Advertisment

Video: କୃଷ୍ଣ ନାମରେ ଝୁମୁଛି ପ୍ରସବ ଗୃହ, ଗର୍ଭସ୍ଥ ଶିଶୁକୁ ସ୍ୱାଗତ କରୁଛନ୍ତି ପ୍ରସୂତି...

ପ୍ରସବ ଗୃହରରେ ଜଣେ ମହିଳାଙ୍କ ପ୍ରସବ ହେଉଥିଲା । ହେଲେ ମନକୁ ଛୁଇଁଗଲା ଭଳି କଥାଟି ହେଉଛି ପ୍ରସବ ସମୟରେ ସେ କୃଷ୍ଣଙ୍କ ଭଜନ ଗାଉଥିଲେ।

pregnant woman

pregnant woman

Advertisment

କୃଷ୍ଣ ନାମରେ ଝୁମୁଛି ପ୍ରସବ ଗୃହ। ଗର୍ଭ ଯନ୍ତ୍ରଣା ଭିତରେ ଗୋବିନ୍ଦଙ୍କ ନାଁ ଧରି, ଜୀବନର ସର୍ବଶ୍ରେଷ୍ଠ ସୁଖକୁ ସ୍ବାଗତ କରୁଛନ୍ତି ପ୍ରସୂତି। ପ୍ରସବ ଗୃହରରେ ଜଣେ ମହିଳାଙ୍କ ପ୍ରସବ ହେଉଥିଲା । ହେଲେ ମନକୁ ଛୁଇଁଗଲା ଭଳି କଥାଟି ହେଉଛି ପ୍ରସବ ସମୟରେ ସେ କୃଷ୍ଣଙ୍କ ଭଜନ ଗାଉଥିଲେ। ପ୍ରସବ ଯନ୍ତ୍ରଣା ଲାଘବର ମହୌଷଧି ପାଲଟିଛି କୃଷ୍ଣନାମ।

Advertisment

ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ ହେ ନାଥ ନାରାୟଣ ବାସୁଦେବ...ଅମାପ ଶକ୍ତିରେ ଭରି ରହିଥିବା ଏହି ମନ୍ତ୍ର, ଯାହାକୁ ଶୁଣି ଲାଘବ ହୋଇଯାଏ ସବୁରି ଦୁଃଖ । କ୍ଷଣିକ ମଧ୍ୟରେ ଦୂର ହୋଇଯାଏ ସବୁ କଷ୍ଟ । ଯାହାର ଶ୍ରବଣ ମାତ୍ରକେ ମନକୁ ମନ ନାଚିଯାଏ ପାଦ ଓ କୃଷ୍ଣ ପ୍ରେମରେ ଝୁମିଉଠେ ପୁରା ପରିବେଶ ।

ମାତୃତ୍ୱ ଲାଭ କରିବା ସମସ୍ତଙ୍କ ମହିଳାଙ୍କ ଲାଗି ଏକ ସୁନ୍ଦର ଅନୁଭବ । ୧୦ ମାସ ୧୦ ଦିନ ନିଜ ଗର୍ଭରେ ସନ୍ତାନକୁ ରଖି ଜନ୍ମ ଦେଇଥାଏ ମାଆ । କିନ୍ତୁ ପ୍ରସବ ହେଉଥିବା ଅସହ୍ୟ ଯନ୍ତ୍ରଣାକୁ କେବଳ ଜଣେ ମା’ ହିଁ ବର୍ଣ୍ଣନା କରିପାରିବ। କିନ୍ତୁ ମହିଳା ଜଣକ କୃଷ୍ଣନାମରେ ସତେ ଯେପରି ଭୁଲିଯାଇଛନ୍ତି ସେହି ଅସହ୍ୟ ଯନ୍ତ୍ରଣା ।

Advertisment

ଇଶ୍ୱରୀୟ ମାତାଙ୍କୁ, ତାଙ୍କର ପ୍ରସବ ଚାଲିଛି ସତ। କିନ୍ତୁ ତାଙ୍କ ମୁହଁରେ ଯନ୍ତ୍ରଣାର ଚିହ୍ନଟିଏ ମଧ୍ୟ ନାହିଁ। କାରଣର ତୁଣ୍ଡରେ ଅଛି ତାଙ୍କର କୃଷ୍ଣନାମ। ସେ ଜାଣିଛନ୍ତି କୌଣସି ଔଷଧ ହୁଏତଃ ତାଙ୍କ ଯନ୍ତ୍ରଣା ଦୂର ନକରିପାରେ କିନ୍ତୁ ସଭିଙ୍କ ଆପଣାର କାହ୍ନା ଅଛନ୍ତି ନା....ଯାହାଙ୍କ ନାମ ମାତ୍ରକେ ସମସ୍ତ କଷ୍ଟ ଯନ୍ତ୍ରଣାରୁ ନିମିଷକ ମଧ୍ୟରେ ମୁକ୍ତି ମିଳିଥାଏ। ସତରେ ମାଆ ତତେ କୋଟି କୋଟି ପ୍ରଣାମ ।

Pregnant Woman Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ