Advertisment

ବିନା ବୟଫ୍ରେଣ୍ଡରେ କଲେଜରେ ପ୍ରବେଶ ମନା !

ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରାଯିବ ଅଧ୍ୟକ୍ଷ କହିଛନ୍ତି।

ଅଦ୍ୟତନ ହୋଇଛି
'No Boyfriend No College' 'Fake' Notice In Odisha College Goes Viral

Letter for student

Advertisment

କଲେଜକୁ ଆସିଲେ ବୟଫ୍ରେଣ୍ଡ ନେଇକି ଆସ। ବିନା ବୟଫ୍ରେଣ୍ଡରେ କଲେଜରେ ପ୍ରବେଶ ମନା। ଓଡିଶା ର ପ୍ରତିଷ୍ଠିତ କଲେଜ ନାଁରେ ଏହି ନୋଟିସ୍ ପ୍ରକାଶ ପାଇଛି। ଏଭଳି ନୋଟିସ୍‌କୁ ନେଇ ଛାତ୍ରଛାତ୍ରୀ ଟେନସନ୍‌ ଓ ଶିକ୍ଷା ମହଲରେ ହଇଚଇ। ତେବେ ଏହାର କଣ ରହିଛି ସତ୍ୟତା ଆସନ୍ତୁ ଜାଣିବା ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଥିବା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏସଭିଏମ କଲେଜରେ ଭାଇରାଲ୍‌ ହେଉଛି ଏଭଳି ଚିଠି।

Advertisment

ଯେଉଁଥିରେ ଅଧ୍ୟକ୍ଷଙ୍କ ଦସ୍ତଖତ ମଧ୍ୟ ରହିଛି। ଏହି ଚିଠିରେ ଉଲ୍ଲେଖ ରହିଛି କି କଲେଜରେ ପଢ଼ୁଥିବା ସମସ୍ତ ଛାତ୍ରୀ ଆସନ୍ତା ୧୪ ଫେବୃଆରୀ ଭିତରେ ଅତିକମରେ ଜଣେ ପୁରୁଷ ବନ୍ଧୁ ବାଛିବେ। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଚିଠିରେ ଲେଖାଯାଇଛି।

ସେହିପରି ବିନା ପୁରୁଷ ବନ୍ଧୁରେ କୌଣସି ଛାତ୍ରୀ କଲେଜରେ ପ୍ରବେଶ କରିପାରିବେ ନାହିଁ ଏବଂ ନିଜ ପୁରୁଷ ବନ୍ଧୁଙ୍କ ସହିତ ଉଠାଇଥିବା ଫଟୋ ଦେଖାଇବାକୁ ମଧ୍ୟ ଏହି ଭାଇରାଲ ଚିଠିରେ ଉଲ୍ଲେଖ କରାଯାଇଛି।

Advertisment

ଅଧ୍ୟକ୍ଷଙ୍କ ଦସ୍ତଖତ ଜାଲିଆତି କରି ଏହି ଚିଠି ଏବେ ଭାଇରାଲ ହେଉଛି।  ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ବିଜୟ ପାତ୍ରଙ୍କୁ ଫୋନ ଯୋଗେ ଯୋଗାଯୋଗ କଲାପରେ ଏହା ଏକ ଜାଲ ଚିଠି ବୋଲି କହିଛନ୍ତି । ଘଟଣା ସମ୍ପର୍କରେ ସେ ଜଗତସିଂହପୁର ସଦର ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ।

Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ