Advertisment

ଚନ୍ଦ୍ରଯାନ-୪ରେ ଜହ୍ନରୁ ଆସିବ ମାଟି; ସ୍ପଷ୍ଟ କଲେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ

ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଚତୁର୍ଥ ଚନ୍ଦ୍ର ଅଭିଯାନ ୨ଟି ପର୍ଯ୍ୟାୟ ହେବ ଏବଂ ଏଥିପାଇଁ ୨ଟି ଭିନ୍ନ ଭିନ୍ନ ରକେଟ୍ ଲଞ୍ଚ୍ କରାଯିବ। ୨୦୨୮ ପୂର୍ବରୁ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅଦ୍ୟତନ ହୋଇଛି
ISRO Chief S Somanath On chandrayaan 4

chandrayaan

Advertisment

ଚନ୍ଦ୍ରଯାନ-୩ର ସଫଳତା ପରେ ଏହେ ଚନ୍ଦ୍ରଯାନ-୪କୁ ନେଇ ବଡ଼ ଖବର। ଭାରତର ଚତୁର୍ଥ ମୁନ୍ ମିଶନରେ ଜହ୍ନରୁ ମାଟି ଓ ପଥର ନମୁନା ସଂଗ୍ରହ କରି ପୃଥିବୀକୁ ଆଣିବ ଇସ୍ରୋ। ପୂର୍ବରୁ ଏନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ଏହାକୁ ସ୍ପଷ୍ଟ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ।ସେ କହିଛନ୍ତି, ୨୦୪୦ ମସିହାରେ ଭାରତୀୟ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ଏହାକୁ ସଫଳ କରିବା ପାଇଁ ହେଲେ, ଆମକୁ ନିରନ୍ତର ବିଭିନ୍ନ ଧରଣର ଅଭିଯାନ କରିବାକୁ ପଡ଼ିବ। ସେ ଦିଗରେ ପ୍ରଥମ ପଦକ୍ଷେପ ହେବ ଚନ୍ଦ୍ରଯାନ -୪, ଯେଉଁଥିରେ ମହାକାଶଯାନକୁ ଚନ୍ଦ୍ରକୁ ପଠାଯିବ ଏବଂ ସେଠାରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଅଣାଯିବ । ଏଥିପାଇଁ ବର୍ତ୍ତମାନ ଗବେଷଣା ଜାରି ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରପୃଷ୍ଠରେ କାରରେ ବୁଲିବେ ମହାକାଶଚାରୀ, ଗାଡ଼ି ନିର୍ମାଣ ପାଇଁ ଏହି ୩ କମ୍ପାନୀଙ୍କୁ ଦାୟିତ୍ୱ ଦେଲା ନାସା

Advertisment

ସୂଚନାଯୋଗ୍ୟ ଯେ, ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଚତୁର୍ଥ ଚନ୍ଦ୍ର ଅଭିଯାନ ୨ଟି ପର୍ଯ୍ୟାୟ ହେବ ଏବଂ ଏଥିପାଇଁ ୨ଟି ଭିନ୍ନ ଭିନ୍ନ ରକେଟ୍ ଲଞ୍ଚ୍ କରାଯିବ। ୨୦୨୮ ପୂର୍ବରୁ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚନ୍ଦ୍ରଯାନ -୪ରେ ୫ଟି ମଡ୍ୟୁଲ ରହିବ। ପ୍ରଥମ ପର୍ଯ୍ୟାୟରେ ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍ LVM-3 ସାହାଯ୍ୟରେ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ ଓ ଆସେଣ୍ଡର୍ ମଡ୍ୟୁଲ ପଠାଯିବ।

ଏହାର କିଛି ଦିନ ପରେ ଦ୍ବିତୀୟ ପର୍ଯ୍ୟାୟରେ PSLV ରକେଟରେ ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରିଂ ମଡ୍ୟୁଲ ପଠାଇବ ଇସ୍ରୋ। ଏହା ସଫଳ ହେଲେ ପ୍ରଥମ ଥର ଗୋଟିଏ ମିଶନ ପାଇଁ ଦୁଇଟି ରକେଟ୍ ଉତକ୍ଷେପଣ କରି ଇତିହାସ ରଚିବ ଭାରତ ଏବଂ ତା ସହ ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ନମୁନା ସଂଗ୍ରହ କରିବାରେ ବିଶ୍ବରେ ଚତୁର୍ଥ ଦେଶର ମାନ୍ୟତା ହାସଲ କରିବ।

Advertisment
ISRO Chandrayaan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ