Advertisment

ଜହ୍ନମାମୁ ଘରେ ବୁଲୁଛି ପ୍ରଜ୍ଞାନ୍‌ : ଚନ୍ଦ୍ରୟାନ-୩ ମିଶନର ନୂଆ ଭିଡିଓ ଛାଡ଼ିଲା ଇସ୍ରୋ

ନୂଆ ଭିଡିଓ ସାର୍ବଜନୀନ କରିଛି ଇସ୍ରୋ..ଆଜି ଆଉ କିଛି ମିଟର ଆଗକୁ ଯାଇଛି ପ୍ରଜ୍ଞାନ..ଗତକାଲି ଚନ୍ଦ୍ରପୃଷ୍ଠରେ ୮ମିଟର ବାଟ ଗଡିଥିଲା

Pragyan rover on moon

Pragyan rover on moon

Advertisment

 ଚନ୍ଦ୍ରପୃଷ୍ଠ ରୋଭର ପ୍ରଜ୍ଞାନ ଖୋଜୁଛି ଅଜଣା ତଥ୍ୟ । ଯାହାର ଏକ ନୂଆ ଭିଡିଓ ସାର୍ବଜନୀନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୧ ଦିନ ସମୟ ଥିବାବେଳେ ଆଜି ଆଉ କିଛି ମିଟର ଆଗକୁ ଗଡିଛି ପ୍ରଜ୍ଞାନ । ଗତକାଲି ୮ ମିଟର ବାଟ ଯାଇଥିଲା। ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହ ସେଠାକାର ମାଟି ଓ ପଥର ସଂପର୍କିତ ତଥ୍ୟ ସଂଗ୍ରହ କରୁଛି ରୋଭର ପ୍ରଜ୍ଞାନ ।

Advertisment

ସେପଟେ ସଫଳ ଚନ୍ଦ୍ରୟାନର ରହସ୍ୟ ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିବା ଅବସରରେ କହିଛନ୍ତି, ସତ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡିଂ ପୂର୍ବରୁ ବହୁ ପରୀକ୍ଷା ନିରୀକ୍ଷା କରିଥିଲା ଇସ୍ରୋ । ଲ୍ୟାଣ୍ଡିଂରେ ଯେମିତି କିଛି ତ୍ରୁଟି ନରହିବ, ସେଥିପାଇଁ ପୂରା ତୟାରୀ କରିଥିଲା ଇସ୍ରୋ ।

ସତ ଚନ୍ଦ୍ରରେ ଲ୍ୟାଣ୍ଡିଂ ପୂର୍ବରୁ କୃତ୍ରିମ ଚନ୍ଦ୍ରରେ ଲ୍ୟାଣ୍ଡିଂ କରାଇଥିଲା । ଏକ କୃତ୍ରିମ ଚନ୍ଦ୍ର ପ୍ରସ୍ତୁତ କରାଯାଇ ବାରମ୍ବାର ବିକ୍ରମକୁ ଲ୍ୟାଣ୍ଡିଂ କରାଇଥିଲା । ଅନେକବାର କୃତ୍ରିମ ସଫଳ ଲ୍ୟାଣ୍ଡିଂ ପରେ ଇସ୍ରୋ ସତ ମିଶନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।..

Advertisment
Chandrayaan-3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ