Advertisment

Seven Ways to Please Lord Shani: ଶନିଙ୍କୁ ଖୁସି କରିବାର ୭ଟି ପ୍ରଭାବଶାଳୀ ଉପାୟ

ଭାରତରେ ଶନିଦେବଙ୍କ ସମ୍ଯା ମଧ୍ୟ ସଦା ଭକ୍ତମାନଙ୍କ ଭୟ ରହିଥାଏ। ଏହି ଆର୍ଟିକଲ ମାଧ୍ୟମରେ ତାଙ୍କୁ ଖୁସି କରିବାର ବିବିଧ ପାଇଁ ଅଂଶୀଦାରୀ ଖେତ୍ରଶିଳ୍ପିକୁ ନେଇ ଆଲୋଚନା କରିଥାଏ। ଏହି ସହିତ ମନ୍ତ୍ର ଉଚ୍ଚାରଣ, କର୍ମଯୋଗ, ଯଶସ୍ୱୀ ଦାନ, ରାଶିତେଲ ଦୀପ, ଭକ୍ତଙ୍କର ଆମିଷ ଖାଦ୍ୟ ଓ ନିଶାକୁ ବର୍ଜନ କରିବା ଏହି କାରଣରୁ ତାହିଁଦ୍ବାରା ଶନିର ପ୍ରସାଦ ପାଇବାର ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
7 effective ways of worshipping lord shanvidev or shani grah

7 effective ways of worshipping lord shanvidev or shani grah

Advertisment

ପ୍ରଭୁ ଶନିଦେବ ଅଥବା ଶନିଗ୍ରହ। ହିନ୍ଦୁ ଧର୍ମରେ ଶନିଦେବଙ୍କର ସ୍ଥାନ ସ୍ୱତନ୍ତ୍ର। ଭକ୍ତମାନେ ତାଙ୍କୁ ଭକ୍ତି ଯେତେ କରନ୍ତି ଭୟ ତାଠାରୁ ଅଧିକା କରିଥାନ୍ତି। ଶନି ଦଶା ପଡ଼ିଲେ ଜୀବନ ନଷ୍ଟ ହୋଇଯାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି। କିଏ କିଏ ସେଥିପାଇଁ କଥା ପ୍ରସଙ୍ଗରେ କୁହନ୍ତି- ‘ଭାଇ ମୋର ଏବେ ଶନିଦଶା ପଡ଼ିଛି।’ ଏହି କାରଣରୁ ପ୍ରଭୁ ଶନିଦେବଙ୍କୁ ଅସନ୍ତୁଷ୍ଟ କରିବାକୁ କାହାର ସାହସ ନଥାଏ।

Advertisment

ହିନ୍ଦୁ ପୁରାଣ ଅନୁସାରେ, ଶନି ହେଉଛନ୍ତି ସୂର୍ଯ୍ୟ ଦେବତାଙ୍କ ପୁତ୍ର। ତାଙ୍କ ମାତାଙ୍କ ନାମ ଛାୟା। ସେଥିପାଇଁ ଶନିଙ୍କୁ ଛାୟାପୁତ୍ର ବୋଲି ମଧ୍ୟ କୁହାଯାଏ। ଶନିଙ୍କର ମନ୍ତ୍ରରେ କୁହାଯାଇଛି- ‘ଛାୟା ମାର୍ତ୍ତଣ୍ଡ ସମ୍ଭୁତମ୍’। ଅର୍ଥାତ ସୂର୍ଯ୍ୟ ଓ ଛାୟାଙ୍କ ପବିତ୍ର ସଂଗମରୁ ଶନିଦେବଙ୍କର ଜନ୍ମ।

କେହି କେହି ଜ୍ୟୋତିଷଶାସ୍ତ୍ରବିତ୍ କୁହନ୍ତି, ବିଶ୍ୱ ବ୍ରହ୍ମାଣ୍ଡରେ ଥିବା ୯ଟି ଗ୍ରହଙ୍କ ମଧ୍ୟରେ ଶନି ହେଉଛନ୍ତି ସବୁଠାରୁ ଅଧିକ ପ୍ରତ୍ୟକ୍ଷ ଓ କ୍ରୁର। କିନ୍ତୁ ସେ ହିଁ ହେଉଛନ୍ତି ନ୍ୟାୟର ଦେବତା। କାରଣ ସେ ପ୍ରତି ମଣିଷକୁ ତା’ର କର୍ମ ଅନୁଯାୟୀ ହିଁ ଦଣ୍ଡ ଦେଇଥାନ୍ତି। ସେଥିପାଇଁ ତାଙ୍କୁ ସମସ୍ତଙ୍କର ଭୟ। କେହି ଶନିଦେବଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହାଁନ୍ତି ନାହିଁ।

Advertisment

କୌଣସି ହିନ୍ଦୁ ପରିବାରରେ ଯେତେବେଳେ ପିଲାଟିଏ ଜନ୍ମ ହୋଇଥାଏ, ସେତେବେଳେ ପରିବାର ଲୋକ, ଜନ୍ମ ଲଗ୍ନ ଅନୁସାରେ ତାହାର ଜନ୍ମ କୁଣ୍ଡଳୀ ବା ଜାତକ ତିଆରି କରିଥାନ୍ତି। ଏହା ମୁଖ୍ୟତଃ ରାଶି ନକ୍ଷତ୍ରର ଚଳନ ଅନୁଯାୟୀ ହିଁ ନିଷ୍ପତ୍ତି ନିଆଯାଇଥାଏ। ଏହି ସମୟରେ ସମସ୍ତଙ୍କର ଭୟ ରହିଥାଏ ଶନି ଗ୍ରହକୁ। ସମସ୍ତେ ଜାଣିବାକୁ ଚାହିଁଥାନ୍ତି ଯେ, ପିଲାଟିର କେଉଁ ଘରେ ଶନି ବସିଛନ୍ତି କି? କାରଣ ବିଶ୍ୱାସ କରାଯାଏ, ସେହି ଅନୁଯାୟୀ ପିଲାଟିର ଭବିଷ୍ୟତ ଜୀବନ କଟିବ। ମଣିଷର ଯେତେସବୁ ଦୁର୍ଭାଗ୍ୟର ଦେବତା ହେଉଛନ୍ତି ଶନି।

ଶନି ଗ୍ରହଙ୍କ ପ୍ରଭାବରେ ଯିଏ ଜନ୍ମ ନେଇଥାଏ, ତାହାର ଜାତକରେ ଶନି ମହାଦଶା ଉଲ୍ଲେଖ ରହେ, ଯାହାକୁ ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। କିନ୍ତୁ ପଣ୍ଡିତମାନେ କୁହନ୍ତି, ଜଣେ ଚାହିଁଲେ ଶନିଦେବଙ୍କୁ ସନ୍ତୁଷ୍ଟ କରି ଏହି ଦୁର୍ଭାଗ୍ୟରୁ ମୁକୁଳି ପାରିବ। ଶନିଦେବ ହେଉଛନ୍ତି ହିନ୍ଦୁ ଧର୍ମର ଏକମାତ୍ର ଦେବତା, ଯିଏ ତାଙ୍କ ଭକ୍ତମାନଙ୍କୁ ନିଜର ତ୍ରୁଟି ମାର୍ଜନା କରିବାକୁ ସୁଯୋଗ ଦେଇଥାନ୍ତି। ଏବେ ଆସନ୍ତୁ ଜାଣିବା ଶନିଦେବଙ୍କୁ ଖୁସି କରିବାର ଏହି ୭ଟି ଉପାୟ ସଂପର୍କରେ, ଯାହା ହୁଏତ ଆପଣଙ୍କ ଭାଗ୍ୟ ବଦଳେଇ ଦେଇପାରେ।

Advertisment

୧. ଦୈନିକ ଶାନ୍ତିମନ୍ତ୍ର ବା ଶାନ୍ତିସ୍ତୋତ୍ରମ୍ ଉଚ୍ଚାରଣ କରନ୍ତୁ

ମନ୍ତ୍ର ଉଚ୍ଚାରଣ ଟିକିଏ କଷ୍ଟଦାୟକ। କିନ୍ତୁ ଏହାର ଲାଭ ଅନେକ। ନିୟମିତ ଅଭ୍ୟାସ କଲେ, କିଛିଦିନ ପରେ ପଥ ସୁଗମ ହୋଇଯାଏ। ଅନେକ ସମୟରେ ଆମେ ହୁଏତ ଏହି କଷ୍ଟ ମନ୍ତ୍ର ସବୁ ବୁଝି ନପାରନ୍ତି, କିନ୍ତୁ ସେଗୁଡିକର ଉଚ୍ଚାରଣ ଆମ ଭିତରେ ଶକ୍ତି ସୃଷ୍ଟି କରିଥାଏ। ଆମ ଚାରିକଡ଼େ ଏକ ସକାରାତ୍ମକ ପରିବେଶ ତିଆରି କରେ, ଯାହା ଆମକୁ ପରବର୍ତ୍ତୀ ସମୟରେ ସଫଳତା ଆଣି ଦେଇଥାଏ।

୨. କର୍ମଯୋଗ ଅଭ୍ୟାସ

ପ୍ରଭୁ ଶନି ହେଉଛନ୍ତି କର୍ମର ଦେବତା। ସେ ଯାହା ଫଳ ଦେବେ ତାହା ଆମର କର୍ମ ଉପରେ ହିଁ ନିର୍ଭର କରିଥାଏ। ସେଥିରେ ସେ ଟିକିଏ ମଧ୍ୟ ଓଲମ ବିଲମ କରନ୍ତି ନାହିଁ। ଆପଣ ଯଦି କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ଅଛନ୍ତି, କିମ୍ବା ନିଜ କାମରେ ମନ ଦେଇ ଲାଗି ପଡ଼ିଛନ୍ତି, ତେବେ ଏଥିରେ ଶନି ଖୁସି ହେବେ ଓ ଆପଣଙ୍କୁ ପୁରସ୍କାର ନିଶ୍ଚୟ ଦେବେ। ଆମେ ଭଲ କାମ କଲେ ସେ ଭଲ ଫଳ ଦେବେ, ଖରାପ କାମ କଲେ ଖରାପ ଫଳ ଦେବେ।

୩. ଦାନ ଧର୍ମ

ଶନିଦେବ କର୍ମର ଦେବତା ହୋଇଥିଲେ ମଧ୍ୟ, ସେ ଦାନଧର୍ମକୁ ଭଲ ପାଆନ୍ତି। କୌଣସି ଲୋକ ଯଦି ଖୁସି ମନରେ ସମସ୍ୟାରେ ପଡିଥିବା ଲୋକକୁ ସହାୟତାର ହାତ ବଢ଼ାଇଲା, ତେବେ ପ୍ରଭୁ ଶନି ଖୁବ୍ ଖୁସି ହୁଅନ୍ତି ବୋଲି ପୁରାଣ କୁହେ। ତେବେ ପଣ୍ଡିତ କୁହନ୍ତି, ନିଜ ଦାନ ପ୍ରତିବଦଳରେ ଆମେ କିଛି ପାଇବାର ଲୋଭ ନରଖିବା ଉଚିତ। ସେମିତି ହେଲେ ଶନିଦେବ ଆଦୌ ଖୁସି ହୁଅନ୍ତି ନାହିଁ।

୪. ରାଶି ତେଲରେ ଦୀପ ଜାଳନ୍ତୁ

ଶନିବାର ହେଉଛି ଶନିଙ୍କ ଦିନ। ପଣ୍ଡିତମାନଙ୍କ କହିବା ଅନୁଯାୟୀ, ପ୍ରଭୁ ଶନିଙ୍କୁ ଖୁସି କରିବାକୁ ସେହିଦିନ ଆମେ ସୋରିଷ କିମ୍ବା ରାଶିତେଲରେ ତାଙ୍କ ପାଖରେ ଦୀପଟିଏ ଜାଳିବା ଉଚିତ। ତା ସହିତ ସେଦିନ କଳା ପୋଷାକ ପିନ୍ଧିଲେ ଭଲ। କାରଣ ଶନିଦେବଙ୍କର ପ୍ରିୟ ରଙ୍ଗ ହେଲା କଳା। ସେହିଦିନ ଲୁହା କଡ଼େଇଲେ ରୋଷେଇ କରି ଖାଇବ। ଲୁହାର ବ୍ୟବହାର ବଢ଼େଇ ଦେବ। କଳାବିରିର ଡାଲି ଖାଇବ। ଶୀତଦିନ ହୋଇଥିଲେ କଳା ଚଦର କିମ୍ବା କମ୍ବଳ ଘୋଡ଼େଇ ହେବ।

୫. ନିଶା ଦ୍ରବ୍ୟ ବର୍ଜନ କରନ୍ତୁ

ପ୍ରଭୁ ଶନି ନିଶା ଦ୍ରବ୍ୟକୁ ଘୃଣା କରନ୍ତି। ତେଣୁ ତାଙ୍କୁ ଖୁସି କରିବାକୁ ଯଥା ସମ୍ଭବ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ। ସେହିପରି ଆମିଷ ଭୋଜନରୁ ଦୂରେଇ ରହିଲେ ଅଧିକ ଭଲ। ପ୍ରଭୁ ଶନି ମିଠା କ୍ଷୀର ଓ କଦଳୀ ପତ୍ରକୁ ବେଶୀ ବଲ ପାଆନ୍ତି। ତେଣୁ ତାଙ୍କୁ ନୈବେଦ୍ୟ ଅର୍ପଣ ବେଳେ ଏହାର ବ୍ୟବହାର କରନ୍ତୁ।

୬. ଶନିବାର ହନୁମାନଙ୍କ ଆରାଧନା କରନ୍ତୁ

ଶନିବାର ଦିନଟି କେବଳ ଶନିଙ୍କର ଦିନ ନୁହେଁ, ଏହା ମଧ୍ୟ ପ୍ରଭୁ ହନୁମାନଙ୍କର ପୂଜାଦିନ ହୋଇଥାଏ। ପ୍ରତି ଶନିବାର ଆପଣ ହନୁମାନ ଚାଳିଶା ପାଠ କଲେ ଶନିଦେବ ଖୁସି ହୁଅନ୍ତି। ଏଥିସହିତ ଆପଣ ଯଦି ମାଙ୍କଡ଼କୁ ଗୁଡ଼ ଓ ବିରି ଖାଇବାକୁ ଦେବେ ତେବେ ଶନିଦେବ ଅଧିକ ଖୁସି ହୁଅନ୍ତି ବୋଲି କୁହାଯାଏ।

୭. ଓସ୍ତଗଛକୁ ପୂଜା କରନ୍ତୁ

ଯେତେବେଳେ ଆମ ଭାଗ୍ୟ ଆକାଶରେ ମହାଦୋଷ ମାଡ଼ିଆସେ, ପଣ୍ଡିତମାନେ ଓସ୍ତଗଛ ବା ଅଶ୍ୱତ୍ଥ ବୃକ୍ଷକୁ ପୂଜା କରିବାକୁ ପରାମର୍ଶ ଦିଅନ୍ତି। ବିଶେଷକରି ଶନିବାର ସକାଳେ ଏହା କରିବା ଉଚିତ। ଶନିବାର ଦିନ ରାସ୍ତା କଡ଼ରେ ଥିବା କୌଣସି ଏକ ଅଶ୍ୱତ୍ଥ ଗଛକୁ ଘଣ୍ଟାକଣ୍ଟା ବୁଲୁଥିବା ଦିଗରେ ୭ଥର ପରିକ୍ରମା କରନ୍ତୁ ଓ ଗଛମୂଳରେ ପାଣି ଢାଳନ୍ତୁ।

ଉପରୋକ୍ତ ୭ଟି ଉପାୟକୁ ନିଷ୍ଠାର ସହ ନିୟମିତ ମାନିଲେ ଓ ପାଳିଲେ, ପ୍ରଭୁ ଶନି ଖୁସି ହୁଅନ୍ତି ଓ ଭଲ ଫଳ ଦିଅନ୍ତି।

Lord Sanidev Vastu And God Sanidev Odia Parba Parbani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ