ISRO
ଆଜି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । SSLV-D3 ରକେଟରେ ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 । ଶ୍ରୀହରିକୋଟାରୁ ସକାଳ ୮ଟା ୫୦ରେ ଏହି ଲଞ୍ଚ ହେବ । ତୃତୀୟ ତଥା
ଚୂଡ଼ାନ୍ତ ଉଡ଼ାଣ ପାଇଁ ଲଞ୍ଚପ୍ୟାଡରେ ପ୍ରସ୍ତୁତ ଅଛି ସ୍ମଲ୍ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ ବା SSLV ।
ଏହା ଫଳରେ SSLV ଡେଭଲପମେଣ୍ଟ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଭାରତୀୟ ଇଣ୍ଡଷ୍ଟ୍ରି ଓ NSIL ଦ୍ୱାରା ବ୍ୟବହାର କରାଯିବ । EOS-08 ଏକ ଅପେକ୍ଷାକୃତ କ୍ଷୁଦ୍ର ଆକୃତିର ସାଟେଲାଇଟ୍ । ଏହାର ଓଜନ ୧୭୫.୫ କିଲୋଗ୍ରାମ ଏବଂ ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ କରିବ ଇସ୍ରୋ ।
ଏଥିରେ ଥିବା ୩ଟି ପେଲୋଡ୍ ଦିନରାତି ପରିବେଶ ନରୀକ୍ଷଣ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଏବଂ ଗଗନଯାନ ମିଶନରେ ସହାୟକ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ISRO_1723778206.jpg)