Advertisment

ମ୍ୟାଚ୍‌ ମଝିରେ ଆଫ୍ରିକୀୟ ଖେଳାଳିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦର୍ଶକ..ଭିଡିଓ ଭାଇରାଲ

କେରଳ ମାଲାପୁରମ ଜିଲ୍ଲାରେ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟନ ଚାଲିଥିଲା। ଆଫ୍ରିକା ଇଭୋରୀ କୋଷ୍ଟର ଡାଏରାସୁବା ହାସେନ୍‌ ନାମକ ଜଣେ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ହଠାତ ମ୍ୟାଚ୍‌ ମଝିରେ ପଡ଼ିଆରେ ବସିଥିବା ଲୋକ ଖେଳାଳିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ।

author-image
Manoranjan Behera
ଅଦ୍ୟତନ ହୋଇଛି
African Footballer

African Footballer

ଚାଲିଥିଲା ଫୁଟବଲ ଟୁର୍ଣ୍ଣାମେଣ୍ଟ। ଫିଲ୍ଡ ମଝିରେ ଖେଳାଳିକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦର୍ଶକ। କେରଳ ମାଲାପୁରମ ଜିଲ୍ଲାରେ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଜଣେ ଆଫ୍ରିକୀୟ ଖେଳାଳିଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ଦର୍ଶକ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ସୂଚନା ମୁତାବକ କେରଳ ମାଲାପୁରମ ଜିଲ୍ଲାରେ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟନ ଚାଲିଥିଲା। ଆଫ୍ରିକା ଇଭୋରୀ କୋଷ୍ଟର ଡାଏରାସୁବା ହାସେନ୍‌ ନାମକ ଜଣେ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ସେ ଜୱାହାର ମାଭୁର୍‌ ଫୁଟବଲ୍‌ କ୍ଲବରୁ ଖେଳୁଥିଲେ। ହଠାତ ମ୍ୟାଚ୍‌ ମଝିରେ ପଡ଼ିଆରେ ବସିଥିବା ଲୋକ ଖେଳାଳିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଫୁଟବଲର୍‌ ଲୋକଙ୍କଠୁ ବଞ୍ଚିବା ପାଇଁ ଧାଉଁଛନ୍ତି। ହେଲେ ବି ଲୋକେ ତାଙ୍କୁ ଧରି ନିର୍ଧୁମ ମାଡ଼ ମାରୁଛନ୍ତି। ତାହାରି ମଧ୍ୟରେ ଜଣେ ଧଳା ସାର୍ଟ ପିନ୍ଧିଥିବା ଲୋକ ତାଙ୍କୁ ବଞ୍ଚାଉଥିବାର ଦେଖିବାକୁ ମିଳିଛି। ଏମିତିକି ସେ ଉତ୍ତ୍ୟକ୍ତ ଲୋକଙ୍କ ସହ ପାଟିଟୁଣ୍ତ ବି କରୁଛନ୍ତି। ଏହାରି ମଧ୍ୟରେ ଖେଳାଳି ଜଣକୱ ଗେଟ୍‌ ଦେଇ ବାହାରକୁ ପଳାଉଛନ୍ତି।

Advertisment

ହାସେନ୍‌ ନେଇ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ପୋଲିସ ତାଙ୍କର ବୟାନ ରେକର୍ଡ କରିଛି। ହାସେନ୍‌ ପୋଲିସକୁ କହିଛନ୍ତି ଯେ, ମ୍ୟାଚ୍‌ ଚାଲିଥିବା ବେଳେ ତାଙ୍କ ଟିମ୍‌କୁ କର୍ଣ୍ଣର ସଟ୍‌ ମିଳିଥିଲା। ଏତିକି ବେଳେ ଦର୍ଶକ ତାଙ୍କ ଆଡ଼କୁ ଦୌଡ଼ି ଆସିଲେ ଏବଂ ତାଙ୍କୁ ନିର୍ଧୁମ ପିଟିଲେ। ତାଙ୍କ ଉପରକୁ ପଥର ଫୋପାଡ଼ିଥିବାର ମଧ୍ୟ ଅଭିଯୋଗ କରିଛନ୍ତି।

Viral Video
Advertisment
Advertisment