Advertisment

Viral: ୩୯୩ ଫୁଟ ଉପରେ ଝୁଲୁଛି ଦୋକାନ; ଲୋକେ ପାଣିବୋତଲ, ସ୍ନାକ୍ସ କିଣୁଛନ୍ତି

ଏପରି ଏକ ଦୋକାନ ଅଛି, ଯାହା ୩୯୩ ଫୁଟ ଉଚ୍ଚରେ ଏକ ପାହାଡ ଉପରେ ଝୁଲୁଛି। ଲୁହାର କ୍ଲାମ୍ପ୍ ସାହାଯ୍ୟରେ ଏହି ଦୋକାନକୁ ଟଙ୍ଗାଯାଇଛି। କେଉଁମାନେ ସାଜୁଛନ୍ତି ଏହାର ଗ୍ରାହକ, ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Store Hangs From Cliff In China

A store hangs from a large cliff

Advertisment

ଯଦି କୌଣସି ଏକ ଦୋକାନ ୩୯୩ ଫୁଟ ଉଚ୍ଚରେ ଥିବ, ତେବେ ଆପଣ କିଛି କିଣିବାକୁ ସେଠାକୁ ଯିବେ କି? ବୋଧହୁଏ 'ହଁ' କହିବା ପୂର୍ବରୁ ଆପଣ ଶହେ ଥର ଭାବିବେ। କିନ୍ତୁ ଏପରି ଏକ ଦୋକାନ ଅଛି, ଯାହା ୩୯୩ ଫୁଟ ଉଚ୍ଚରେ ଏକ ପାହାଡ ଉପରେ ଝୁଲୁଛି। ଲୁହାର କ୍ଲାମ୍ପ୍ ସାହାଯ୍ୟରେ ଏହି ଦୋକାନକୁ ଟଙ୍ଗାଯାଇଛି।

Advertisment

ୱେବସାଇଟ୍ 'ଇନସାଇଡର୍' ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହି ଷ୍ଟୋର୍‌କୁ ଦୁନିଆର 'ସବୁଠାରୁ ଅସହଜ' ଦୋକାନ ବୋଲି ବର୍ଣ୍ଣନା କରାଯାଇଛି। ଏହାର ଅନନ୍ୟ ସ୍ଥାନ ହେତୁ ଏହି ଷ୍ଟୋର୍‌ର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ପ୍ରେମିକାକୁ ଖୁସି କରିବା ପାଇଁ ୬,୫୦୦ କିଲୋମିଟର ଡ୍ରଇଂ କରିଦେଲେ

ଏହି ଦୋକାନ ଚାଇନାର ହୁନାନ ପ୍ରଦେଶରେ ରହିଛି। ପାହାଡ ଉପରେ ଝୁଲୁଥିବା ଏହି ଦୋକାନକୁ ଜଣେ ଝିଅ ଚଳଉଛନ୍ତି। ପର୍ବତାରୋହୀମାନେ ଏହି ଦୋକାନର ଫାଇଦା ନେଇପାରନ୍ତି। ସେମାମାନେ ଏହି ଦୋକାନରୁ ପାଣି ବୋତଲ ଏବଂ ସ୍ନାକ୍ସ ଇତ୍ୟାଦି କଣିପାରନ୍ତି। ଚୀନ୍‌ର 'ସିସିଟିଭି ମିଡିଆ ଆଉଟଲେଟ୍' ଅନୁଯାୟୀ, ଯେକୌଣସି ସମୟରେ ଏହି ବାକ୍ସ ଆକୃତିର ଦୋକାନ ଭିତରେ କେହି ନା କେହି ଜଣେ କର୍ମଚାରୀ ରହିଥାନ୍ତି।

Advertisment

ଏହି ଷ୍ଟୋର୍‌ର ଚିତ୍ରଗୁଡ଼ିକ @gunnrosesgirl3 ଦ୍ୱାରା ଟ୍ୱିଟରରେ ଶେୟାର କରାଯାଇଛି। ଏହି ଫଟୋଗୁଡିକ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଟ୍ୱିଟରରେ ପୋଷ୍ଟ ହେବା ପରେ ସେହି ଫଟୋଗୁଡ଼ିକୁ ୯ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହି ଶେୟାରରେ ୭ ହଜାରରୁ ଅଧିକ ଲାଇକ୍ ମଧ୍ୟ କରିଛନ୍ତି। ଅନେକ ଲୋକ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ଶେୟାର କରୁଛନ୍ତି।

Advertisment

ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, "ଏହା ଅବିଶ୍ୱସନୀୟ।” ସେହିପରି ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି,"ଏହା ପଛର କାରଣ କଳ୍ପନା କରିହେବ ନାହିଁ, କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ।" ଆଉ ଜଣେ ବ୍ୟକ୍ତି କହିଛନ୍ତି, "ଆମ ଜୀବନର ପ୍ରତ୍ୟେକ ଚ୍ୟାଲେଞ୍ଜରେ ଏକ ସୁଯୋଗ ଥାଏ, ଯେତେ କଷ୍ଟ ଲାଗୁନା କାହିଁକି।” ଏହିପରି ମନ୍ତବ୍ୟ ସହିତ ଲୋକମାନେ ୩୯୩ ଫୁଟ ଉଚ୍ଚରେ ଥିବା ଏହି ଦୋକାନକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି।

Viral Story Weird News Ajab Gajab News OMG News Trending News Viral News Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ