Advertisment

ମାର୍ଚ୍ଚ ୧ରେ ମହାକାଶରେ ଦେଖିବାକୁ ମିଳିବ ବିରଳ ଜାଗତିକ ଦୃଶ୍ୟ

ମାର୍ଚ୍ଚ ୧ ତାରିଖରେ ସୌରଜଗତ ଦୁଇଟି ଉଜ୍ଜ୍ୱଳତମ ଗ୍ରହ ବୃହସ୍ପତି ଓ ଶୁକ୍ର ଅତି ନିକଟତର ହେବେ। ପଶ୍ଚିମ ଆକାଶରେ ଏମାନେ ଅତି ପାଖାପାଖି ଦେଖାଯିବେ।

ଅଦ୍ୟତନ ହୋଇଛି
Jupiter, Venus to come extremely close on March 1

Jupiter, Venus to come extremely close on March 1

Advertisment

ମାର୍ଚ୍ଚ ୧ ତାରିଖରେ ସୌରଜଗତ ଦୁଇଟି ଉଜ୍ଜ୍ୱଳତମ ଗ୍ରହ ବୃହସ୍ପତି ଓ ଶୁକ୍ର ଅତି ନିକଟତର ହେବେ। ପଶ୍ଚିମ ଆକାଶରେ ଏମାନେ ଅତି ପାଖାପାଖି ଦେଖାଯିବେ। ସେମନଙ୍କ ମଧ୍ୟରେ
ବ୍ୟବଧାନ ମାତ୍ର ଦଶମିକ ୫ ଡିଗ୍ରୀ ରହିବ।

Advertisment

ଏହା ଏକ ବିରଳ ଜାଗତିକ ଦୃଶ୍ୟ, ଯାହାକି ୨ରୁ ୩ ବର୍ଷ ମଧ୍ୟରେ ଥରେ ଘଟିଥାଏ। ବୃହସ୍ପତି ଓ ଶୁକ୍ର କ୍ରମେ ନିକଟତର ହେଉଥିବା ଦେଖାଦେଇଥିଲା। ଫେବୃଆରୀ ୧ରେ ଏମାନେ ୨୯ ଡିଗ୍ରୀ ଦୂରରେ ରହିଥିଲେ। ଏବେ ଦୁଇଟି ଗ୍ରହ ମଧ୍ୟରେ ବ୍ୟବଧାନ ପ୍ରାୟ ୫ରୁ ୬ ଡିଗ୍ରୀ ଭିତରେ ରହିଛି।

Advertisment

ବର୍ତ୍ତମାନ ପଶ୍ଚିମ ଆକାଶରେ ଦୁଇଟି ଗ୍ରହ ଦେଖାଯାଉଛି। ଧୀରେ ଧୀରେ ବୃହସ୍ପତି ଗ୍ରହ ତଳକୁ ଏବଂ ଶୁକ୍ର ଗ୍ରହ ଉପରକୁ ଗତି କରୁଛି। ମାର୍ଚ୍ଚ ୧’ରେ ଦୁଇଟି ଯାକ ଗ୍ରହ ଅତି ପାଖାପାଖି ହୋଇଯିବେ। ଓଡିଶାରେ ଏହି ଜାଗତିକ ଦୃଶ୍ୟ ଦେଖାଯିବ। ସୂର୍ଯ୍ୟାସ୍ତ ପରେ ପ୍ରାୟ ୧ ଘଣ୍ଟା ଖାଲି ଆଖିରେ ଏହାକୁ ଦେଖିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ