୍ୟରେ ଘର ବାହାରେ ଠିଆ ହୋଇ ତାଙ୍କୁ ବାଡେଇବାକୁ ଚେଷ୍ଟା କରୁଛନ୍ତି।

Advertisment

ଏହି ଭାଇରାଲ୍ ଭିଡିଓରେ କିଛି ଝିଅଙ୍କ ପାଟି ମଧ୍ୟ ଶୁଣିବାକୁ ମିଳେ, ଯେଉଁମାନେ କହୁଛନ୍ତି ‘ଆଣ୍ଟି ଭିତରକୁ ଯାଆନ୍ତୁ’। କିନ୍ତୁ ଆଣ୍ଟି ଅଟକିବାର ନାଁ ନେଉନାହାଁନ୍ତି।

ଭାଇରାଲ୍ ଭିଡିଓରେ ପୁଣି ଦେଖାଯାଏ ଯେ ଅନ୍ୟ ଘରର ଆଣ୍ଟି ମଧ୍ୟ ବାହାରକୁ ଆସି ସାପକୁ ଘଉଡାଇବାକୁ ଚେଷ୍ଟା କରନ୍ତି। ଜଣେ ସେପଟୁ ଘଉଡଉଥିବା ବେଳେ ଆଉ ଜଣେ ଏପଟୁ ଘଉଡାଉଥାନ୍ତି। ସାପ କିନ୍ତୁ କୁଆଡେ ଯିବାର ନାହିଁ। ଏହି ଦୃଶ୍ୟ ଖୁବ୍ ମଜ୍ଜାଳିଆ ଲାଗେ।

Advertisment

ତେବେ ପ୍ରକାଶଥାଉ ଯେ କୋବ୍ରା ମାରିବା ବେଆଇନ୍ ଏବଂ ଏହା ମଧ୍ୟ ଦଣ୍ଡନୀୟ ଅପରାଧ ଶ୍ରେଣୀରେ ଆସିଥାଏ। ଅବଶ୍ୟ ଏହି କ୍ଲିପ୍‌ରେ କୋବ୍ରାର ଜୀବନ ପ୍ରତି ସେମିତି କିଛି ବିପଦ ଥିବା ଦେଖିବାକୁ ମିଳେ ନାହିଁ।

ଆଣ୍ଟିଙ୍କ ଆକ୍ରମଣ:

ଏହି ଭାଇରାଲ୍ ଭିଡିଓସୋସିଆଲ ମିଡିଆ ପ୍ଲାଟଫର୍ମ X ରେ @ gharkekalesh ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଖବର ଲେଖାହେବା ବେଳକୁ ମାତ୍ର ୩୪ ସେକେଣ୍ଡର ଏହି ଭିଡିଓକୁ ୧୨୧ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ଭିଡିଓ ପୋଷ୍ଟ କରିବାବେଳେ ଏହାର କ୍ୟାପ୍‌ସନ୍‌ରେ ଲେଖାଯାଇଛି, “କୋବ୍ରା ଏବଂ ଆଣ୍ଟିଙ୍କ ମଧ୍ୟରେ ସଂଘର୍ଷ।”‌

ଭିଡିଓ ଦେଖିଥିବା ଜଣେ ଲୋକ ଲେଖିଛନ୍ତି ଯେ “ଯାହାକୁ ଆଣ୍ଟି କୁକୁର ବୋଲି ଭାବୁଛନ୍ତି ତାହା ଏକ ବିଷାକ୍ତ ସାପ, ସେ ଯା… ଯା… କହିଲେ କିଛି ହେବନି।” ଆଉ ଜଣେ ଲେଖିଛନ୍ତି, “ଏପରି ପରିସ୍ଥିତିରେ ରିସ୍କ ନେବା ଉଚିତ ନୁହେଁ ଏବଂ ସମୟ ନଷ୍ଟ ନକରି ଜଙ୍ଗଲ ବିଭାଗର ଲୋକଙ୍କୁ ଡାକିବା ଉଚିତ। ଅନ୍ୟ ଜଣେ ଲେଖିଛନ୍ତି, “ଆଣ୍ଟିମାନେ ବହୁତ ଦୟାଳୁ, ସେଥିପାଇଁ ସେମାନେ ଠେଙ୍ଗାକୁ ତଳେ ପିଟୁଛନ୍ତି।”

Social Media Viral Video Cobra Snake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ