ଆଶ୍ଚର୍ଯ୍ୟ ! ପ୍ରକୃତିର ଅଦ୍ଭୁତ କରିସ୍ମା, ଗଛ କାଟିଲେ ବାହାରୁଛି ପାଣି; ଦେଖନ୍ତୁ ଭିଡ଼ିଓ...

ପୃଥିବୀରେ ପ୍ରକୃତିର ଅନେକ ଚମତ୍କାରିତା ଦେଖିବାକୁ ମିଳିଥାଏ । ଗଛକୁ କାଟିବା ମାତ୍ରେ ସେଥିରୁ ଜୋରରେ ବାହାରୁଛି ପାଣି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ । 

water gushes out

ପ୍ରକୃତିର ଅଦ୍ଭୁତ କରିସ୍ମା । ପୃଥିବୀରେ ପ୍ରକୃତିର ଅନେକ ଚମତ୍କାରିତା ଦେଖିବାକୁ ମିଳିଥାଏ । ମଣିଷମାନଙ୍କ ପାଇଁ ପୃଥିବୀରେ ଥିବା ସମସ୍ତ ଜିନିଷ ବୁଝିବା ଟିକେ କଷ୍ଟକର । ସାଧାରଣତଃ ଆପଣ ଗଛରୁ ଅକ୍ସିଜେନ୍ ପାଉଥିବା ଖବର ତ ଶୁଣିଥିବେ । କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଗଛରୁ ପାଣି ବାହାରୁଛି । 

ଗଛକୁ କାଟିବା ମାତ୍ରେ ସେଥିରୁ ଜୋରରେ ବାହାରୁଛି ପାଣି । ଏହି ଗଛର ଭିଡିଓ ସୋସିଆଲ ମିଡିଆର ଭାଇରାଲ ହେବାରେ ଲାଗିଛି । ଲୋକମାନେ ଗଛକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଏହି ଗଛର ନାମ ଟରମିନାଲିଆ ଟୋମେଣ୍ଟୋସା । ଗଛର ଛାଲ କୁମ୍ଭୀର ଚମଡା ଭଳି ଦେଖାଯାଉଥିବାରୁ ଏହାକୁ କୁମ୍ଭୀର ପିଠି ଭଳି ଗଛ ମଧ୍ୟ କୁହାଯାଏ । ସୋସିଆଲ ମିଡିଆରେ ଏହି ଗଛର ଭିଡିଓକୁ ନିଜ ‘ଏକ୍ସ’ ଆକାଉଣ୍ଟରେ ଆଇଏଫ୍‌ଏସ୍‌ ନରେନଥେରନ୍‌ ସେୟାର କରିଛନ୍ତି । କ୍ୟାପସନ୍‌ରେ ଲେଖିଛନ୍ତି, ‘ପ୍ରଚଣ୍ତ ଖରାରେ ଟର୍ମିନାଲ୍ ଟୋମେଣ୍ଟୋସା ଗଛ ପାଣି ସଂରକ୍ଷଣ କରେ । ଏହି ଗଛର ପାଣି ପ୍ରବଳ ଗନ୍ଧ ହୁଏ ଓ ସ୍ୱାଦ ଖଟା ରହିଥାଏ ।’

 

ଭିଡିଓରେ ବନ ବିଭାଗର ଅଧିକାରୀ ଗଛକୁ ଟିକେ କାଟିବା କ୍ଷଣି ସେଥିରୁ ପାଣି ଧାର ଧାର ହୋଇ ବାହାରୁଛି । ଏହି ଗଛ ଦକ୍ଷିଣ ଭାରତରେ ଦେଖାଯାଏ। ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଜଙ୍ଗଲରେ ଏହି ଗଛ ବହୁଳ ପରିମାଣରେ ଦେଖାଯାଏ । ଗଛରୁ ପାଣି କାହିଁକି ବାହାରୁଛି ତାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ଗଛକୁ ଥରେ କାଟିଲେ ୧ ଲିଟର ପର୍ଯ୍ୟନ୍ତ ପାଣି ବାହାରେ ।