Milk Bath
ଛାଡ଼ପତ୍ର ପାଇବା ପରେ ନିଆରା ସେଲିବ୍ରେସନ । ଏଭଳି ସେଲିବ୍ରେସନ ଆପଣ କେବେ ଦେଖିନଥିବେ । ସ୍ତ୍ରୀ ଛାଡ଼ି ଚାଲିଯିବା ପରେ ଦୁଃଖ ନକରି ଜଣେ ବ୍ୟକ୍ତି କ୍ଷୀରରେ ଗାଧୋଇଛନ୍ତି । ଆଉ ସାରା ଦୁନିଆକୁ ଚିଲେଇ ଚିଲେଇ କହିଛନ୍ତି ଏବେ ମୁଁ ସ୍ୱାଧୀନ। ଆସାମର ନଳବାଡ଼ି ଜିଲ୍ଲାରେ ଏଭଳି ଘଟଣା ଘଟିଛି ।
ଯୁବକଙ୍କ ନାଁ ମାଣିକ ଅଲୀ। ସେ କ୍ଷୀରରେ ଗାଧୋଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବିଜୁଳି ଭଳି ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ତାଙ୍କ ଘର ବାହାରେ ଛିଡ଼ା ହୋଇଛନ୍ତି। ପାଖରେ ୪ଟି କ୍ଷୀର ଭର୍ତ୍ତି ବାଲ୍ଟି ରହିଛି। ଆଉ ତା’ପରେ ସେ କ୍ଷୀରରେ ଗାଧୋଉବା ଆରମ୍ଭ କରୁଛନ୍ତି।
ମାଣିକ ପାଖାପାଖି ୪୦ ଲିଟର କ୍ଷୀରରେ ଗାଧେଇଥିଲେ। ତେବେ ଏମିତି ଗାଧୋଇବା ପଛରେ ମାଣିକ କହିଛନ୍ତି, ମୋ ପତ୍ନୀ ତା ପ୍ରେମିକ ସହିତ ପଳାଇଲା। ଆଉ ଏବେ ମୁଁ ଶାନ୍ତିରେ ବଞ୍ଚିବି। ମୋ ଓକିଲ ମୋତେ ଜଣାଇଲେ ଯେ ମୋ ବିବାହ ବିଚ୍ଛେଦ ଚୂଡ଼ାନ୍ତ ହୋଇଯାଇଛି। ତେଣୁ ମୁଁ ଆଜି କ୍ଷୀରରେ ଗାଧୋଇ ମୁକ୍ତ ହେବାର ଖୁସିକୁ ଜାହିର କରୁଛି।
ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାଣିକଙ୍କ ପତ୍ନୀ ତାଙ୍କ ପ୍ରେମିକ ସହିତ ଦୁଇ ଥର ଫେରାର ହୋଇଯାଇଥିଲେ। ପ୍ରଥମଥର ମାଣିକ ତାଙ୍କୁ ବୁଝାଇସୁଝାଇ ଘରକୁ ଫେରାଇ ଆଣିଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କ ପତ୍ନୀ ପୁଣି ଥରେ ପ୍ରେମିକ ସହିତ ଫେରାର ହୋଇଯାଇଥିଲେ।
ପୁଣି ପତ୍ନୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଥିଲେ ମାଣିକ। ହେଲେ ପତ୍ନୀ ମାନି ନଥିଲେ। ଏହା ପରେ ଆଇନ ଅନୁଯାୟୀ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ ମାଣିକ। ଆଉ ତାହା ମଞ୍ଜୁର ହେବା ପରେ ମାଣିକଙ୍କ ଖୁସିର ସୀମା ନଥିଲା। ସେଥିପାଇଁ ସେ କ୍ଷୀରରେ ଗାଧେଇ ସେଲିବ୍ରେସନ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Milk_Bath_1752423401.jpg)