Advertisment

ଅଟୋ ଚାଳକଙ୍କ ପୁଅ କୁନି ବୈଜ୍ଞାନିକ : ମାତ୍ର ୧୪ ବର୍ଷ ବୟସରେ ଏରୋପ୍ଲେନ୍, ମୋଟର ବୋଟ୍, ଜେସିବିର ମଡ଼େଲ୍ ତିଆରି କରୁଛନ୍ତି ଆଦିତ୍ୟ

ମହାନଦୀ ପଠା ଉପରେ ଉଡ଼ୁଛି କୁନି ଉଡ଼ାଜାହଜ । ଲଗାମ ଧରିଛି କୁନି ବୈଜ୍ଞାନିକ ଆଦିତ୍ୟ ମହାରଣା । ଅବିକଳ ଉଡାଜାହଜ ପରି ଉଡୁଥିବା ଏହି ମଡ଼େଲଟିକୁ ତିଆରି କରି ଉଡାଉଛନ୍ତି କଟକ ତୁଳସୀପୁର ମଠ ସାହିର ୧୪ ବର୍ଷିୟ ଏରୋପ୍ଲେନ ବୟ

ଅଦ୍ୟତନ ହୋଇଛି
ଅଟୋ ଚାଳକଙ୍କ ପୁଅ କୁନି ବୈଜ୍ଞାନିକ : ମାତ୍ର ୧୪ ବର୍ଷ ବୟସରେ ଏରୋପ୍ଲେନ୍, ମୋଟର ବୋଟ୍, ଜେସିବିର ମଡ଼େଲ୍ ତିଆରି କରୁଛନ୍ତି ଆଦିତ୍ୟ

‘Mini Aeroplane’

Advertisment

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ମହାନଦୀ ପଠା ଉପରେ ଉଡ଼ୁଛି କୁନି ଉଡ଼ାଜାହଜ । ଲଗାମ ଧରିଛି କୁନି ବୈଜ୍ଞାନିକ ଆଦିତ୍ୟ ମହାରଣା । ଅବିକଳ ଉଡାଜାହଜ ପରି ଉଡୁଥିବା ଏହି ମଡ଼େଲଟିକୁ ତିଆରି କରି ଉଡାଉଛନ୍ତି କଟକ ତୁଳସୀପୁର ମଠ ସାହିର ୧୪ ବର୍ଷିୟ ଏରୋପ୍ଲେନ ବୟ । ଏଭଳି ଦଶ ପ୍ରକାର ଉଡାଜାହଜ ତିଆରି କରି ଆଦିତ୍ୟ ସେଥିରେ ବ୍ୟାଟେରୀ, ମଟର , ରିମୋର୍ଟ, ଇଏସ କଣ୍ଟ୍ରୋଲର ଓ ରିସିଭର ଲଗାଇ ଉଡାଉଛନ୍ତି । ଆଠ ବର୍ଷ ବୟସରୁ ସେ ଘରେ ଏଭଳି ଜିନିଷ ତିଆରି ଆରମ୍ଭ କରିଥିଲେ । ଉଡାଜାହଜ ସହ ବୋଟ, ମୋଟର ସାଇକେଲ, ଜେସିବି ମେସିନ, ରୋବଟ୍, ସାଇକେଲ ଆଦି ତିଆରି କରି ସେଥିରେ ଇଂଜିନ ଲଗାଇ ସେସବୁ ଚଳନକ୍ଷମ କରିଛନ୍ତି ଆଦିତ୍ୟ ।

Advertisment

କଟକ ତୁଳସୀପୁର ମଠସାହିର ୯ମ ଶ୍ରେଣୀର ଛାତ୍ର ଆଦିତ୍ୟ ମହାରଣା ସ୍ଥାନୀୟ ଅଞ୍ଚଳରେ ଏବେ ଏରୋପ୍ଲେନ ବୟ ଭାବେ ବେଶ୍ ଜଣାଶୁଣା । ବାପା ବିପିନ ମହାରଣା ଜଣେ ଅଟୋଚାଳକ । ସ୍ୱଳ୍ପ ରୋଜଗାରରେ ପାରୁପର୍ଯ୍ୟନ୍ତ ଯନ୍ତ୍ରପାତି ଯୋଗାଉବା ପାଇଁ ଚେଷ୍ଟା କରୁଛନ୍ତି । ସୋଲ ଓ ପଟିକୁ ବ୍ୟବହାର କରି ସେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ଏରୋପ୍ଲେନ । ଘରର ଗୋଟିଏ ବଖରାକୁ ଏୟାରବେସ ବନାଇବା ଥିବା ଆଦିତ୍ୟ ମହାନଦୀ କୂଳରେ ସବୁ ଦିନ ଉଡାଉଛନ୍ତି ନିଜେ ତିଆରି କରିଥିବା ନୂଆ ନୂଆ ମଡ଼େଲ୍ ଉଡାଜାହାଜକୁ । ଆଦିତ୍ୟ ଭଲ ପାଠ ପଡୁଥିଲେ ବି ତାଙ୍କର ଏହି ପ୍ରୟୋଗ ବା ସଫଳ କାମକୁ ବିଶେଷ ପ୍ରୋତ୍ସାହନ ମିଳନାହିଁ ।

Advertisment

ସେ ପଢୁଥିବା ସ୍କୁଲ କିମ୍ବା ଅନ୍ୟ କୌଣସି ସ୍ଥାନରେ ବଡ ବିଜ୍ଞାନ ମେଳାରେ ମଧ୍ୟ ତାଙ୍କୁ ସଠିକ୍ ପ୍ରୋତ୍ସାହନ ମିଳି ପାରୁନାହିଁ । ବାପା ବିପିନ ମହାରଣା ଜଣେ ଅଟୋ ଚାଳକ ହୋଇଥିବାରୁ ଆଗକୁ ବଢିବା ପାଇଁ ବିଶେଷ ପ୍ରୋତ୍ସାହନ ଯୋଗାଇ ପାରୁନାହାନ୍ତି । ଘରେ ଜେଜେମାଆ ଓ ମାଆ ସମସ୍ତେ ଚାହୁଛନ୍ତି, ଏତେ ଛୋଟ ବୟସରେ ପିଲାଟି ଯଦି ଉଡାଜାହଜ ଠାରୁ ଆରମ୍ଭ କରି ପାଣିରେ ଚାଲି ପାରୁଥିବା ବୋଟ,ମୋଟର ସାଇକେଲ,ଜେସିବି ଆଦି ଅବିକଳ ମଡ଼େଲ୍ ଗୁଡିକ ପ୍ରସ୍ତୁତ କରିଛି । ତେଣୁ ତାକୁ ପ୍ରୋତ୍ସାହନ ମିଳିବା ଦରକାର । ଆଦିତ୍ୟକୁ ସ୍କୁଲ କିମ୍ବା ବାହାରୁ ପ୍ରୋତ୍ସାହନ ମିଳିଲେ ପିଲାଟି ଆଗକୁ ବଢି ପାରନ୍ତା ଏବଂ ତାର ଏହି ପ୍ରକଳ୍ପଗୁଡ଼ିକ ଲୋକଲୋଚନକୁ ଆସିପାରନ୍ତା ।

Odisha Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ