ପ୍ରଭୁ ଶନି ହିନ୍ଦୁ ଧର୍ମ ଓ ଜ୍ୟୋତିଷଶାସ୍ତ୍ରରେ ନ୍ୟାୟର ଦେବତା ଭାବେ ପୂଜା ପାଉଛନ୍ତି। ସେ କର୍ମଫଳ ଦାତା ଭାବେ ପରିଚିତ, ଯିଏ ମଣିଷର କାର୍ଯ୍ୟ ଅନୁଯାୟୀ ଫଳ ପ୍ରଦାନ କରନ୍ତି। ଶନିଙ୍କୁ ଶନୈଶ୍ଚର ମଧ୍ୟ କୁହାଯାଏ, ଯାହାର ଅର୍ଥ ହେଉଛି "ଧୀରେ ଗତି କରୁଥିବା ଗ୍ରହ"। ତାଙ୍କର ମହିମା ହେଲା, ସେ ସଚ୍ଚୋଟ ପଣିଆ, ଅନୁଶାସନ ଓ ଧୈର୍ଯ୍ୟର ପାଠ ଶିଖାଇନ୍ତି। ଶନିଙ୍କ କୃପା ଦ୍ୱାରା ଜଣେ ବ୍ୟକ୍ତି ତା ଜୀବନରେ ସଫଳତା, ସ୍ଥିରତା ଓ ଆଧ୍ୟାତ୍ମିକ ଜ୍ଞାନ ଲାଭ କରିପାରେ। ଶନିବାର ଦିନ ତାଙ୍କ ପୂଜା କରିବା, କଳା ତିଳକ ଧାରଣ କରିବା, ତେଲ ଓ ଲୁହା ଦାନ କରିବା ଦ୍ୱାରା ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ତାଙ୍କ ମନ୍ତ୍ର "ଓଁ ଶଂ ଶନୈଶ୍ଚରାୟ ନମଃ" ଜପ ଦ୍ୱାରା ମଧ୍ୟ ଜୀବନରେ ଶାନ୍ତି ଓ ସମୃଦ୍ଧି ମିଳିଥାଏ।
ଶନିଙ୍କ ମହିମା ଏଥିରେ ମଧ୍ୟ ରହିଛି ଯେ, ସେ ମଣିଷକୁ ତାଙ୍କର ଭୁଲ୍ରୁ ଶିକ୍ଷା ନେବାକୁ ଓ ନିଜକୁ ସୁଧାରିବାକୁ ପ୍ରେରଣା ଦିଅନ୍ତି। ଶନିଦେବଙ୍କ କୃପା ମିଳିଲେ, ମଣିଷ ଜୀବନରେ ବାରମ୍ବାର ପରୀକ୍ଷାର ମୁହୂର୍ତ୍ତ ଆସି ପହଞ୍ଚିଥାଏ। ଯାହା ମଣିଷକୁ ଅଧିକ ଦୃଢ଼ ଓ ଧୈର୍ଯ୍ୟଶୀଳ କରାଇଥାଏ। ପୌରାଣିକ କଥା ଅନୁଯାୟୀ, ପ୍ରଭୁ ଶନି ଓ ହନୁମାନଙ୍କ ମଧ୍ୟରେ ସଂପର୍କ ଅତି ଉତ୍ତମ। ହନୁମାନ ହେଉଛନ୍ତି ସୂର୍ଯ୍ୟଙ୍କ ଛାତ୍ର, ଆଉ ଶନି ହେଉଛନ୍ତି ସୂର୍ଯ୍ୟଙ୍କ ପୁତ୍ର। ସେହି ନ୍ୟାୟରେ ଉଭୟଙ୍କର ସଂପର୍କ ବହୁତ ଭଲ। ଥରେ ହନୁମାନ ଶନିଙ୍କୁ ଏକ ବିପଦରୁ ବଞ୍ଚାଇଥିଲେ। ସେବେଠାରୁ ହନୁମାନଙ୍କ ଭକ୍ତଙ୍କୁ ଖରାପ ଦୃଷ୍ଟିରୁ ବଂଚାଇବାକୁ ଶନି ଶପଥ ନେଇଥିଲେ। ଶନିଙ୍କ ମହିମା ଜୀବନକୁ ସଠିକ୍ ପଥରେ ପରିଚାଳନା କରିବାରେ ସହାୟକ ହୋଇଥାଏ।
ଶନିଙ୍କ କ୍ରୋଧ ବା ଅସନ୍ତୋଷ, ସାଧାରଣତଃ ନିର୍ଦ୍ଦିଷ୍ଟ ଭୁଲ୍ ବା ଅନୁଚିତ କାର୍ଯ୍ୟ କାରଣରୁ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତଳେ ୨୦ଟି ପଏଣ୍ଟରେ ଏପରି କିଛି ଭୁଲ୍ ବା କାର୍ଯ୍ୟ ଉଲ୍ଲେଖ କରାଯାଇଛି, ଯାହା ପ୍ରଭୁ ଶନିଙ୍କୁ ଅସନ୍ତୁଷ୍ଟ କରିପାରେ ବୋଲି ଜ୍ୟୋତିଷଶାସ୍ତ୍ର ଓ ପୁରାଣ ଶାସ୍ତ୍ର ଉପରେ ଆଧାରିତ।
- ଅନ୍ୟାୟ କର୍ମ: ଅନ୍ୟମାନଙ୍କ ପ୍ରତି ଅନ୍ୟାୟ କଲେ, ଅନ୍ୟକୁ ପ୍ରତାରଣା ଦେଲେ କିମ୍ବା ମିଛ କହିଲେ ପ୍ରଭୁ ଶନିଦେବ ଅସନ୍ତୁଷ୍ଟ ହୋଇପଡ଼ନ୍ତି।
- ପରୋପକାରର ଅଭାବ: ପ୍ରଭୁ ଶନିଦେବ ଚାହାଁନ୍ତି, ମଣିଷ ଅନ୍ୟ ଅସହାୟ ମଣିଷକୁ ସହାୟତା ଦେଉ। ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ଗରିବ ଓ ଅସହାୟଙ୍କୁ ସାହାଯ୍ୟ ନକରି ଘୃଣା କରୁଛନ୍ତି କିମ୍ବା ସେମାନଙ୍କ ପ୍ରତି ନାକ ଟେକୁଛନ୍ତି ତେବେ ଶନିଦେବ ଅସନ୍ତୁଷ୍ଟ ହୁଅନ୍ତି।
- ଶନି ମନ୍ଦିରର ଅସମ୍ମାନ: ଶନି ମନ୍ଦିର ହେଉଛି ପ୍ରଭୁ ଶନିଦେବଙ୍କର ବାସସ୍ଥାନ। ତାଙ୍କ ପୂଜା ପାଇବାର ସ୍ଥାନ। କେହି ଯଦି ଶନିଙ୍କ ମନ୍ଦିର କିମ୍ବା ତାଙ୍କ ମୂର୍ତ୍ତିକୁ ଅସମ୍ମାନ କରେ, ତାହେଲେ ଶନିଦେବ ଅସନ୍ତୁଷ୍ଟ ହେବା ସ୍ୱଭାବିକ କଥା।
- ଶନିବାର ଅପବିତ୍ର କାର୍ଯ୍ୟ: ଶନିବାର ହେଉଛି ପ୍ରଭୁ ଶନିଙ୍କ ଦିନ। ତାଙ୍କୁ ଖୁସି କରିବାକୁ ଏହିଦିନ ଆମେ ପୂଜା କରିଥାନ୍ତି। ହେଲେ ଯଦି ଶନିବାର ଦିନ ଆମେ ଅନୈତିକ କାର୍ଯ୍ୟ କରନ୍ତି କମ୍ବା କୌଣସି ପାପପୂର୍ଣ୍ଣ କାମ କରନ୍ତି ତେବେ ଶନିଦେବ ଅସନ୍ତୁଷ୍ଟ ହୁଅନ୍ତି।
- ପିତା ବା ଗୁରୁଙ୍କ ଅସମ୍ମାନ: ପ୍ରଭୁ ଶନିଦେବ ଗୁରୁଜନ ମାନଙ୍କୁ ସମ୍ମାନ କଲେ ଖୁସି ହୁଅନ୍ତି। ତେଣୁ ଆମେ ଯଦି ପିତା, ମାତା, ଗୁରୁ ବା ବୟୋଜ୍ୟେଷ୍ଠଙ୍କୁ ଅସମ୍ମାନ କରିବା ସେ ଅସନ୍ତୁଷ୍ଟ ହେବେ।
- ମଦ ଓ ମାଂସ ସେବନ: ଏମିତି ତ ମଦ୍ୟପାନ ଶରୀର ପାଇଁ ହାନିକାରକ। ଅତ୍ୟଧିକ ମାଂସ ଆହାର ମଧ୍ୟ ଖରାପ। ଯଦି ଆମେ ଶନିବାର ଦିନ ମଧ୍ୟ ମଦ୍ୟପାନ କରିବା ଅଥବା ଆମିଷ ଖାଦ୍ୟ ଗ୍ରହଣ କରିବା ପ୍ରଭୁ ଶନିଦେବ ଅସନ୍ତୁଷ୍ଟ ହୋଇପଡ଼ିବେ।
- ଶ୍ରମିକଙ୍କ ଶୋଷଣ: କୌଣସି ପ୍ରକାର ଅନ୍ୟାୟ ଶନିଦେବ ସହିପାରନ୍ତି ନାହିଁ। କାରଣ ସେ ହେଉଛନ୍ତି ନ୍ୟାୟର ଦେବତା। ତେଣୁ ଯଦି ଶ୍ରମିକ, ନିମ୍ନ ବର୍ଗର ଲୋକ ବା କର୍ମଚାରୀଙ୍କୁ ଶୋଷଣ କରାଯାଏ ତେବେ ସେ ଅସନ୍ତୁଷ୍ଟ ହୁଅନ୍ତି।
- ଅଳସୁଆ ଜୀବନଶୈଳୀ: କାମରେ ଅହବେଳା କରିବା, ଆଳସ୍ୟ ପାଇଁ କିଛି ନକରିବା, ଶାରିରୀକ କାମକୁ ଡରିବା ଘଟଣାକୁ ଶନିଦେବ ବିରସ୍ତ ହୁଅନ୍ତି। ଏପରି ମଣିଷ ଉପରେ ତାଙ୍କର ଶୁଭ ଦୃଷ୍ଟି ଆଦୌ ପଡ଼େନାହିଁ।
- ଶନି ମନ୍ତ୍ରର ଅପମାନ: ଶନିଙ୍କୁ ପୂଜା କରିବାକୁ ଯେଉଁ ମନ୍ତ୍ର ଓ ସ୍ତୁତି ରହିଛି ଏହାକୁ ଥଟ୍ଟାମଜା କରିବା ଅନୁଚିତ। ତା ସହିତ ଏହାର ଭୁଲ୍ ଉଚ୍ଚାରଣ ପୂଜାରେ ଅଶ୍ରଦ୍ଧା ଦେଖାଇବା ଓ ଏହାକୁ ଭୁଲ୍ ବାଟରେ କଲେ ଅନିଷ୍ଠ ହୋଇଥାଏ।
- ପରିବେଶର ଅନାଦର: ପ୍ରକୃତି ଓ ପରିବେଶ ଆମକୁ ବଂଚାଇ ରଖିଛି। କୌଣସି ପ୍ରକାର ପ୍ରାକୃତିକ ବିଭ୍ରାଟ ପାଇଁ ଆମର ଅପକର୍ମ ହିଁ ଦାୟୀ। ସେଥିପାଇଁ ପ୍ରଭୁ ଶନିଦେବ ପ୍ରକୃତି, ଜଳ ବା ଗଛକୁ କ୍ଷତି ପହଞ୍ଚାଇଲେ ବହୁତ ଅସନ୍ତୁଷ୍ଟ ହୁଅନ୍ତି।
- ଅହଂକାର: ଶକ୍ତିଶାଲୀ ମଣିଷକୁ ତଳିତଳାନ୍ତ କରିଥାଏ ଅହଂକାର। ଏହା ମଧ୍ୟ ଏକ ଅପକର୍ମ ଯାଉଛି। ତେଣୁ ଅତ୍ୟଧିକ ଗର୍ବ ବା ଆତ୍ମଶ୍ଳାଘା ଦେଖାଇଲେ ପ୍ରଭୁ ଶନିଦେବ ଅସନ୍ତୁଷ୍ଟ ହୁଅନ୍ତି।।
- ଦୁର୍ବଳଙ୍କ ପ୍ରତି ନିଷ୍ଠୁରତା: ଦୁର୍ବଳ ବ୍ୟକ୍ତି ଯଦା ଅସହାୟ ବୃଦ୍ଧ, ଦରିଦ୍ର ବ୍ୟକ୍ତି କିମ୍ବା ଅସୁସ୍ଥ ବ୍ୟକ୍ତିଙ୍କୁ କଷ୍ଟ ଦେଲେ ଶନିଦେବ କ୍ରୋଧ କରିଥାନ୍ତି।
- ଶନିଙ୍କ ପ୍ରତୀକର ଅବମାନନା: କିଛି ଲୋକଙ୍କର ରଙ୍ଗକୁ ନେଇ ସମସ୍ୟା ଅଛି। କିନ୍ତୁ ଶାସ୍ତ୍ର କହୁଛି, ପ୍ରଭୁ ଶନିଙ୍କ ପ୍ରିୟ ରଙ୍ଗ ବା ତାଙ୍କ ପ୍ରତୀକ ଭାବେ ଜଣାଶୁଣା, କଳା ରଙ୍ଗ, ଲୁହା କଣ୍ଟା କିମ୍ବା ଲୌହ ଜିନିଷ, କାଉ ପକ୍ଷୀ, କଳା ରଙ୍ଗର ପୋଷାକ, ଏହିସବୁ ଜିନିଷର ଅବମାନନା ବା ଅସମ୍ମାନକୁ ଶନି ବିରକ୍ତ ହୁଅନ୍ତି।
- ଅନୁଶାସନର ଅଭାବ: କୌଣସି ବ୍ୟକ୍ତିର ନିୟମହୀନ ଜୀବନଯାପନ, କିମ୍ବା ନିୟମ ବାହାରକୁ ଯାଇ କିଛି ଭୁଲ୍ କାମ କରିବା ଘଟଣାରେ ଶନିଦେବ ଅସନ୍ତୁଷ୍ଟ ହୋଇଥାନ୍ତି।
- ଅନୁଚିତ ସମ୍ପତ୍ତି ଅର୍ଜନ: ଶାସ୍ତ୍ର କହୁଛି, ଭୁଲ୍ ଉପାୟରେ ଅର୍ଜିତ ସମ୍ପତ୍ତି କେବେବି ଆମ ପାଖରେ ରୁହେନାହିଁ। ତେବେ ଅନ୍ୟାୟ ଉପାୟରେ ଅର୍ଜିତ ଧନ ବା ସମ୍ପତ୍ତି ନେଇ ଶନି ଅସନ୍ତୁଷ୍ଟ ହୋଇଥାନ୍ତି।
- ଶନିବାର ଉପବାସ ଭଙ୍ଗ: ଶନିଙ୍କ ନିମିତ୍ତ ଉପବାସ କରି ତାହାକୁ ମଝିରୁ ଭାଙ୍ଗିବା କିମ୍ବା ନୀତିନିଷ୍ଠ ହୋଇ ପାଳି ନପାରିଲେ ଶନିଦେବ ଅସନ୍ତୁଷ୍ଟ ହୁଅନ୍ତି।
- ପୂଜାରେ ଅଶୁଦ୍ଧତା: ଶନିଙ୍କ ପୂଜା ସମୟରେ ଅଶୁଦ୍ଧ ମନ ବା ଶରୀରରେ ପୂଜା କରିବା ଅନୁଚିତ। ସେପରି ହେଲେ ସେ କ୍ରୋଧ କରନ୍ତି।
- ପ୍ରତିଜ୍ଞା ଭଙ୍ଗ: ବେଳେବେଳେ ଆମର କୌଣସି କାମ ସଫଳ ହେଲେ ଈଶ୍ୱରଙ୍କୁ ମାନସିକ ଯାଚିଥାନ୍ତି। କିନ୍ତୁ କାମ ହେଲା ପରେ ଆମେ ଯାଚିଥିବା ମାନସିକ ଭୁଲି ଯାଆନ୍ତି। ଏପରି ହେଲେ ଶନି କ୍ରୋଧ କରିବା ସ୍ୱଭାବିକ। ତାଙ୍କ ନାମରେ କରାଯାଇଥିବା ମାନସିକ ଭାଙ୍ଗିବା ଅନୁଚିତ।
- ଅନୀତିପୂର୍ଣ୍ଣ ବ୍ୟବସାୟ: ବ୍ୟବସାୟ ବାଣିଜ୍ୟ ସବୁବେଳେ ନୀତି ଉପରେ ଚାଲେ। କିନ୍ତୁ ଅନୈତିକ ବ୍ୟବସାୟ ବା ଲାଭ ପାଇଁ ଗ୍ରାହକକୁ ପ୍ରତାରଣା ଦେଲେ ଶନି ରାଗନ୍ତି।
- ଅନ୍ୟଙ୍କ ଅଧିକାର ହନନ: ଅନ୍ୟମାନଙ୍କର ଅଧିକାର ଛଡ଼ାଇ ନେବା ବା ତାଙ୍କୁ କ୍ଷତି ପହଞ୍ଚାଇବା ଘଟଣା ଆମ ସମାଜରେ ଗ୍ରହଣଯୋଗ୍ୟ ନୁହେଁ। ଏଥିପାଇଁ ଏପରି କଲେ ପ୍ରଭୁ ଶନିଦେବ ଅସନ୍ତୁଷ୍ଟ ହୁଅନ୍ତି।
Also Read
ଶନିଙ୍କୁ ପ୍ରସନ୍ନ ରଖିବା ପାଇଁ ଆମେ ସବୁବେଳେ ସଚ୍ଚୋଟ ଜୀବନ, ନ୍ୟାୟପୂର୍ଣ୍ଣ କର୍ମ ଏବଂ ଶନିବାର ଦିନ ତାଙ୍କ ପୂଜା, ଦାନଧର୍ମ (ଯେମିତି କି କଳା ତିଳ, ଲୁହା, ତେଲ), ଓ ଶନିମନ୍ତ୍ର ଜପ କରିବାକୁ ଶାସ୍ତ୍ରଜ୍ଞମାନେ ଉପଦେଶ ଦିଅନ୍ତି।