ହୁଇସିଲ୍ ଫୁଙ୍କିଲେ ଭାଙ୍ଗିବ ବିଜେଡି
ବିଜେଡି ଓ ଭିକେ ପାଣ୍ଡିଆନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି କଡ଼ା ଭାଷାରେ କହିଛନ୍ତି ଜୟନାରାୟଣ । ସେ କହିଛନ୍ତି, ମୁଁ ବିଜେଡି ନେତାଙ୍କୁ ସାହସ ଦେଇଛି, ସମସ୍ତେ ତାଙ୍କ ନାଁରେ କହୁଛନ୍ତି । ଆହୁରି ଅଧିକ ନେତା କହିଲେ ସେ ଲୋକ ଏକ୍ସପୋଜ ହେବ। ଓଡ଼ିଶାର ଖଣି, ପାଣି ଯିଏ ଲୁଟିଛି ତାକୁ ଛଡ଼ାଯିବା ଉଚିତ ନୁହେଁ । ଭିକେ ପାଣ୍ଡିଆନଙ୍କ ସହ ନବୀନଙ୍କ କେମିଷ୍ଟ୍ରି ମୁଁ ଜାଣିନି, ଏତେ ସବୁ ହେଲା ପରେ ବି ନବୀନଙ୍କ ବୁଦ୍ଧି ଉଦୟ ହେଉନି । ବହୁତ ଦିନର ସଂଚିତ କ୍ରୋଧ ବିଦ୍ରୋହର ରୂପ ଧାରଣ କରିବ ବୋଲି ଜୟନାରାୟଣ କହିଛନ୍ତି ।
ଅଧିକ ପଢ଼ନ୍ତୁ: ବିଜେପି ନେତାଙ୍କୁ ନଡ୍ଡାଙ୍କ ଟିପ୍ସ, ଗ୍ରୁପିଜିମ ଛାଡ଼…ପ୍ରଥମେ ନିଜର ବ୍ୟକ୍ତିତ୍ୱ ତିଆରି କର
ସେହିପରି ସେ ଆହୁରି କହିଛନ୍ତି ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ । ଆମେ ହୁଇସିଲ ଅପେକ୍ଷାରେ ଅଛୁ । ଯେଉଁଦିନ ଫୁଙ୍କା ହେବ ସେଦିନ ବିଜେଡି ଗୋଲ ହୋଇଯିବ । ତାସ୍ର ପତା ପରି ବିଜେଡି ଭାଙ୍ଗିଯିବ । ରାଜ୍ୟସଭାରେ ଦେଖିଲେ, ବିଧାନସଭାରେ ବି କ’ଣ କରୁଛନ୍ତି । ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ । ବିଜେଡିର ସମସ୍ତେ ଯୋଗାଯୋଗରେ ଅଛନ୍ତି ଏବଂ ଆଗକୁ ଅନେକ କଥା ଘଟିବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744461207.jpg)