Advertisment

ଖୋଲିଲା ସ୍ୱର୍ଗଦ୍ୱାର : ୧୦ ଜଣ ଉପସ୍ଥିତିରେ ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି

ସର୍ବସାଧାରଣଙ୍କ ପାଇଁ ଖୋଲିଲା ସ୍ୱର୍ଗଦ୍ୱାର। ଅଗଷ୍ଟ ୧୬ ଅର୍ଥାତ ଆଜି ଠାରୁ ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି ମିଳିଛି । ଶବଦାହ ସମୟରେ କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ତେବେ ସ୍ୱର୍ଗଦ୍ୱାରରେ ଶବଦାହ କରିବାକୁ ମୃତକଙ୍କ କୋଭିଡ୍ ନେଗେଟିଭ ରିପୋର୍ଟ ଦେବା ବାଧ୍ୟତାମୂଳକ କରାଯାଇଛି ।

ଅଦ୍ୟତନ ହୋଇଛି
ଖୋଲିଲା ସ୍ୱର୍ଗଦ୍ୱାର : ୧୦ ଜଣ ଉପସ୍ଥିତିରେ ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି

Puri Swargadwara

Advertisment

ପୁରୀ : ସର୍ବସାଧାରଣଙ୍କ ପାଇଁ ଖୋଲିଲା ସ୍ୱର୍ଗଦ୍ୱାର। ଅଗଷ୍ଟ ୧୬ ଅର୍ଥାତ ଆଜି ଠାରୁ ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି ମିଳିଛି । ଶବଦାହ ସମୟରେ କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ତେବେ ସ୍ୱର୍ଗଦ୍ୱାରରେ ଶବଦାହ କରିବାକୁ ମୃତକଙ୍କ କୋଭିଡ୍ ନେଗେଟିଭ ରିପୋର୍ଟ ଦେବା ବାଧ୍ୟତାମୂଳକ କରାଯାଇଛି । ଶନିବାର, ରବିବାର ସଟଡାଉନରେ କୌଣସି ଅସୁବିଧା ହେବନାହିଁ, ସଟଡାଉନରେ ମଧ୍ୟ ଶବଦାହ ହୋଇପାରିବ । ସ୍ୱର୍ଗଦ୍ୱାରରେ କୋଭିଡ ରୋଗୀଙ୍କ ଶବ ସତ୍କାର ହୋଇପାରିବ ନାହିଁ । ତେବେ ଶବଦାହ ସମୟରେ ସାମାଜିକ ଦୂରତା ନରହିଲେ, ପୁର୍ନବାର କଟକଣା ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

କରୋନା ଭାଇରସ୍ ଭୟ ଯୋଗୁଁ ଏପ୍ରିଲ ୨୫ ତାରିଖରୁ ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ପୁରୀ ଜିଲ୍ଲାର ଲୋକେ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ଆତ୍ମୀୟଙ୍କ ଶବଦାହ କରିପାରିବେ ବୋଲି କୁହାଯାଇଥିଲା । ସେହିପରି କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତି ସ୍ୱର୍ଗଦ୍ୱାରରେ ଅସ୍ଥି ବିସର୍ଜନ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ପୁରୀରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଥିଲା । ଜିଲ୍ଲା ଓ ରାଜ୍ୟ ବାହାରର କୌଣସି ବ୍ୟକ୍ତି ମହୋଦଧି ଓ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ଅସ୍ଥି ବିସର୍ଜନ କରିପାରିବେ ନାହିଁ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସେତେବେଳ ସୂଚନା ଦେଇଥିଲେ ।

ସେପଟେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀ ବାସିନ୍ଦା । ସକାଳୁ ସକାଳୁ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବ୍ୟାରିକେଡ କିଓସ୍କୋ ସହ ୬ଟି ଅସ୍ଥାୟୀ ରୁମ୍‌ରେ ଫଟୋ ପରିଚୟପତ୍ର, ଆଧାର କାର୍ଡ ଆଦି ପ୍ରମାଣ ପତ୍ର ଯାଞ୍ଚ କରାଯିବାର ବ୍ୟବସ୍ଥା ହୋଇଛି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ହୋଇଛି ।

Advertisment
Odisha Puri Swargadwar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ