Advertisment

ଏଥର ସାରଦା ପାଇବେ ତ ଟିକେଟ ? ଦଳରେ ଆଶାୟୀଙ୍କ ଲମ୍ବା ତାଲିକା !

ନିଜ ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ପତିଆରା ଆଉ ଦୃଢ଼ ସଂଗଠନ ପାଇଁ ସାରଦା ବିଜେଡିର ଅନ୍ୟ ଆଶାୟୀଙ୍କଠାରୁ ବି ଢେର ଆଗରେ ।

ଅଦ୍ୟତନ ହୋଇଛି
Rourkela Politics

Rourkela Politics

Advertisment

ସୁନ୍ଦରଗଡ଼ ଜିଲ୍ଲାର ହାଇଭୋଲଟେଜ ବିଧାନସଭା ସିଟ୍ ରାଉରକେଲା। ଓଡ଼ିଶାର ମିନି ଇଣ୍ଡିଆ କୁହାଯାଉଥିବା ଷ୍ଟିଲ ସିଟିରେ ୨୦୦୯ ପରଠୁ ହୋଇ ଆସୁଛି ବିଜେଡି-ବିଜେପି ଟକ୍କର। ବିଜେଡିର ଗଡ଼ ହୋଇଥିବା କାରଣରୁ ଏଠି ଶାସକ ଦଳର ପଲ୍ଲା ଭାରି ଥିଲେ ବି, ଯେକୌଣସି ମୁହୂର୍ତ୍ତରେ ଜନମତ ଓଲଟପାଲଟ କରିପାରେ ବିଜେପି। ସେହିଭଳି ନୂଆ ଆଶା ଓ ଉତ୍ସାହ ନେଇ ନିଜକୁ ପ୍ରସ୍ତୁତ କରୁଛି କଂଗ୍ରେସ।

Advertisment

୨୦୨୪ ନିର୍ବାଚନକୁ ନେଇ ଚଳଚଞ୍ଚଳ ଓଡ଼ିଶାର ମିନି ଇଣ୍ଡିଆ ରାଉରକେଲା। ସୁନ୍ଦରଗଡ଼ ଜିଲ୍ଲାର ଏ ହାଇଭୋଲଟେଜ୍ ସିଟରେ ଏବେଠୁ ଗରମାଗରମ୍ ସ୍ଥିତି। ଏ ଆସନରେ ଏବେ ରାଜୁତି କରୁଛନ୍ତି ବିଜେଡିର ପାୱାରଫୁଲ୍ ମନ୍ତ୍ରୀ ସାରଦା ପ୍ରସାଦ ନାୟକ। ପୂର୍ବରୁ ୨୦୦୪ ଏବଂ ୨୦୦୯ରେ ଦୁଇ ଦୁଇ ଥର ଫୁଲ ଟର୍ମ ବିଧାୟକ ଥିବା ସାରଦା କେବଳ ୨୦୧୪ରେ ବିଫଳତାର ସାମ୍ନା କରିଥିଲେ।

୨୦୧୯ରେ ପୁଣି ଷ୍ଟିଲ ସିଟିବାସୀଙ୍କ ଜନାଦେଶ ଜିତି ବିଧାୟକ ହେବା ସହ ଏବେ ମନ୍ତ୍ରୀ ବି ଅଛନ୍ତି। ତିନି ତିନି ଥର ବିଧାୟକ ହୋଇଥିବାରୁ, ସାରଦା ଏଥର ବି ନିର୍ବାଚନ ଲଢି କ୍ଷମତାକୁ ଆସିବାକୁ ଆଶାୟୀ। ନିଜ ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ପତିଆରା ଆଉ ଦୃଢ଼ ସଂଗଠନ ପାଇଁ ସାରଦା ବିଜେଡିର ଅନ୍ୟ ଆଶାୟୀଙ୍କଠାରୁ ବି ଢେର ଆଗରେ ।

Advertisment

ହେଲେ ସେପଟେ, ସାରଦାଙ୍କ ପାଇଁ ଏଥର ବିଜେଡିର ରାସ୍ତା ଏତେ ସହଜ ନୁହେଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା। କାରଣ ନିଜ ବିନ୍ଦାସ ବ୍ୟକ୍ତିତ୍ୱ ପାଇଁ ବେଳେ ବେଳେ ବ୍ୟାକଫୁଟକୁ ଚାଲି ଆସୁଥିବା ସାରଦାଙ୍କ ସାମ୍ନାରେ ନିଜ ଦଳରୁ ବି ଟକ୍କର ଆଶଙ୍କା। ସେ ଭିତରୁ ସବା ଆଗରେ ଅଛନ୍ତି ରାଜ୍ୟ ୟୁଥ୍ ୱେଲଫେୟାର ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା କୁନ ବିହାରୀ ଦାସ, ବିଜେଡି ମୁଖପାତ୍ର ମିହିର ରାୟ ଓ ମହିଳା ନେତ୍ରୀ ମୀନତି ଦେବତା। ବିଜେଡି ମହିଳା ସଂରକ୍ଷଣକୁ ପ୍ରାଧାନ୍ୟ ଦେଉଥିବାରୁ ଏଥର ରାଉରକେଲାରୁ ତାଙ୍କୁ ସୁଯୋଗ ମିଳିବା ଆଶା ରଖିଛନ୍ତି ମିନତୀ।

ରାଉରକେଲାରେ ବିଜେପିର ଇତିହାସ ଏତେ ପୁରୁଣା ନହେଲେ ବି ଏବେ କିନ୍ତୁ ମୁଖ୍ୟ ବିରୋଧୀ ସ୍ଥାନରେ ଦଳ । ୨୦୧୪ରେ ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟ ଏଠୁ ବିଜେପି ଟିକେଟରେ ଲଢ଼ି ସାରଦାଙ୍କୁ ୧୦ ହଜାରରୁ ଅଧିକ ଭୋଟରେ ହରାଇ ହଇଚଇ ସୃଷ୍ଟି କରିଥିଲେ। ହେଲେ ୨୦୧୯ରେ ଦିଲ୍ଲୀପ ଆଉ ନିର୍ବାଚନ ଲଢ଼ି ନଥିଲେ ବି ସାରାଦାଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେପିର ନିହାର ରାୟ। ସେବେଠୁ ରାଉରକେଲାରେ ବିଜେପି ସ୍ଥିତି ମଜବୁତ ହୋଇଥିବାରୁ ଏଠାରେ ଗତ ୩ଟି ନିର୍ବାଚନରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହିଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳୁଛି।

Advertisment

ତେବେ ବିଜେପିରୁ ଏଥର ରାଉରକେଲା ପାଇଁ ପ୍ରାର୍ଥୀଚେହେରା କିଏ, ତାକୁ ନେଇ ଦ୍ୱନ୍ଦ୍ୱ। କାରଣ ରେସରେ ଆଗରେ ଥିବା ନିହାର ରାୟଙ୍କ ସହ ଧୀରେନ୍ ସେନାପତି ଓ ସୂର୍ଯ୍ୟ ମହାନ୍ତିଙ୍କ ନାଁ ବି ଚର୍ଚ୍ଚା ହେଉଛି।

ଏପଟେ ୧୯୯୫ ପରେ ଆଉ ରାଉରକେଲା ଆସନକୁ ଦଖଲ କରି ପାରିନି କଂଗ୍ରେସ ଦଳ। ଲଢେଇରେ ଏବେ ଦଳକୁ କେବଳ ତୃତୀୟ ସ୍ଥାନରେ ହିଁ ସନ୍ତୁଷ୍ଟ ହେବାକୁ ପଡୁଥିବା ବେଳେ ଏଥର କିନ୍ତୁ ନୂଆ ଆଶା ଓ ଉତ୍ସାହ ନେଇ ଆଗକୁ ବଢୁଛି ଦଳ। ବିଶେଷକରି ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ବିରୋଧୀ ହାୱାକୁ ନେଇ ଦଳ ବିଜୟ ପାଇଁ ଷ୍ଟ୍ରାଟେଜି ତିଆରି କରୁଛି।

ତେବେ ରାଉରକେଲା ନିର୍ବାଚନ ମଣ୍ଡଳୀରେ ଏବେ ବି ଥମିନି ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ପତିଆରା। ୨୪ରେ ସେ ଯଦି ମୈଦାନକୁ ଓହ୍ଲାନ୍ତି, ତାହେଲେ ରାଜନୈତିକ ସମୀକରଣ ନିଶ୍ଚୟ ବଦଳିବା ଅନୁମାନ କରାଯାଉଛି।

BJD BJP Congress Odisha Politics General Elections 2024 Sattara Satranj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ