ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର-୨୦୨୪ ତାଲିକାରେ ଚନ୍ଦ୍ରାୟନ-ଥ୍ରୀ ଟିମ୍

ବାଇଓଲୋଜିକାଲ ସାଇନ୍ସ ପାଇଁ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନଙ୍କୁ ମିଳିବ ବିଜ୍ଞାନ ରତ୍ନ । ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ ।

ଚନ୍ଦ୍ରାୟନ-୩ ଟିମ୍‌କୁ ସମ୍ମାନ

ଘୋଷଣା ହେଲା ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ବିଜେତାଙ୍କ ନାଁ । ୩୩ ଜଣିଆ ତାଲିକାରେ ବାଇଓଲୋଜିକାଲ ସାଇନ୍ସ ପାଇଁ ବିଜ୍ଞାନ ରତ୍ନ ପାଇବେ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନ୍ । ସେହିପରି ୧୩ ଜଣଙ୍କୁ ମିଳିବ ବିଜ୍ଞାନ ଶ୍ରୀ, ୧୮ ଜଣଙ୍କୁ ବିଜ୍ଞାନ ଯୁବ ଏବଂ ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ। ଚଳିତ ମାସ ଅଗଷ୍ଟ ୨୩ ତାରିଖ ତଥା ଜାତୀୟ ମହାକାଶ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଅଗଷ୍ଟ ୧୫ରେ ଇତିହାସ ରଚିବ ଇସ୍ରୋ, ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍

ପ୍ରଥମ ଥର ପାଇଁ ପୁରସ୍କାର ପ୍ରଦାନ କରାଯାଉଛି । ଏହି ପୁରସ୍କାର ପ୍ରଦାନର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ଭାବନର ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ଏବଂ ଉଦ୍ଭାବକ ମାନଙ୍କୁ ବ୍ୟକ୍ତିଗତ, ଦଳଗତ ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା । ଭାରତୀୟ ସମ୍ପ୍ରଦାୟ କିମ୍ବା ସମାଜପାଇଁ ବିଶେଷ ଅବଦାନ ଥିବା ଭାରତୀୟ ବଂଶୋଦ୍ଭବ ମାନେ ମଧ୍ୟ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।

ଏହି ପୁରସ୍କାର ୪ଟି ବର୍ଗରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯଥା ବିଜ୍ଞାନ ରତ୍ନ, ବିଜ୍ଞାନ ଶ୍ରୀ, ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗର ଏବଂ ବିଜ୍ଞାନ ଟିମ୍ । ଚଳିତ ବର୍ଷଠାରୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯିବ ଏହି ସମ୍ମାନଜନକ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ।