Advertisment

Untimely Ratha Yatra: ପୁଣି ଜଗନ୍ନାଥ ସଂସ୍କୃତି ସହ ଖେଳ, ଦିଲ୍ଲୀରେ ବି ଅଦିନିଆ ରଥଯାତ୍ରା

ଜଗନ୍ନାଥ ସଂସ୍କୃତି ସହିତ ଖେଳ। ମନଇଚ୍ଛା, ଶାସ୍ତ୍ରୀୟ ତିଥିକୁ ଅଣଦେଖା କରି ରଥଯାତ୍ରା କରାଯାଉଛି। ଗତକାଲି ଦେଶର ରାଜଧାନୀ ଦିଲ୍ଲୀରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି।

undefined

ratha yatra

Advertisment

ଜଗନ୍ନାଥ ସଂସ୍କୃତି ସହିତ ଖେଳ। ମନଇଚ୍ଛା, ଶାସ୍ତ୍ରୀୟ ତିଥିକୁ ଅଣଦେଖା କରି ରଥଯାତ୍ରା କରାଯାଉଛି। ଗତକାଲି ଦେଶର ରାଜଧାନୀ ଦିଲ୍ଲୀରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ସେବାୟତଙ୍କ ପକ୍ଷରୁ କଡ଼ା ଭାଷାରେ ନିନ୍ଦା ବି କରାଗଲାଣି। ସରକାର କହିଛନ୍ତି ଏ କ୍ଷେତ୍ରରେ ଆଗକୁ କଡ଼ା ଆଭିମୁଖ୍ୟ ନିଆଯିବ।

Advertisment

ବାରମ୍ବାର ଭାଙ୍ଗୁଛି ପରମ୍ପରା। ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଲାଗୁଛି ଧକ୍କା। ଦେଶ ହେଉ କି ବିଦେଶ, ଅଦିନିରେ ଗଡୁଛି ରଥ। ପୂର୍ବରୁ ଅଦିନିଆ ରଥଯାତ୍ରା ଆୟୋଜନ କରି ଇସ୍କନ ବିବାଦ ସୃଷ୍ଟି କରିଥିବା ବେଳେ, ଗତକାଲି ଦିଲ୍ଲୀର ଗୀତା ଭବନ ପଞ୍ଚାୟତି ଟ୍ରଷ୍ଟ ପକ୍ଷରୁ ପାଳନ କରାଯାଇଛି ଘୋଷଯାତ୍ରା। ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଜଗନ୍ନାଥ ଧାମ ପୁରୀ ରଥଯାତ୍ରା ନୀତିକାନ୍ତି ଅନୁଯାୟୀ ରଥଯାତ୍ରା ହେବାର ବିଧି ରହିଛି। ମାତ୍ର ଶାସ୍ତ୍ରୀୟ ତିଥିକୁ ଅବମାନନା କରି ଦିଲ୍ଲୀରେ ଅଦିନରେ ରଥ ଯାତ୍ରା କରାଯାଇଛି। ଯାହାକୁ ପ୍ରବଳ ବିରୋଧ କରାଯାଉଛି।

ଆଶ୍ଚର୍ଯ୍ୟର କଥା ହେଉଛି ଗତ ୨୦ ବର୍ଷ ଧରି ଅଦିନରେ ହିଁ ରଥଯାତ୍ରା ଆୟୋଜନ କରିଆସୁଛି ଟ୍ରଷ୍ଟ। ଅନ୍ୟପଟେ ବିବାଦ ବଢିବା ପରେ ଶ୍ରୀ ଗୀତା ଭବନ ପଞ୍ଚାୟତି ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ନିର୍ଦ୍ଧାରିତ ରଥଯାତ୍ରା ଦିନ ପୂର୍ବରୁ ରବିବାରକୁ ଦେଖି ଗତକାଲି ଟ୍ରଷ୍ଟ ପକ୍ଷରୁ ରଥ ଟଣାଯାଇଛି। ସେପଟେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ମହାପ୍ରଭୁଙ୍କ ସେବାୟତ ଏହାକୁ ପ୍ରବଳ ବିରୋଧ କରିଛନ୍ତି।

Advertisment

ଏଠି ପ୍ରଶ୍ନ ଉଠୁଛି, କାହିଁକି ବାରମ୍ବାର ଅଦିନରେ ଗଡୁଛି ରଥ? ବାରମ୍ବାର ସରକାରୀ ଚେତାବନୀ ଓ ମନ୍ଦିର ପ୍ରଶାସନର ତାଗିଦ ପରେ ବି କାହିଁକି ବିଭିନ୍ନ ସଂସ୍ଥା ଭୃକ୍ଷେପ କରୁନାହାନ୍ତି? ଅଦିନିଆ ରଥ ବନ୍ଦ ଲାଗି ଅଧିକ କଡା ଆଭିମୁଖ୍ୟ ନେବାର ଆବଶ୍ୟକତା ଅଛି କି? ଘଟଣାକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ହେଲା, ଯେଉଁ ସବୁ ସ୍ଥାନରେ ଅଦିନିଆ ରଥ ଯାତ୍ରା ହେଉଥିବା ନଜରକୁ ଆସୁଛି ସେଠାରେ ସରକାର ଆୟୋଜକଙ୍କ ସହ ଆଲୋଚନା କରୁଛନ୍ତି। ଯେପରି ମହାପ୍ରଭୁଙ୍କ ନୀତି କୁ ନେଇ ବିଭ୍ରାଟ ନହେବ ସେନେଇ ଆଗକୁ ଆଇନର ବାଟ ଆପଣାଯିବ।

ନୂଆ ସରକାର ଆସିବା ପରେ ନୂଆପଡ଼ା ଭଳି କିଛି ସ୍ଥାନରେ ହେଉଥିବା ଅଦିନିଆ ରଥ ଯାତ୍ରକୁ ବନ୍ଦ କରାଯାଇଛି। ଆଗକୁ ଅନ୍ୟ ଅନୁଷ୍ଠାନଗୁଡିକ ଉପରେ କି ପଦକ୍ଷେପ ନିଆଯାଉଛି ତାକୁ ଅପେକ୍ଷା।

Advertisment
Ratha Jatra Puri ISKCON
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: