ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ ? ମନ୍ତ୍ରୀ କହିଲେ, ‘ନିର୍ବାଚନର ରହିଛି ଯଥାର୍ଥତା’

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି । ଏନେଇ ବିଚାର ବିମର୍ଶ ଚାଲିଛି । ହେଲେ ଏବେଠୁ କିଛି କହି ହେବନି, ଯାହା ନିଷ୍ପତ୍ତି ହେବ ଛାତ୍ର ସମାଜଙ୍କ ଭଲ ପାଇଁ ସରକାର ନେବେ ।

Students Union Election

ରାଜ୍ୟରେ ହେବ କି କ୍ୟାମ୍ପସ୍ ଇଲେକ୍ସନ୍‌ ? ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଆଜିର ପ୍ରତିକ୍ରିୟା କିଛି ଏଭଳି ଦିଗକୁ ଇଙ୍ଗିତ କରିଛି । ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି । ଏନେଇ ବିଚାର ବିମର୍ଶ ଚାଲିଛି । ହେଲେ ଏବେଠୁ କିଛି କହି ହେବନି, ଯାହା ନିଷ୍ପତ୍ତି ହେବ ଛାତ୍ର ସମାଜର ଭଲ ପାଇଁ ସରକାର ନେବେ । ଛାତ୍ରଙ୍କ ସ୍ୱାର୍ଥରେ ଯାହା ଠିକ୍‌ ହେବ ତାହା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।

ପଢନ୍ତୁ ଏହି ଖବର: ଆସିଲା ବଡ଼ ଖବର, ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟରୁ ଗଡ଼ିବ ବସ୍

ସୂଚନା ଅନୁସାରେ ଗତ ୬ ବର୍ଷ ହେବ ରାଜ୍ୟରେ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ୨୦୧୭ରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । କେତେବେଳେ କରୋନା ତ ପୁଣି କେତେବେଳେ ହିଂସା ଭଳି ବିଭିନ୍ନ ବାହାନା ଦେଖାଇ ନବୀନ ସରକାରରେ କ୍ୟାମ୍ପେସରେ ଇଲେକ୍ସନ୍ ବନ୍ଦ ଥିଲା । ତେଣୁ ଆଶା କରାଯାଉଛି ନୂଆ ସରକାରରେ ପୁଣି ଛାତ୍ର ସଂସଦ ନିର୍ବାଚନ ହୋଇପାରେ ।

ପଢନ୍ତୁ ଏହି ଖବର: ‘ଖୁବଶୀଘ୍ର ଘୋଷଣା ହେବ ରତ୍ନଭଣ୍ଡାର ଖୋଲିବା ତାରିଖ ଓ ଗାଇଡଲାଇନ୍’