Advertisment

ହାତ ମୁଠାକୁ ଆସିଲା ଚନ୍ଦ୍ର, ଏବେ ସୂର୍ଯ୍ୟର ପାଳି..

ମିଶନ ସୂର୍ଯ୍ୟ ସଂପର୍କରେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥଙ୍କ ସୂଚନା । ସମସ୍ତ ପ୍ରସ୍ତୁତି ସରିଛି, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ୍ ହେବ ।

ଅଦ୍ୟତନ ହୋଇଛି
Aditya-L1 Solar Mission Launch Likely Next Month

ISRO Surya Mission

Advertisment

ଆସନ୍ତା ସେପ୍ଟେମ୍ବର ମାସରେ ଇସ୍ରୋର ସୂର୍ଯ୍ୟ ମିଶନ । ସୂର୍ଯ୍ୟ ମିଶନ ଆଦିତ୍ୟ L-1 ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ହେଲେ ଗଗନୟାନ ମିଶନ ପାଇଁ କାର୍ଯ୍ୟ ଆଗେଇ ଚାଲିଛି । ଗଗନୟାନ ମିଶନ ପାଇଁ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କ୍ର୍ୟୁ ମଡ୍ୟୁଲ ଏବଂ କ୍ର୍ୟୁ ଏସକେପ୍ ପ୍ରଦର୍ଶନ ପାଇଁ କାର୍ଯ୍ୟ ଚାଲିଛି।

Advertisment

ସବୁ କିଛି ଠିକଠାକ ଚାଲିଲେ ଆସନ୍ତା ୨୦୨୫ ବେଳକୁ ପ୍ରଥମ ମାନବ ମହାକାଶଯାନ ପ୍ରେରଣ ପାଇଁ ଇସ୍ରୋ ଯୋଜନା କରୁଛି । ଏହା କହିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ସେହିପରି ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ମିଶନ ସଫଳ ହୋଇଥିବାରୁ ଆଗକୁ ଏନେଇ ଇସ୍ରୋ ଅନେକ ଆଶା ରଖିଛି ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରପୃଷ୍ଠରେ ପାଦ ଥାପିଲା ଭାରତ; ସଫଳତା ପଛରେ ରହିଛି କେଉଁ ମହିଳାଙ୍କ ହାତ, ଜାଣନ୍ତୁ..

Advertisment

ବୈଜ୍ଞାନିକ ଦୃଷ୍ଟି କୋଣରୁ ଦକ୍ଷିଣ ମେରୁ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଦକ୍ଷିଣ ମେରୁରେ ସୂର୍ଯ୍ୟଙ୍କ ଆଲୋକ ଅତି କମ୍ ପଡିଥାଏ । ଏଠାରେ ବାସୋପଯୋଗୀ ପାଇଁ ସମ୍ଭାବନା ଥିବାରୁ ଦକ୍ଷିଣ ମେରୁରେ ବୈଜ୍ଞାନିକମାନେ ଗବେଷଣା ପାଇଁ ଆଗ୍ରହ ରଖନ୍ତି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ।

ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ