Advertisment

Asteroid 2024 YR4: ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିଶାଳ ଉଲକାପିଣ୍ଡ; ଓଡ଼ିଶା ମାଟିରେ ଆକାଶରୁ ଖସିବ କି ବିପଦ ?

ରଚିପାରେ ପ୍ରଳୟ, ଗିଳିପାରେ ସହର ! ଭାରତର ୭ ରାଜ୍ୟକୁ ମହାବିପଦ ଆଶଙ୍କା ! ଆଷ୍ଟରଏଡ୍ ୨୦୨୪ YR4। ଆକାର ୧୩୦ରୁ ୩ଶହ ଫୁଟ୍। ପୃଥିବୀରେ ଖସିବା ବେଳେ ସ୍ପିଡ୍ ରହିପାରେ- ଘଣ୍ଟାପ୍ରତି ୬୫ ହଜାର କିଲୋମିଟର।

Asteroid 2024 YR4

Asteroid 2024 YR4

Advertisment

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିଶାଳ ଆଷ୍ଟରଏଡ୍, ଗ୍ରହାଣୁ ବା ଉଲକାପିଣ୍ଡ '୨୦୨୪ YR4'। ୨୦୩୨ ମସିହା ବେଳକୁ ଏହା ପୃଥିବୀ ସହ ଧକ୍କା ହେବାର ଆଶଙ୍କା କରୁଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ତେବେ ଚିନ୍ତାର ବିଷୟ ହେଉଛି, ଏହି ଗ୍ରହାଣୁ ଯେଉଁ ବାଟ ଦେଇ ଖସିବାର ଆଶଙ୍କା କରାଯାଉଛି, ସେହି ସମ୍ଭାବ୍ୟ ଗତିପଥରେ ରହିଛି ଓଡ଼ିଶା ସମେତ ଭାରତର ୭ଟି ରାଜ୍ୟ। ଯଦିଓ ଏବେଠୁ ଏହାର ପ୍ରକୃତ ଗତିପଥ ଆକଳନ କରିବା ଅସମ୍ଭବ, ତଥାପି ଏହା ଯଦି ପୃଥିବୀରେ ମାଡ଼ ହୁଏ, ତେବେ ବଡ଼ ବଡ଼ ସହରକୁ ବି ଧ୍ବଂସ କରିଦେଇପାରେ ବୋଲି କୁହାଯାଉଛି।

Advertisment

ଓଡ଼ିଶାରେ ଖସିପାରେ ବିଶାଳ ଉଲକାପିଣ୍ଡ ! ରଚିପାରେ ପ୍ରଳୟ, ଗିଳିପାରେ ସହର ! ଭାରତର ୭ ରାଜ୍ୟକୁ ମହାବିପଦ ଆଶଙ୍କା ! ଆଷ୍ଟରଏଡ୍ ୨୦୨୪ YR4। ଆକାର ୧୩୦ରୁ ୩ଶହ ଫୁଟ୍। ପୃଥିବୀରେ ଖସିବା ବେଳେ ସ୍ପିଡ୍ ରହିପାରେ- ଘଣ୍ଟାପ୍ରତି ୬୫ ହଜାର କିଲୋମିଟର। ଏଭଳି ବିଶାଳ ଗ୍ରହାଣୁ ଯଦି ଦୈବାତ୍ ପୃଥିବୀ ସହ ଧକ୍କା ହୁଏ, ତେବେ ଉଦଜାନ ବୋମା ବିସ୍ଫୋରଣ ଭଳି ପ୍ରଳୟ ରଚିପାରେ, ଯାହାକି ହିରୋସୀମାରେ ପଡ଼ିଥିବା ପରମାଣୁ ବୋମାଠୁ ୫ଶହ ଗୁଣ ଶକ୍ତିଶାଳୀ। ତେବେ ଏହି ଗ୍ରହାଣୁ ବା ମହାକାଶରେ ଘୁରିବଲୁଥିବା ବିଶାଳ ଶିଳାଖଣ୍ଡ, ପୃଥିବୀର ନିକଟତର ହେବ ୨୦୩୨ ମସିହା ଡିସେମ୍ବର ୨୨ରେ। ଏହା ପୃଥିବୀରେ ମାଡ଼ ହେବାର ୧.୫ ପ୍ରତିଶତ ଆଶଙ୍କା ଥିବାରୁ, ଏହାର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଆମେରିକା ସମେତ ବିଭିନ୍ନ ଦେଶର ମହାକାଶ ଗବେଷଣା ସଂସ୍ଥା ଏବଂ ନାସାର ଜେମ୍ସ ୱେବ୍ ସ୍ପେଶ୍ ଟେଲିସ୍କୋପ୍। 

ଅଧିକ ପଢ଼ନ୍ତୁ: ଚଳିତବର୍ଷ ମୋଟ୍ ୪ଟି ପରାଗ-ଗ୍ରହଣ, ଭାରତରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

Advertisment

ସବୁଠୁ ଚିନ୍ତାଜନକ କଥା ହେଉଛି, ଏହି ଆଷ୍ଟରଏଡ଼୍‌ର ସମ୍ଭାବ୍ୟ ଗତିପଥରେ ଆସୁଛି ଭାରତ...ଏପରିକି ଓଡ଼ିଶା ବି। ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ମହାରାଷ୍ଟ୍ର, ଉତ୍ତର ତେଲେଙ୍ଗାନା, ଦକ୍ଷିଣ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପ୍ରତି ଅଧିକ ବିପଦ ଆଶଙ୍କା ରହିଛି। ବଡ଼ ସହର ଭିତରେ ମୁମ୍ବାଇ ଓ କୋଲକାତାକୁ ରହିଛି ରିସ୍କ।

ମଙ୍ଗଳ ଓ ବୃହସ୍ପତି ଗ୍ରହ ମଝିରେ ରହିଛି ଏକ ଆଷ୍ଟରଏଡ୍ ବେଲ୍ଡ। ଏଥିରେ ଘୁରି ବୁଲୁଛନ୍ତି ଅସଂଖ୍ୟ ଛୋଟବଡ଼ ଗ୍ରହାଣୁ ପିଣ୍ଡ। ତେବେ ଅଧିକାଂଶ ଛୋଟ ଗ୍ରହାଣୁ ଗତିପଥ ବଦଳାଇ ପୃଥିବୀ ଆଡ଼କୁ ଆସିଲେ, ତାହା ଆମ ବାୟୁମଣ୍ଡଳ ସହ ଘର୍ଷଣ ହୋଇ ଜଳିଯାଇଥାଏ। ଯାହାକୁ ଉଲକା ଖସିବା ବା ତାରା ଖସିବା କୁହାଯାଏ। ହେଲେ କିଛି ବିଶାଳ ଗ୍ରହାଣୁ ବାୟୁମଣ୍ଡଳରେ ସଂପୂର୍ଣ୍ଣ ନଷ୍ଟ ନହେଲେ ପୃଥିବୀ ପୃଷ୍ଠରେ ଧକ୍କା ହୁଏ। ଏହାର ଆକାର, ବେଗ ଓ ଖସିବା ସ୍ଥାନର ଜନସଂଖ୍ୟା ଉପରେ କ୍ଷୟକ୍ଷତିର ତୀବ୍ରତା ନିର୍ଭର କରେ। ତେବେ ୭ ବର୍ଷ ପରେ ପୃଥିବୀରେ ଧକ୍କା ଆଶଙ୍କା ଥିବା ଏହି ଗ୍ରହାଣୁ ଅଧିକାଂଶ ବାଟ ପ୍ରଶାନ୍ତ ମହାସାଗର ଉପର ଦେଇ ଗତି କରିବ । ଭାରତର ମୁମ୍ବାଇ ଠୁ କୋଲକାତା ଭଳି ପ୍ରମୁଖ ସହର ସହ, କଲମ୍ବିଆର ବୋଗୋଟ୍ ଓ ନାଇଜେରିଆର ଲାଗୋସ୍ ବି ରହିଛି ଏହାର ଗତିପଥରେ। ୨୦୨୩ ମସିହା ଡିସେମ୍ବର ୨୭ରେ ଏହି ଆଷ୍ଟରଏଡକୁ ଆବିଷ୍କାର କରାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ୨୦୨୫ର ପ୍ରଥମ ମିଶନ ହେବ ଶ୍ରୀହରିକୋଟାରୁ ଇସ୍ରୋର ୧୦୦ ତମ ମିଶନ, ଜାଣନ୍ତୁ କେଉଁ ସାଟେଲାଇଟ ହେବ ଉତକ୍ଷେପଣ

Earth Asteroid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ