Advertisment

ଅପେକ୍ଷାରେ ହେଲା ଅନ୍ତ: ୧୬ ରୁ ଖୋଲିବ ଶ୍ରୀମନ୍ଦିର

ଆସନ୍ତା ୧୬ ତାରିଖ ଅର୍ଥାତ୍ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ସୂଚନା ଅନୁସାରେ, ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧, ୨୨ ତାରିଖ ସଟଡାଉନ ଥିବାରୁ ଭକ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
ଦଇତାପତି ନିଯୋଗର ପ୍ରସ୍ତାବ-ଲକ୍‌ଡାଉନ୍‌ କଟକଣା ସହ ରଥଯାତ୍ରା ପାଳନ କରାଯାଉ

puri

Advertisment

ପୁରୀ: ଆସନ୍ତା ୧୬ ତାରିଖ ଅର୍ଥାତ୍ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ସୂଚନା ଅନୁସାରେ, ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧, ୨୨ ତାରିଖ ସଟଡାଉନ ଥିବାରୁ ଭକ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ତେବେ ଶ୍ରୀମନ୍ଦିର ବ୍ୟତୀତ ପୁରୀ ସହରରେ ଅନ୍ୟ ସମସ୍ତ ଧର୍ମପୀଠ ଖୋଲିବା ଲାଗି ଗତକାଲି ନିଷ୍ପତ୍ତି ନେଇଥିଲା ପୁରୀ ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଭିତରେ ସହରର ସମସ୍ତ ମଠ, ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବ ବୋଲି ଗତକାଲି ପୁରୀ ପ୍ରଶାସନ ସୂଚନା ଦେଇଥିଲା। ତେବେ ସପ୍ତାହନ୍ତ ସଟଡାଉନରେ ପୁରୀ ସହରକୁ ଭକ୍ତ, ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏପଟେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ପର୍ଯ୍ୟଟକଙ୍କ ଲାଗି ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସେହିଭଳି ସମ୍ବଲପୁରରେ ଗତକାଲିଠାରୁ ଖୋଲିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର ।

Advertisment

ତା’ସହ ଜିଲ୍ଲାର ଅନ୍ୟାନ୍ୟ ଧର୍ମପୀଠ ଖୋଲିବା ନେଇ ନିଷ୍ପତ୍ତି ନେଇଛି । ଜିଲ୍ଲା ପ୍ରଶାସନ କୋଭିଡ କଟକଣା ଭିତରେ ମନ୍ଦିର ଖୋଲିଛି । କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମନ୍ଦିର ଖୋଲୁଥିବା ବେଳେ ସାନିଟାଇଜେସନ ପାଇଁ ସବୁ ସୋମବାର ଦିନ ମନ୍ଦିର ବନ୍ଦ ରହିବ ବୋଲି ଜଣାପଡ଼ିଛି । ୬୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ବୟସ୍କଙ୍କ ପ୍ରବେଶ ଉପରେ କଟକଣା ରହିଛି । ସେହିପରି ଗର୍ଭବତୀ ମହିଳା ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି । ଭକ୍ତ ମାନେ ମନ୍ଦିର ଭିତରକୁ ପୁଜା ସାମଗ୍ରୀ ନେଇ ଯାଇ ପାରିବେ ନାହିଁ କିମ୍ବା ମନ୍ଦିର ଭିତରେ ବସି ପାରିବେ ନାହିଁ । କୋଭିଡ ଗାଇଡ୍‌ଲାଇନ ସହ ସାମାଜିକ ଦୂରତା ରକ୍ଷା କରି ଓ ମୁହଁରେ ମାସ୍କ ପିନ୍ଧି ଦର୍ଶନ କରିବାକୁ ନିର୍ଦ୍ଦେଶ ରହିଛି । ଏପଟେ ଆଜିଠୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ମଧ୍ୟ ଖୋଲିଛି। କରୋନା କଟକଣା ମଧ୍ୟରେ ଦୀର୍ଘଦିନ ପରେ ଦର୍ସନ କରୁଛନ୍ତି ଭକ୍ତ। ତେବେ ମନ୍ଦିର ବେଢ଼ା ପରିକ୍ରମା ଉପରେ ପ୍ରଶାସନ ରୋକ ଲଗାଇଥିବା ଜଣାପଡ଼ିଛି।

Odisha News Puri Puri Jaggannth Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ