Advertisment

ଆଜି ପୃଥିବୀ ପୃଷ୍ଠକୁ ଫେରିବ ମହାକାଶରେ ଅମଳ ହୋଇଥିବା ଟମାଟୋ !

ମହାକାଶର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ISS)ରେ ଚାଷ ହୋଇଥିବା ଟମାଟୋ ଆଜି ପୃଥିବୀ ପୃଷ୍ଠକୁ ଫେରିବ। କାର୍ଗୋ ରିସପ୍ଲାଏ ମହାକାଶଯାନ- SpaceX's CRS-27ରେ ଏହା ପୃଥିବୀ ପୃଷ୍ଠକୁ ଫେରିବ ବୋଲି ନାସା ପକ୍ଷରୁ ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
Tomatoes Grown In Space Will Return To Earth

Tomatoes grown in space flying to Earth today

Advertisment

ମହାକାଶର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ISS)ରେ ଚାଷ ହୋଇଥିବା ଟମାଟୋ ଆଜି ପୃଥିବୀ ପୃଷ୍ଠକୁ ଫେରିବ। କାର୍ଗୋ ରିସପ୍ଲାଏ ମହାକାଶଯାନ- SpaceX's CRS-27ରେ ଏହା ପୃଥିବୀ ପୃଷ୍ଠକୁ ଫେରିବ ବୋଲି ନାସା ପକ୍ଷରୁ ଘୋଷଣା କରାଯାଇଛି। ଏହି ମହାକାଶଯାନ ପ୍ରାୟ ୨,୦୦୦ କି.ଗ୍ରା ସାମଗ୍ରୀ ଏବଂ ବୈଜ୍ଞାନିକ ପରୀକ୍ଷଣ ବହନ କରିବ। ଭାରତୀୟ ସମୟ ରାତି ୮ଟା ୧୫ ମିନିଟ୍‌ରେ ଏହା ଯାତ୍ରା ଆରମ୍ଭ କରିବ। 

Advertisment

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହରେ ରହିବ ମଣିଷ ! ବାଥରୁମ୍‌ ଓ ବେଡ୍‌ ରୁମ୍‌ର ଫଟୋ ସେୟାର କଲା ନାସା

ଜାଣନ୍ତୁ କେମିତି ମହାକାଶରେ ବଢ଼ିଲା ଟମାଟୋ ?

ଏକ ବ୍ଲଗ୍ ପୋଷ୍ଟରେ ନାସା ପକ୍ଷରୁ କୁହାଯାଇଛି ଯେ, ମହାକାଶଚାରୀମାନେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ କକ୍ଷପଥରେ ଥିବା ଲ୍ୟାବ୍‌ର କ୍ଷୁଦ୍ର ଗ୍ରୀନ୍‌ ହାଉସରେ ଟମାଟୋ ଚାଷ କରିଥିଲେ। ୯୦, ୯୭ ଓ ୧୦୪ ଦିନରେ ତିନୋଟି ଅମଳ କରାଯାଇଥିଲା। ପରେ ଏହା ପୃଷ୍ଟିକର କି ନୁହେଁ ତାହା ଜାଣିବା ଲାଗି ପରୀକ୍ଷା ମଧ୍ୟ କରାଯାଇଥିଲା।

Advertisment

ଭବିଷ୍ୟତରେ ମହାକାଶରେ ଚାଷ ହୋଇପାରିବ କି ନାହିଁ, ଏହା ଜାଣିବା ଲାଗି ପରୀକ୍ଷାମୂଳକ ଭାବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌ରେ ଟମାଟୋ ଚାଷ କରାଯାଇଥିଲା। 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ