Advertisment

Horror: ୩୬ ଘଣ୍ଟାର ଆତଙ୍କ, ଗୋଟିଏ ରୁମରେ ବନ୍ଦ ହୋଇରହିଲେ ପୂରା ପରିବାର...ରୋଷେଇ ଘରେ ଥିଲା ମୃତ୍ୟୁ

ପ୍ରଥମେ ସେମାନେ ଭାବିଥିଲେ ଯେ ଏହା ଏକ ତାର। କିନ୍ତୁ ଯେତେବେଳେ ଏହା ହଲିବା ଆରମ୍ଭ କଲା, ଏହା ସେମାନଙ୍କ ପାଇଁ କୌଣସି ଭୟଙ୍କର ଘଟଣା ଠାରୁ କମ୍ ନଥିଲା। ସ୍ବପ୍ନରେ କେବେ ଭାବନଥିଲେ ଘରେ....

Family Endures 36-Hour Horror

Family Endures 36-Hour Horror

Advertisment

୩୬ଘଣ୍ଟାର ଆତଙ୍କ । ତାହା ପୁଣି ନାଗ ସାପର । କେତେବେଳେ କଣ ଘଟିଥାଆନ୍ତା କାହାକୁ ଜଣାନଥିଲା । ସମସ୍ତେ ଡରି ଡରି ଘର ଭିତରେ ରହିଥିଲେ । କୌଣସି ହଲିଉଡ ଫିଲ୍ମର କାହାଣୀ ଠାରୁ କମ ନୁହେଁ ।ନୋଏଡାର ସେକ୍ଟର ୫୧ରେ ଏକ ପରିବାର ସବୁଦିନ ଭଳି ନିଜ କାମରେ ବ୍ୟସ୍ତ ଥିଲେ । ହଠାତ ନିଜ ଘରର ସିଲିଂ ଲାଇଟ୍ ଉପରେ ନଜର ପଡିଲା । ଡରରେ ଛାନିଆ ହୋଇଗଲେ । ସିଲିଂ ଲାଇଟ୍ ଭିତରେ ଏକ ନାଗ ସାପ ଦେଖିବା ପରେ ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା।

Advertisment

ପ୍ରଥମେ ସେମାନେ ଭାବିଥିଲେ ଯେ ଏହା ଏକ ତାର। କିନ୍ତୁ ଯେତେବେଳେ ଏହା ହଲିବା ଆରମ୍ଭ କଲା, ଏହା ସେମାନଙ୍କ ପାଇଁ କୌଣସି ଭୟଙ୍କର ଘଟଣା ଠାରୁ କମ୍ ନଥିଲା। ସ୍ବପ୍ନରେ କେବେ ଭାବନଥିଲେ ଘରେ ସାପ ପଶିଯିବ । ଆଉ ସେମାନଙ୍କୁ ଏଭଳି ପରିସ୍ଥିତିର ସାମନା କରିବାକୁ ପଡ଼ିବ ।

ନାଗସାପ ରୋଷେଇ ଘରେ ଥିଲା, ତେଣୁ ପରିବାର ଲୋକ ଉପର ମହଲାର କୋଠରୀରେ ନିଜକୁ ବନ୍ଦ କରିଦେଲେ । ଖାଇବା ବାହାରୁ ଅର୍ଡର କରି ଖାଇଲେ । ଆଉ ରୋଷେଇ ଘରକୁ ଗଲେ ନାହିଁ । କାରଣ ରୋଷେଇ ଘରେ ଥିଲେ ମୃତ୍ୟୁର ସୌଦାଗର ।

Advertisment

ସେମାନେ ତୁରନ୍ତ ବନ ଅଧିକାରୀଙ୍କୁ ଖବର ଦେଲେ। ରିପୋର୍ଟ ଅନୁସାରେ, ଜଣେ ସାପ ଧରାଳି ଏବଂ ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ ଏବଂ ଘଣ୍ଟା ଘଣ୍ଟା ଧରି ସଂଘର୍ଷ ଜାରି ରହିଲା। ଶେଷରେ ସେମାନେ ଛାତରେ ଏକ ପ୍ରକାରର ପାଉଡର ଢାଳି ଦେଇଥିଲେ । ଯାହା ସାପଟିକୁ ବାହାରକୁ ଆଣିଥିଲା।

Advertisment

୩୬ ଘଣ୍ଟାର ଆତଙ୍କ ଏବଂ ଭୟ ପରେ ଗୌତମ ବୌଦ୍ଧ ନଗର ବନ ବିଭାଗ ସାପଟିକୁ ଉଦ୍ଧାର କରିଥିଲା । ନାଗ ସାପର ଏକ ଭିଡିଓ ଭାଇରାଲ ହେଉଛି । ସାପଟିକୁ ସୁରକ୍ଷିତ ଭାବରେ ଓଖଲା ପକ୍ଷୀ ଅଭୟାରଣ୍ୟରେ ଛାଡି ଦିଆଯାଇଛି।

Delhi Cobra Noida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ