Advertisment

Viral video: ସ୍କୁଟର ପଛରେ ବୁହା ହେଉଛି ଟଙ୍କା ବିଡ଼ା! ଭଲ ଭାବେ ଦେଖନ୍ତୁ ଏହି ଭିଡିଓଟିକୁ

ବର୍ତ୍ତମାନ ଏମିତି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯାହାକୁ ଦେଖିଲେ ଆପଣ ବି ଟେରା ହୋଇଯିବେ। ଭିଡିଓରେ ଜଣେ ବ୍ୟକ୍ତି ସ୍କୁଟର ଚଳାଉଥିବାର ନଜର ଆସନ୍ତି। କୁହାଯାଉଛି ଯେ ସେହି ବ୍ୟକ୍ତି ଜଣକ ସ୍କୁଟର ପଛରେ ଦଉଡିରେ ବାନ୍ଧି ୫୦୦ ଟଙ୍କିଆ ନୋଟର ବୋଝ ନେଉଛନ୍ତି।

ଅଦ୍ୟତନ ହୋଇଛି
A man carrying notes on scooter watch false information checked by internet

A man carrying notes on scooter watch false information checked by internet

Advertisment

ଆଜିକାଲି ସୋସିଆଲ୍ ମିଡିଆରେ ବେଳେବେଳେ ଏମିତି କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ ଯାହା ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ହୁଏନି। ପ୍ରାୟତଃ ଏହିପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହା ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଉଥିବା ବେଳେ ଆଉ କିଛି ବହୁତ ମଜା ନିଅନ୍ତି।

Advertisment

ବର୍ତ୍ତମାନ ଏହିପରି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯାହାକୁ ଦେଖିଲେ ଆପଣ ବି ଟେରା ହୋଇଯିବେ। ଭିଡିଓରେ ଜଣେ ବ୍ୟକ୍ତି ସ୍କୁଟର ଚଳାଉଥିବାର ନଜର ଆସନ୍ତି। କୁହାଯାଉଛି ଯେ ସେହି ବ୍ୟକ୍ତି ଜଣକ ସ୍କୁଟର ପଛରେ ଦଉଡିରେ ବାନ୍ଧି ୫୦୦ ଟଙ୍କିଆ ନୋଟର ବୋଝ ନେଉଛନ୍ତି।

ଅଧିକ ପଢ଼ନ୍ତୁ: Viral Video: ଆଶ୍ଚର୍ଯ୍ୟ କଲା କୁନି ପୁଅର ପ୍ରତିଭା; ପାଟିରେ ମୟୂର ଆଉ କୋଇଲିର ଅଦ୍ଭୁତ ସ୍ୱର

Advertisment

ଏହି ଦୃଶ୍ୟକୁ ଦେଖି ରାସ୍ତାରେ ଯାଉଥିବା ଯେକୌଣସି ବ୍ୟକ୍ତି ଫୋନର କ୍ୟାମେରା ଅନ୍ କରି ଏହାକୁ ରେକର୍ଡ କରିବାକୁ ବାଧ୍ୟ ହେବ। ଭିଡିଓ ଦେଖି ଅନୁମାନ କରାଯାଇପାରେ ଯେ ଏହି ଭିଡିଓଟିକୁ କାର୍‌ରେ ବସିଥିବା କେହି ଜଣେ ତିଆରି କରିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ୍ ହେଉଛି। ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ୍‌ କରିବାବେଳେ ସଂପୃକ୍ତ ବ୍ୟକ୍ତି ଏଗୁଡିକୁ ନୋଟ୍‌ର ବଣ୍ଡଲ ବୋଲି କହିଛନ୍ତି। ଏହି ଭିଡିଓ ଦେଖିବା ପରେ ଲୋକେ ରାଗିଯାଇଛନ୍ତି ଆଉ ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଯାଛାତାହା କହୁଛନ୍ତି।

ଏହା କ’ଣ ଟଙ୍କା:

ଯଦି ଆପଣ ଭିଡିଓକୁ ଭଲଭାବେ ଦେଖିବେ, ତେବେ ଆପଣ ଜାଣିପାରିବେ ଯେ ସ୍କୁଟର ପଛରେ ନୋଟ୍ ବଣ୍ଡଲ ନୁହେଁ ବରଂ କାଗଜରେ ତିଆରି ବକ୍ସ ରଖାଯାଇଛି, ଯାହା କୌଣସି ଦୋକାନକୁ ଡେଲିଭରୀ ପାଇଁ ଯାଊଛି। ଏହି ରିଲ୍ ଇନଷ୍ଟାଗ୍ରାମରେ @ richtorque ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓ ପୋଷ୍ଟ କରିବାବେଳେ ଏଥିରେ କ୍ୟାପସନରେ ଲେଖା ଅଛି, '୫୦୦-୫୦୦ର ବଣ୍ଡଲ୍।'

Advertisment

ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୧ ଲକ୍ଷ ୨୧ ହଜାରରୁ ଅଧିକ ଲୋକ ପସନ୍ଦ କରିଥିଲେ। ଭିଡିଓ ଦେଖି ଅନେକ ଲୋକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ଲେଖିଛନ୍ତି, 'ସ୍କୁଟରବାଲା ନୋଟ୍‌ର ବଣ୍ଡଲ୍ ନୁହେଁ ବରଂ ଅନ୍ୟ କିଛି ନେଇକି ଯାଉଛି।” ଭିଡିଓ ଛାଡିଥିବା ବ୍ୟକ୍ତିଙ୍କୁ ଗାଳି କରି ଆଉ ଜଣେ ଲେଖିଛନ୍ତି “ହେ ଅନ୍ଧ ବ୍ୟକ୍ତି, ସେ ତ ଖାଲି ବାକ୍ସ ନେଇକି ଯାଉଛନ୍ତି, ପ୍ରଥମେ ଧ୍ୟାନରେ ଦେଖ।

ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ମୁଁ ନମ୍ବର ନୋଟ୍ କରି ନେଇଛି, ଏହାକୁ ଲୁଟି ନେଇ ମୁଁ ଧନୀ ହେଇଯିବି, ମୁଁ କାହିଁକି ପରିଶ୍ରମ କରିବି?” ଆଉ ଜଣେ ଲେଖିଛନ୍ତି, “ଭାଇ, ଆଜିକାଲି ଦେଶରେ ଏତେ ଖୋଲାଖାଲି ଭାବେ କେହି ବି ଟଙ୍କା ନେଇ ଯିବା କଥା ନୁହେଁ।”

ଅଧିକ ପଢ଼ନ୍ତୁ: Viral Video: ରାମ ନାମର ଚମତ୍କାରିତା କହିଲେ ଶିଶୁ ଡାକ୍ତର; ପିଲାଙ୍କୁ ବିଦ୍ୱାନ କରିବାକୁ ଜନ୍ମ ହେଲେ ସେ କରନ୍ତି ଏହି କାମ

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ