କ୍ରିଉ ମେମ୍ବର ଉପରେ ରାଗି ଗଲେ ବିମାନ ଯାତ୍ରୀ, ଖୋଲିଦେଲେ ପୋଷାକ

ମହିଳା ଜଣକ କକ୍‌ପିଟ୍‌ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଯାତ୍ରୀଙ୍କୁ କହୁଥିଲେ, ତୁମେ ସବୁ ମରିବାକୁ ଯାଉଛ ।

Viral

କିଛି ଦିନ ହେବ ବିମାନ ଭିତରର ଅନେକ ଖବର ଏବେ ଭାଇରାଲ ହେଉଛି । ସୋସିଆଲ ମିଡିଆ ଖୋଲବା ମାତ୍ରେ ବିଭିନ୍ନ ବିମାନର ଭିତର ଘଟଣା ଦୁର୍ଘଟଣା ନିୟମିତ ବ୍ୟବଧାନରେ ସାମ୍ନାକୁ ଆସୁଛି । ଠିକ୍‌ ସେମିତି ଏକ ଖବର ଏବେ ଆମ ସାମ୍ନାକୁ ଆସିଛି । ଏଥିରେ ଜଣେ ମହିଳା ବିମାନ ଭିତରେ ନିଜର ଡ୍ରେସ୍ ଖୋଲି ଦେଇଛନ୍ତି । ତେବେ ଏହା ପଛର କାରଣ କ’ଣ ? ବିମାନ ଭିତରେ କ’ଣ ଏମିତି ଘଟିଲା ଯେ, ମହିଳା ଜଣକ ନିଜର ପୋଷାକ ଖୋଲିଦେଲେ ।

ତେବେ ପୁରା ଘଟଣାଟି ହେଲା, ମହିଳା ଜଣକ ବିମାନ ଭିତରେ ଧୁମ୍ରପାନ କରିବାକୁ ଯାଉଥିଲେ । କ୍ରିଉ ମେମ୍ବରମାନେ ଧୁମ୍ରପାନ କରିବାକୁ ବାରଣ କରିଥିଲେ । ଯେଉଁଥିପାଇଁ ମହିଳା ଜଣକ ରାଗିଯାଇଥିଲେ । ଆଉ କହିଥିଲେ ମୋତେ ମାରିଦେଲେ ବି ମୁଁ ଧୁମ୍ରପାନ ନିଶ୍ଚୟ କରିବି । ଖାଲି ସେତିକି ନୁହେଁ କ୍ରିଉ ମେମ୍ବର ସହ ଯୁକ୍ତିତର୍କ ହେବାରୁ ମହିଳା ଜଣକ କକ୍‌ପିଟ୍‌ ଭାଙ୍ଗିବାକୁ ବି ଚେଷ୍ଟା କରୁଥିଲେ । ଏହା ଦେଖି ଅନ୍ୟ ପାସେଞ୍ଜେରମାନେ ମଧ୍ୟ ବିରକ୍ତ ହୋଇଥିଲେ । ମହିଳା ଜଣକ କକ୍‌ପିଟ୍‌ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଯାତ୍ରୀଙ୍କୁ କହୁଥିଲେ, ତୁମେ ସବୁ ମରିବାକୁ ଯାଉଛ ।

ତେବେ ମହିଳା ଜଣକ କେବଳ ଅନ୍ୟ ଯାତ୍ରୀଙ୍କୁ ଧମକ ଦେଇନଥିଲେ ବରଂ ଜଣେ କ୍ରିଉ ମେମ୍ବରଙ୍କୁ ହାତ ମଧ୍ୟ ଉଠାଇଥିଲେ । ଖାଲି ସେତିକିରେ କଥା ସରି ନାହିଁ, ବଡ଼ ସମସ୍ୟା ସେତେବେଳେ ଉପୁଜିଥିଲା ଯେତେବେଳେ ମହିଳା ଜଣକ ନିଜକୁ ଟଏଲେଟ୍ ଭିତରେ କଏଦ କରିଥିଲେ । ଯେତେ ଡାକିଲେ ବି କବାଟ ଖୋଲି ନଥିଲେ । ଆଉ ଭିତରେ ଥାଇ ଧୁମ୍ରପାନ କରିଥିଲେ । ମହିଳାଙ୍କ ଏଭଳି ଜିଦ୍‌ ଦେଖି ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇଥିଲେ । ଏମିତିକି ସମସ୍ତେ ପ୍ରାର୍ଥନା କରିବା ଆରମ୍ଭ କରିଥିଲେ ।

ମହିଳାଙ୍କ ବୟସ ୪୯ ହେବ । ଟଏଲେଟ୍‌ ଭିତରୁ ବାହାରିବା ପରେ ସେ କ୍ରିଉ ମେମ୍ବର ମାନଙ୍କ ଉପରେ ରାଗି ନିଜ ଟପ୍ ଏବଂ ଅନ୍ତବସ୍ତ୍ର ଖୋଲିଦେଇଥିଲେ । ସମସ୍ତଙ୍କ ସାମ୍ନାରେ ନିଜ ଶରୀରକୁ ଏକ୍ସପୋଜ୍‌ କରିଥିଲେ । ଯାତ୍ରୀମାନଙ୍କ ମଧ୍ୟରେ ଅନେକ ନିଜ ପରିବାର ସହ ଯାତ୍ରା କରୁଥିବାରୁ ପାଖରେ କୁନି ପିଲାମାନେ ମଧ୍ୟ ଥିଲେ । ତେଣୁ ଏଭଳି ଦୃଶ୍ୟ ବାପା-ମାଆ ଓ ପିଲାମାନଙ୍କୁ ଲଜ୍ଜିତ କରିଥିଲା । କିଛି କ୍ରିଉ ମେମ୍ବର ଓ ଯାତ୍ରୀ ମିଶି ତାଙ୍କୁ ପୋଷାକ ପିନ୍ଧାଇବାକୁ ଚେଷ୍ଟା କରିଥିଲେ । ହେଲେ ମହିଳା ସେମାନଙ୍କୁ ଖାତିର କରିନଥିଲେ ।

ଏହି ଘଟଣା ପରେ ଫ୍ଲାଇଟ୍‌ କ୍ୟାପ୍‌ଟେନ୍‌ଙ୍କ ନିର୍ଦେଶରେ ମହିଳାଙ୍କୁ ଏକ ପ୍ଲାଷ୍ଟିକ୍‌ ହ୍ୟାଣ୍ଡକପ୍‌ ପକାଯାଇଥିଲା । ଆଉ ବିମାନ ଲ୍ୟାଣ୍ଡ କରିବା ପରେ ତାଙ୍କୁ ପୋଲିସ ଦ୍ୱାରା ଗିରଫ କରାଯାଇଥିଲା ।