ISRO Scientists Visit Tirupati Temple
ଚନ୍ଦ୍ରୟାନ-୩ର ସଫଳତା ପାଇଁ ତିରୁପତି ଯାଇ ପ୍ରାର୍ଥନା କରିଛନ୍ତି ISRO ଅଧ୍ୟକ୍ଷ ଏସ. ସୋମନାଥ । ମୁନ୍ ମିଶନ୍ ପାଇଁ ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ । ଆସନ୍ତାକାଲି ଏହାର ଉତକ୍ଷେପଣ ହେବାକୁ ଥିବାବେଳେ ଆଜି ବୈଜ୍ଞାନିକମାନଙ୍କର ଏକ ଟିମ ତିରୁପତି ଭେଙ୍କଟାଚାଲାପତି ମନ୍ଦିର ଯାଇଥିଲେ । ସେମାନେ ତାଙ୍କ ସହ ଚନ୍ଦ୍ରୟାନ -୩ ର ଏକ କ୍ଷୁଦ୍ର ମଡେଲ ନେଇ ପହଞ୍ଚିଥିଲେ ।
ଦେଶର ଏହି ବହୁ ଆକାଂକ୍ଷୀ ମୁନ ମିଶନର ସଫଳତା ପାଇଁ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା ମଧ୍ୟ କରିଥିଲେ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଚନ୍ଦ୍ରୟାନ-୩ ପ୍ରେରଣ କରାଯିବ । ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ପୂର୍ବରୁ ଏହାର ସଫଳତା ପାଇଁ ISROର ବୈଜ୍ଞାନିକମାନେ ଭେଙ୍କଟାଚାଲାପତି ମନ୍ଦିର ଯାଇ ପ୍ରାର୍ଥନା କରିଥାନ୍ତି ।...
ଅଧିକ ପଢ଼ନ୍ତୁ: ଜହ୍ନ ରାଇଜକୁ ଯିବ ଚନ୍ଦ୍ରୟାନ-୩, ଚଳଚଞ୍ଚଳ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ୍ ସେଣ୍ଟର
ଇସ୍ରୋର ଏହି ଚନ୍ଦ୍ରୟାନ ଲାଗି ଯନ୍ତ୍ରାଂଶ ପ୍ରସ୍ତୁତ କରିଛି CTTC
ଚନ୍ଦ୍ରୟାନ ଅଭିଯାନ ଲାଗି ଭୁବନେଶ୍ୱରରେ ଥିବା ସିଟିଟିସି ତରଫରୁ ପ୍ରସ୍ତୁତ କରାଯାଇଛି ଅନେକ ଯନ୍ତ୍ରାଂଶ। ମୋଟ ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ପ୍ରସ୍ତୁତ କରିଛି ଭୁବନେଶ୍ୱର ସିଟିଟିସି । ଚନ୍ଦ୍ରୟାନ ମିଶନ ଲାଗି ଭାଲଭସ୍, ଇଣ୍ଟେରିଆଲ ନାଭିଗେସନ ସିଷ୍ଟମ, ଟେମ୍ପରେଚର ସେନସର୍ , ଏରୋସ୍ପେଶ୍ , ଜାଇରୋସ୍କୋପ୍ ,ଆରଜିପିଡି କମ୍ପୋନେଣ୍ଟ ସହ ଅନ୍ୟ ସାମଗ୍ରୀ ପ୍ରସ୍ତୁତ କରିଛି ।
ବିଗତ ୨ ବର୍ଷ ହେବ ୧୫୦ରୁ ଅଧିକ ଷ୍ଟାଫ୍ ଏହି ଚନ୍ଦ୍ରୟାନ-୩ ମିଶନ୍ ପାଇଁ ଟୁଲ୍ସ ପ୍ରସ୍ତୁତ କରୁଥିଲେ। ଆଗକୁ ଗଗନୟାନ ଲାଗି ମଧ୍ୟ ବିଭିନ୍ନ ଯନ୍ତ୍ରାଂଶ ପ୍ରସ୍ତୁତ କରୁଛି ସିଟିଟିସି ।..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689236027.jpg)