• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ପ୍ରାର୍ଥୀ ଘୋଷଣା କଲା ବିରୋଧୀ ମେଣ୍ଟ । ଯଶୱନ୍ତ ସିହ୍ନା ହେବେ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ । ମିଳିତ ବିରୋଧୀ ଦଳ ବୈଠକରେ ସିହ୍ନାଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା । ପ୍ରେସମିଟରେ ଯଶୱନ୍ତ ସିହ୍ନାଙ୍କ ନାଁ ଘୋଷଣା କଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ । NCP ସୁପ୍ରିମୋ ଶରଦ ପାୱାରଙ୍କ ଉପସ୍ଥିତିରେ ଖାର୍ଗେ ଏହି ଘୋଷଣା କରିଛନ୍ତି । ଆଜି ପୂର୍ବାହ୍ନରେ TMCରୁ ଇସ୍ତଫା ଦେଇଥିଲେ ଯଶୱନ୍ତ ସିହ୍ନା ।

 

 

ଏନସିପି ନେତା ଶରଦ ପାୱାରଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଏକାଠି ମିଶି ଏନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାରରେ ଯଶୱନ୍ତ ସିହ୍ନା ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ ।

ଅର୍ଥମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଦାୟିତ୍ୱ ସେ ସୂଚାରୁ ରୂପେ ତୁଲାଇଥିଲେ । ଏହାପରେ ଦୀର୍ଘଦିନ ଧରି ରାଜନୀତିରୁ ଏକ ପ୍ରକାର ସନ୍ୟାସ ନେଇଥିଲେ । ୨୦୧୮ରେ ବିଜେପିରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଥିଲେ । ୨୦୨୧ ପଶ୍ଚିମବଂଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସରେ ସାମିଲ ହେବାପରେ ତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା ।

ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା । ସେ କହିଛନ୍ତି, ମମତା ବାନାର୍ଜୀ ତାଙ୍କୁ ସମ୍ମାନ ଓ ପ୍ରତିଷ୍ଠା ଦେଇଛନ୍ତି । କିନ୍ତୁ ଦଳୀୟ ରାଜନୀତିରୁ ଉର୍ଦ୍ଧରେ ରହି ମିଳିତ ବିରୋଧୀ ଦଳର ଶକ୍ତି ବୃଦ୍ଧି ପାଇଁ ଏବେ ସମୟ ଆସିଛି ।