Advertisment

Rahul Gandhi: ରାଲି ବେଳେ ରାହୁଲଙ୍କୁ କିସ୍!

ବୁଲେଟ ଚଳାଇ ରାଲି କରୁଥିଲେ ରାହୁଲ ଗାନ୍ଧୀ। ତାଙ୍କ ସୁରକ୍ଷା ପା ଅନେକ ସୁରକ୍ଷାକର୍ମୀ ମଧ୍ୟ ଥିଲେ। କିନ୍ତୁ ସୁରକ୍ଷା ବଳୟକୁ ଭେଦ କରି ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ କିସ୍ କରିବାକୁ ଚେଷ୍ଟା କରିଥିଲେ।

A-youth-trying-to-kiss-rahul-gandhi

A-youth-trying-to-kiss-rahul-gandhi

Advertisment

ଚାଲିଥିଲା ବାଇକ ରାଲି। ହେଲମେଟ ପିନ୍ଧି ବୁଲେଟ୍‌ ଚଲାଉଥିଲେ ରାହୁଲ ଗାନ୍ଧୀ। ପଛରେ ବସିଥିଲେ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ରାଜେଶ ରାମ । ଆଉ ସାଙ୍ଗରେ ଥିଲେ ସୁରକ୍ଷା କର୍ମୀ । ବିଭିନ୍ନ ନାରାରେ କମ୍ପୁଥିଲା ପୂରା ରାସ୍ତାଘାଟ। ହଜାର ହଜାର ଲୋକଙ୍କ ଭିଡ଼ ଭିତରେ ଅଧିକାର ଯାତ୍ରା କରୁଥିଲେ କଂଗ୍ରେସର ଯୁବରାଜ । ଏତିକି ବେଳେ ହଠାତ ଜଣେ ଯୁବକ ଗହଳି ଭିତରୁ ମାଡି ଆସିଥିଲେ। ଆଉ ରାହୁଲଙ୍କୁ କିସ୍‌ କରିବାକୁ ଚେଷ୍ଟା କରିଥିଲେ। ନାଲି ସାର୍ଟ ପିନ୍ଧିଥିବା ଜଣେ ଯୁବକ ଗହଳିରୁ ବାହାରି ଆସି ରାହୁଲଙ୍କ ନିକଟରେ ପହଞ୍ଚିଥିଲେ । ଆଉ ରାହୁଲଙ୍କୁ ଚୁମ୍ବନ ଦେବାକୁ ଟ୍ରାଏ କରିଥିଲେ । କିନ୍ତୁ ତା ପୂର୍ବରୁ ମାଡ଼ି ବସିଥିଲେ ସୁରକ୍ଷାକର୍ମୀ ।

Advertisment

ବିହାରରେ ଭୋଟର୍‌ ଅଧିକାର ଯାତ୍ରା ସମୟରେ ପ୍ରଥମ ଥର ପାଇଁ ପୂର୍ଣ୍ଣିଆରେ ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବ ବୁଲେଟ ଚଢ଼ିଥିଲେ। ଉଭୟ ନେତା ପ୍ରାୟ ୨୦ କିଲୋମିଟର ଦୂର ବାଇକରେ ଅତିକ୍ରମ କରିଥିଲେ। ଏହି ସମୟରେ ସୁରକ୍ଷା କର୍ମୀଙ୍କ ପାଇଁ ନେତାଙ୍କ ସୁରକ୍ଷା ଥିଲା ଏକ ବଡ଼ ଚ୍ୟାଲେଞ୍ଜ। ଆଉ ସୁରକ୍ଷାରେ ତ୍ରୁଟି ମଧ୍ୟ ଘଟିଥିଲା । ସୁରକ୍ଷା ବଳୟ ଭେଦ କରି ଜଣେ ଯୁବକ ଲାଇନବଜାର ନିକଟରେ ରାହୁଲ ଗାନ୍ଧୀଙ୍କ ନିକଟରେ ପହଞ୍ଚି ତାଙ୍କୁ କୁଣ୍ଢେଇ ପକାଇବା ସହ କିସ୍ କରିବାକୁ ଚେଷ୍ଟା କରିଥିଲେ । ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ରାହୁଲ । ଏହା ପରେ ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ ଟାଣି ଚାପୁଡ଼ା ମାରିବା ସହ ସେଠାରୁ ଦୂରକୁ ନେଇ ଯାଇଥିଲେ। ପୋଲିସକୁ ହସ୍ତାନ୍ତର କରିଥିଲେ । ଏହି ଘଟଣା ପରେ ରାହୁଲଙ୍କ ଗାଡି କିଛି ସମୟ ପାଇଁ ଅଟକି ଯାଇଥିଲା। ତେବେ ରାହୁଲଙ୍କୁ କିସ୍‌ କରୁଥିବା ଚେଷ୍ଟା କରୁଥିବା ଯୁବକ ଜଣକ କିଏ? ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବଙ୍କ ଭୋଟର ଅଧିକାର ଯାତ୍ରାରେ ସମର୍ଥକମାନେ ବହୁ ସଂଖ୍ୟାରେ ଉପସ୍ଥିତ ହେଉଛନ୍ତି । ଏମାନଙ୍କ ମଧ୍ୟରେ ଯୁବକମାନଙ୍କ ସଂଖ୍ୟା ଅଧିକ ଏବଂ ସେମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖାଯାଉଛି । ସମର୍ଥକମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ଉଭୟ ନେତା ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । କିନ୍ତୁ ଏହି ଘଟଣା ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।

Advertisment

ଅଧିକ ପଢନ୍ତୁ: ଜେଲରୁ ଚାଲିପାରିବନି ସରକାର

Rahul Gandhi Congress Bihar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ