Advertisment

Holes in Biscuits: ବିସ୍କୁଟ୍‌ରେ କାହିଁକି ଥାଏ କଣା; ଡିଜାଇନ୍ ପାଇଁ ନା ରହିଛି କିଛି ବୈଜ୍ଞାନିକ କାରଣ

ଅନେକ ବିସ୍କୁଟରେ କଣା ଥାଏ। କିନ୍ତୁ, ଆପଣ ଜାଣନ୍ତି କି ଏହିସବୁ ବିସ୍କୁଟରେ କାହିଁକି କଣା ଥାଏ? ଏହି କଣାଗୁଡ଼ିକ କେବଳ ଏକ ଭିନ୍ନ ଡିଜାଇନ୍ ପାଇଁ ତିଆରି ହୋଇଛି ନା ଏହା ପଛରେ କିଛି ବିଜ୍ଞାନ ଅଛି ? ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
ବିସ୍କୁଟ୍‌ରେ କାହିଁକି ଥାଏ କଣା; ଡିଜାଇନ୍ ପାଇଁ ନା ରହିଛି କିଛି ବୈଜ୍ଞାନିକ କାରଣ

ବିସ୍କୁଟ୍‌ରେ କାହିଁକି ଥାଏ କଣା; ଡିଜାଇନ୍ ପାଇଁ ନା ରହିଛି କିଛି ବୈଜ୍ଞାନିକ କାରଣ

Advertisment

ଯଦି ଆପଣଙ୍କ ଘରକୁ କେହି ଅତିଥି ଆସନ୍ତି ତେବେ ଚା’ ସହିତ ନିହାତି ବିସ୍କୁଟ ଦେଉଥୁବେ। ଏଥି ସହିତ, ଅଧିକାଂଶଙ୍କ ଘରେ ସକାଳ କିମ୍ବା ସନ୍ଧ୍ୟାରେ ଚା’ ସହିତ ବିସ୍କୁଟ ମଧ୍ୟ ଖିଆଯାଏ। ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଅନେକ ବିସ୍କୁଟରେ କଣା ଥାଏ। କିନ୍ତୁ, ଆପଣ ଜାଣନ୍ତି କି ଏହିସବୁ ବିସ୍କୁଟରେ କାହିଁକି କଣା ଥାଏ? ଏହି କଣାଗୁଡ଼ିକ କେବଳ ଏକ ଭିନ୍ନ ଡିଜାଇନ୍ ପାଇଁ ତିଆରି ହୋଇଛି ନା ଏହା ପଛରେ କିଛି ବିଜ୍ଞାନ ଅଛି?

Advertisment

ଅଧିକାଂଶ ଲୋକ ଭାବନ୍ତି ଯେ ଏକ ଭିନ୍ନ ଡିଜାଇନ୍ ଦେବା ପାଇଁ କିଛି ବିସ୍କୁଟରେ ଏମିତି କଣା ତିଆରି କରାଯାଏ। କିନ୍ତୁ, ଏହା ଆଦୌ ନୁହେଁ। ବିସ୍କୁଟରେ ନିର୍ମିତ ଏହି କଣାଗୁଡ଼ିକୁ ଡାକର୍ସ କୁହାଯାଏ। ଏହି କଣାଗୁଡିକ ବିସ୍କୁଟରେ ପବନ ପାସ୍ କରିବା ପାଇଁ ତିଆରି କରାଯାଇଥାଏ। ଏବେ ପ୍ରଶ୍ନ ଉଠେ ଏହିସବୁ ବିସ୍କୁଟ ଦେଇ ପବନ ପାସ କରିବା କାହିଁକି ଆବଶ୍ୟକ?

ବିସ୍କୁଟରେ କଣା ତିଆରି କରିବାର କାରଣ ଏସବୁ ବେକିଂ ସହିତ ଜଡିତ। ବାସ୍ତବରେ, ବେକିଂ ସମୟରେ, ବିସ୍କୁଟ୍‌ରେ ନିର୍ମିତ କଣା ଦେଇ ପବନ ସହଜରେ ପାସ୍ ହୋଇଯାଏ। ଯଦି ବିସ୍କୁଟରେ କଣା ତିଆରି କରା ନ ଯାଏ, ତେବେ ବେକିଂ ସମୟରେ କିଛି ପବନ ଏଥିରେ ରହିଯିବ। ଏହି କାରଣରୁ ବିସ୍କୁଟର ଆକୃତି ମଧ୍ୟ ନଷ୍ଟ ହୋଇଯିବ। ବେକିଂ କଳାବେଳେ ଏହା ଅଧିକ ଫୁଲିଯିବ ନଚେତ ଫାଟିଯିବ। ଏନେଇ ପବନକୁ ବାହାର କରିବା ନେଇ ବିସ୍କୁଟରେ କଣା କରାଯାଏ।

Advertisment

ଏବେ ଆସନ୍ତୁ ଜାଣିବା କିପରି ବିସ୍କୁଟ ତିଆରି ହୁଏ। ବେକରମାନେ ଅଟା, ମଇଦା, ଚିନି ଏବଂ ଲୁଣକୁ ଚକଟି ବିସ୍କୁଟ ତିଆରି ପାଇଁ ସାମଗ୍ରୀ ପ୍ରସ୍ତୁତ କରନ୍ତି। ଏହା ପରେ ଏହାକୁ ଛାଞ୍ଚରେ ପକାଯାଇ ଏକ ମେସିନ୍ ତଳେ ରଖାଯାଏ। ତା’ପରେ ମେସିନ୍ ମାଧ୍ୟମରେ ସେଥିରେ କଣା କରାଯାଏ। ସେଥିପାଇଁ ଲୋକମାନେ ଭାବନ୍ତି ଯେ ଏଗୁଡ଼ିକ କେବଳ ଡିଜାଇନ୍ ପାଇଁ ତିଆରି ହୋଇଛି। ଏହି କଣା ଯୋଗୁଁ ବିସ୍କୁଟଗୁଡିକ ସମାନ ଭାବରେ ଚାରିଆଡେ ଫୁଲିଥାଏ ଓ ଭଲଭାବେ ସେକି ହୋଇଥାଏ।

ବିସ୍କୁଟରେ ଅନେକଗୁଡିଏ କଣା କାରଣରୁ ଅଧିକାଂଶ ମିଠା ଏବଂ ଲୁଣିଆ ବିସ୍କୁଟଗୁଡ଼ିକ କ୍ରିସ୍ପୀ ହୋଇଥାଏ। କଣା ହେତୁ ସେକିବା ପରେ ବିସ୍କୁଟଗୁଡିକ କ୍ରଞ୍ଚୀ ହୋଇଯାଏ। କେବଳ ଯେ ବିସ୍କୁଟ୍‌ରୁ ପବନ ବାହାରିବା ପାଇଁ ଏହିସବୁ କଣା କରାଯାଏ ତାହା ନୁହେଁ, ଏହା ସହିତ ସେକିବା ପରେ ଏଥିରୁ ସହଜରେ ଉତ୍ତାପ ମଧ୍ୟ ବାହାରିଯାଏ, ଫଳରେ ବିସ୍କୁଟ ପୋଡିଯାଏ ନାହିଁ। ଯଦି ଏହି କଣାଗୁଡିକ ନ ଥାନ୍ତା ତେବେ ବିସ୍କୁଟରୁ ଉତ୍ତାପ ବାହାରକୁ ଆସି ପାରନ୍ତା ନାହିଁ ଏବଂ ସେଗୁଡିକ ମଝିରୁ ଭାଙ୍ଗି ଯାଆନ୍ତା।

Advertisment
Knowledge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ